ହାଇଦ୍ରାବାଦ: ଭାରତୀୟ ନେନିସ ଖେଳାଳି ସାନିଆ ମିର୍ଜା କରୋନା ମହାମାରୀ ପାଇଁ ଚାଲିଥିବା ଲକଡାଉନରେ ଭାବୁକ ହୋଇଯାଇଛନ୍ତି। ତାଙ୍କୁ ଭବିଷ୍ୟତ ଚିନ୍ତା ହେଉଛି ଓ ଏହି ଚିନ୍ତାରେ ସେ ଏକ ହୋଇଯାଇଛନ୍ତି। ସମସ୍ତେ ଘରୁ ବାହାରିବାକୁ ଚାହୁଁଛନ୍ତି କିନ୍ତୁ ଲକଡାଉନ ବଢ଼ିବାରେ ଲାଗିଛି। ଏହା ଦେଖି ସାନିଆଙ୍କ ଧର୍ଯ୍ୟ ଭାଙ୍ଗିବାରେ ଲାଗିଛି ଓ ସେ କାନ୍ଦିବାରେ ଲାଗିଛନ୍ତି। ଏକ ନ୍ୟୁଜ ଚ୍ୟାନେଲ ସହିତ ଫେସବୁକରେ ଲାଇଭ କଥା ହେବା ସମୟରେ ସେ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ନିଜ ବାପା ସୋଏବ ମାଲିକଙ୍କୁ ଦେଖିବାକୁ ବ୍ୟାକୁଳ ହେଉଛି ଓ ଆମେ କେବେ ନିଜ ଘରକୁ ଯିବୁ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ସାନିଆ ଓ ତାଙ୍କ ସ୍ୱାମୀ ସୋଏବ ଲକଡାଉନ କାରଣରୁ ଅଲଗା ଅଲଗା ଅଛନ୍ତି। ଯେଉଁଥି ପାଇଁ ସାନିଆ ଚିନ୍ତିତ ଅଛନ୍ତି। ସେ ଖବରକାଗଜରେ କହିଛନ୍ତି ତାଙ୍କ ସ୍ୱାମୀ ସିଆଲକୋଟରେ ଅଛନ୍ତି ଓ ସାନିଆ ନିଜ ପୁଅ ସହିତ ହାଇଦ୍ରାବାଦରେ ଅଛନ୍ତି।
ସାନିଆ କହିଛନ୍ତି ମତେ ଜଣା ନାହିଁ ମୋ ପୁଅ ନିଜ ବାପାଙ୍କୁ କେବେ ଦେଖିବ। ସେ କହିଛନ୍ତି ଏହି ମହାମାରୀକୁ ଦେଖି ମୁଁ ବହୁତ ଡରି ଯାଇଛି।
ସାନିଆ କହିଛନ୍ତି ସୋଏବଙ୍କ ମା ଏବେ ୬୫ ବର୍ଷର ଅଟନ୍ତି ତାଙ୍କ ଖବର ବୁଝିବା ପାଇଁ ତାଙ୍କୁ ସେଠାରେ ରହିବା ଆବଶ୍ୟକ। ସେ କହିଛନ୍ତି ମୁଁ ଆଶା କରୁଛି ଆମେ ସୁସ୍ଥ ଅଛୁ ଓ ବହୁତ ଶୀଘ୍ର ଏହି ଅଶୁବିଧାରୁ ବହାରିବୁ।
ସାନିଆଙ୍କୁ ହେଉଛି ଚିନ୍ତା:
