ମୁମ୍ବାଇରେ କରୋନା ପଜିଟିଭ ଆସିଥିବା ଜଣେ ବ୍ୟକ୍ତି ବାରମ୍ବାର ସାହାଯ୍ୟ ମାଗିବା ପରେ ବି ଆସିନଥିଲା ଆମ୍ବୁଲାନ୍ସ। ଶେଷରେ ତିନି କିଲୋମିଟର ଚାଲି ଚାଲି ପହଁଚିଲେ ମେଡିକାଲ।
● ୱାଡିଆ ଡାକ୍ତରଖାନାର ବୋର୍ଡ ପିଲା ମିଳିଛି କରୋନା ପିଜେଟିଭି।
● ୧୬ ଘଣ୍ଟା ସାହାଯ୍ୟ ମାଗୁଥିଲା ଆମ୍ବୁଲାନ୍ସ, ନ ମିଳିବାରୁ ପାଦରେ ଚାଲିଲା।
ମୁମ୍ବାଇରେ କରୋନାର ପ୍ରକୋପ ଭିତରେ ଏକ ଅମାନବିକତା ଘଟଣା ସମ୍ନାକୁ ଆସିଛି। କରୋନା ପଜିଟିଭ ମିଲିଥିବା ଏକ ବ୍ୟକ୍ତି ବାରମ୍ବାର ସାହାଯ୍ୟ ମାଗିବା ପରେ ବି ଆମ୍ବୁଲାନ୍ସ ଆସିନଥିଲା। ଶେଷରେ ତାକୁ ତିନି କିଲୋମିଟର ଚାଲି ଚାଲି ଡାକ୍ତରଖାନା ଯିବାକୁ ପଡିଥିଲା।
ରାସ୍ତାରେ ସାଙ୍ଗ ମାନଙ୍କ ଦ୍ଵାରା ତାଙ୍କ ଘେରା କରି ଡାକ୍ତରଖାନା ନିଆଯାଇଥିଲା କାରଣ କୌଣସି ଅନ୍ୟ ବ୍ୟକ୍ତି ଯେମିତି ତା ଦ୍ଵାରା ସଂକ୍ରମଣ ନ ହେବେ। ଏହା ମୁମ୍ବାଇର ୱାଡିଆ ଡାକ୍ତରଖାନାରେ କାମ କରିବା ଵାଲା ଏକ ବୋର୍ଡ ପିଲାକୁ କରୋନା ହେଇଥିବାର ଜଣା ପଡିଛି। ସେ କଲ୍ୟାଣ ଡୋମ୍ବୀବଲି ନଗର ନିଗମକୁ ଆମ୍ବୁଲାନ୍ସ ପଠାଇବାକୁ କହିଥିଲା।
ସେହି ବ୍ୟକ୍ତି ୧୬ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସର ଅପେକ୍ଷା କରିଥିଲା। ଏହା ପରେ ଚାଲି ଚାଲି ହିଁ ନଗର ନିଗମ କୋଭିଡ଼ ମେଡିକାଲ ଯିବାକୁ ଲାଗିଲା। ଯେଉଁ ମେଡ଼ିକାଲ ତା ଘର ଠାରୁ ତିନି କିଲୋମିଟର ଦୂର ଥିଲା। ସେ ତାର ଚାରି ସାଙ୍ଗଙ୍କୁ ଡ଼କାଇଲା ଯେଉଁମାନେ ଏକ ଘେରା ତିଆରିକଲେ କାରଣ ଅନ୍ୟ କେହି ତା ଦ୍ଵାରା ପୀଡିତ ନ ହେଉ।
କୋଭିଡ଼ ମେଡ଼ିକାଲରେ ପହଂଚିବା ପରେ ସେହି ବ୍ୟକ୍ତିକୁ ଏସିଂମଟୋମେଟିକ ମିଳିଥିଲା। ଏଥିପାଇଁ ତାଙ୍କୁ ଅନ୍ୟ ମେଡିକାଲ ସୁବିଧା ପାଇଁ ପଠାଗଲା ଓ ଯିବାପାଇଁ ଆମ୍ବୁଲାନ୍ସର ଆବଶ୍ୟକ ଥିଲା ଯାହା ପାଇଁ ତାକୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡିଲା।
ଜଣାପଡିଛି କି ମହାରାଷ୍ଟ୍ରରେ କରୋନା କାବୁ ବାହାରେ ହେବାକୁ ଲାଗିଛି। ପୂର୍ବ ୨୪ ଘଣ୍ଟା ରେ ୨୩୪୫ ନୂଆ ମାମଲା ସମ୍ନାକୁ ଆସିଛି। ଯାହା ପରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୪୧,୬୪୨ ହୋଇଛି। ଏଠାରେ ପୂର୍ବ ୨୪ ଘଣ୍ଟାରେ ୬୪ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ଏବେ ପର୍ଯ୍ୟନ୍ତ ୧୪୫୪ ଲୋକଙ୍କ ଜୀବନ ଯାଇ ସାରିଲାଣି।