କରୋନା ଭାଇରସ ଲକଡାଉନ ପୂର୍ବରୁ ସାନିଆ ଆମେରିକାରେ ଥିଲେ। ଫେଡ କପ ପ୍ଲାଅଫରେ ଐତିହାସିକ ବିଜୟ ପରେ ସାନିଆଙ୍କୁ ଇଣ୍ଡିଆନ ବେଲ୍ସ ଟୁନାମେଣ୍ଟ ଖେଳିବାକୁ ଆମେରିକା ଯିବାର ଥିଲା। ଯେବେ ସେ ପହଁଚିଲେ ସେ ଟୁନାମେଣ୍ଟ ବନ୍ଦ ହୋଇସାରିଥିଲା। ସେ ଭାରତ ଫେରି ଆସିଲେ। ସୋଏବ ସେହି ସମୟରେ ପାକିସ୍ତାନ ସୁପର ଲିଗ ଖେଳୁଥିଲେ।
ସାନିଆ କହିଛନ୍ତି ସୋଏବ ପାକିସ୍ତାନ ରେ ଓ ଆମେ ଏଠି ଏହା ଆମ ପାଇଁ ବହୁତ କଷ୍ଟ ଦାୟକ କାରଣ ଆମର ଏକ ଛୋଟ ପୁଅ ଅଛି। ଆମ ଜାଣିନୁ ଆମ ପୁଅ କେବେ ନିଜ ବାପାଙ୍କୁ ଭେଟିବ। ସେ ପ୍ରତିଦିନ ଘରକୁ ଯିବାକୁ କହୁଛି।ଆମେ ପାକିସ୍ତାନ କେବେ ଯିବୁ କିଛି କହି ହଉନି।
ସାନିଆ ଏବେ କେବଳ ନିଜ ପରିବାର କଥା ଭାବୁଛି। ସେ କହିଛନ୍ତି ମତେ ଏତେ ଚିନ୍ତା ହୁଏନି କିନ୍ତୁ କିଛି ଦିନ ପୂର୍ବରୁ ଏକ ସ୍ୱପ୍ନ ଦେଖି ନିଜ ଭବିଷ୍ୟତକୁ ନେଇ ଚିନ୍ତା ହେଉଛି। ଘରେ ଯେବେ ଛୋଟ ଛୁଆ ଓ ବୁଢା ବାପା ମା ଥିବେ ଆପଣ କେବଳ ତାଙ୍କ ଚିନ୍ତା ହିଁ କରିବେ। ଟେନିସ ଖେଳ ମନରେ ଆସୁନି।
ସୋଏବ ଓ ସାନିଆଙ୍କ ବିବାହ ୨୦୧୦ ରେ ହୋଇଥିଲା।ଯାହା ପରେ ଦୁଇଜଣ ଦୁବାଇରେ ରୁହନ୍ତି। ଏବେ ଲକଡାଉନ ପାଇଁ ଦୁଇଜଣ ଯାକ ଅଲଗା ଅଲଗା ସ୍ଥାନରେ ଫସି ରହିଛନ୍ତି। ସାନିଆ ଭାରତରେ ଓ ସୋଏବ ପାକିସ୍ତାନରେ ଅଛନ୍ତି। ଏହି ଖରାପ ସମୟରେ ଦୁହେଁ ଦୁହିଁଙ୍କୁ ମନେ ପକାଉଛନ୍ତି। ସାନିଆ ନିଜ ପୁଅକୁ ନେଇ ଚିନ୍ତିତ କାରଣ ସେ ନିଜ ବାପାଙ୍କୁ ଭେଟିବାକୁ ବ୍ୟାକୁଳ।
ଫେଡ କପ ବିଜେତା ହୋଇଛନ୍ତି ସାନିଆ:
ସାନିଆଙ୍କୁ ଫେଡ କପ ସନମାନରେ ସମ୍ମାନିତ କରାଯାଇଛି।୬ ଥରର ଗ୍ରେଡ ସ୍ଲେମ ବିଜେତା ସାନିଆଙ୍କୁ ପୁରସ୍କାରରେ ୨ ହଜାର ଡ଼ଲାର ବା ୧.୫୦ ଲକ୍ଷ ଟଙ୍କା ମିଳିଛି। ଯାହାକୁ ସେ ତେଲେଙ୍ଗାନା କୋଷରେ ଜମା କରିଛନ୍ତି। ସାନିଆ ସବୁବେଳେ ସୋସିଆଲ ମିଡିଆରେ ରହିଥାନ୍ତି।