ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା ଅମ୍ଫାନ ଅନେକ ପ୍ରଳୟ କରିଛି। ଦୁଇ ସ୍ଥାନରେ ୧୩୦-୧୮୫ କିଲୋମିଟର ବେଗରେ ପବନ ବହିଛି। ଗଛ ଉପୁଡି ଯାଇଛି,ବିଜୁଳି ତାର ମାଟିରେ ପଡିଛି। ଗାଡି ପାଣିରେ ପହଁରୁଥିଲା ଏହି ଭଳି ଭୟାନକ କାଣ୍ଡ ଘଟିଥିଲା।
As Cyclone Amphan hit eastern India and Bangladesh, evacuation of millions were complicated by the coronavirus pandemic https://t.co/SE1czVDnJ7 pic.twitter.com/xwUmuiZYc3
— Reuters (@Reuters) May 20, 2020
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହି ଭଳି ବାତ୍ୟା ୨୮୩ ବର୍ଷ ପୂର୍ବରୁ ୧୭୭୩ରେ ଆସିଥିଲା।ପଶ୍ଚିମବଙ୍ଗର ୧୦-୧୨ ଓ ଓଡ଼ିଆରେ ୩ ଜଣ ମରିଥିବା ଜଣାପଡିଛି।
West Bengal: Trees uprooted & waterlogging in several parts of Kolkata in wake of #CycloneAmphan. The cyclone is very likely to weaken into a deep depression during the next 3 hours as per India Meteorological Department (IMD). pic.twitter.com/f81DZw3a0W
— ANI (@ANI) May 21, 2020
ଦୁଇ ରାଜ୍ୟରେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିଛି।ଏହି ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗରେ ଅନେକ କ୍ଷତି କରିଛି।ଦୁଇ ରାଜ୍ୟରେ ଲୋକଙ୍କ ମୃତ୍ୟୁ ଘଟିଛି।
ଦୁଇ ରାଜ୍ୟରେ ଲୋକ ଏଭଳି ଘଟଣା ଦେଖିନଥିଲେ କି ଶୁଣି ନଥିଲେ। ପବନ ଏପରି ଥିଲା ଯେପରି ସବୁ କିଛି ଉଡାଇ ନେଇ ଯାଉଛି।ଏହି ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ କିଛି ଘଣ୍ଟା ରେ ପ୍ରଳୟ ଦେଖେଇଦେଇଛି।
ବାତ୍ୟା ଯେବେ ପର୍ଯ୍ୟନ୍ତ ଥିଲା କଲିକତାରେ ସବୁ ନଷ୍ଟ ହୋଇସାରିଥିଲା।ସହରରେ ସବୁ ଆଡେ ପାଣି ଭାରି ଯାଇଥିଲା। ଗାଡି ସବୁ ନୌକା ଭଳି ଭାସୁଥିଲେ। ବଡ ବଡ ଗଛ ଓ ବିଜୁଳି ଖୁଣ୍ଟ ଭଙ୍ଗା ଯାଇଥିଲା।
Restoration work by National Disaster Response Force (NDRF) personnel underway at Airport Road in Kolkata, West Bengal: SN Pradhan, Director General of National Disaster Response Force #CycloneAmphan pic.twitter.com/wVmiiTNOjl
— ANI (@ANI) May 21, 2020
ବୁଧବାର ରାତିରେ ଯେବେ ବାତ୍ୟା ତାଣ୍ଡବ କରୁଥିଲା ହାବଡା ବନ୍ଧ ବି ଏହା ଆଗରେ ମୁଣ୍ଡ ନୂଆଇଲା। ଏଠାରେ ବାତ୍ୟା ତାଣ୍ଡବ ଦେଖାଇଛି ଗୋଟେ ବିଦ୍ୟାଳୟ ର ଛାତ ବି ଉଡାଇଦେଇଛି।
ପ୍ରଳୟ ପଶ୍ଚିମବଙ୍ଗର ଅନେକ ଜାଗାରେ ହୋଇଛି। ଅଗ୍ନି ସମ ବାହିନୀ ଭାଙ୍ଗି ଥିବା ଗଛ ସବୁକୁ କାଟି ରାସ୍ତା ସଫା କରୁଛନ୍ତି କିନ୍ତୁ କାମ ସରିବାର ନାଁ ହିଁ ଧରୁନି। ରାସ୍ତାରେ ପାଣି ଥିବାରୁ କାମ କରିବା ଆହୁରି କଷ୍ଟ ହେଉଛି।
ପଶ୍ଚିମବଙ୍ଗର ସମୁଦ୍ର ତଟ ଛୁଇଁବା ସମୟରେ ପବନର ବେଗ ୧୮୦ କିଲୋମିଟର ଘଣ୍ଟା ପ୍ରତି ପହଂଚିଯାଇଥିଲା। କିଛି ଘଣ୍ଟା ପରେ ପବନର ବେଗ ୧୩୦ କିଲୋମିଟର ବେଗରେ ବହିବାରେ ଲାଗିଲା।
ଏହି ବାତ୍ୟାର ଅଧିକ ପ୍ରଭାବ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା, ଦକ୍ଷିଣ ୨୪ ପରଗାନା, ମେଦିନିପୁର ଓ କୋଲକାତା ରେ ରହିଥିଲା। ସରକାରୀ ସମ୍ପୁର୍ଣ୍ଣ ରିପୋର୍ଟ ଆସିନୀ କିନ୍ତୁ ମମତା ବାନାର୍ଜୀ କହିଛନ୍ତି କି ୧୦-୧୨ ଲୋକଙ୍କ ମୃତ୍ୟୁ ହୋଇଛି।
ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ଏହାର ପ୍ରଭାବ କମ ଥିଲା। ଓଡ଼ିଶାରେ ଅଧିକ ପ୍ରଭାବ କେନ୍ଦ୍ରାପଡା,ଭଦ୍ରକ,ଓ ବାଲେଶ୍ଵରରେ ଦେଖିବାକୁ ମିଳିଛି। ଏହି ସ୍ଥାନ ମାନଙ୍କରେ ପବନର ବେଗ ୧୧୦ ଭିତରେ ଥିଲା।ଜଣା ପଡିଛି ଓଡ଼ିଶାରେ ୩ ଜଣ ମରିଛନ୍ତି।
ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପୂର୍ବରୁ ସାଡେ ୬ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଲୋକଙ୍କ ସାହାଯ୍ୟ ପାଇଁ ଅନେକ କର୍ମଚାରୀ ତଥା ଅଗ୍ନିସମବାହିନୀ,NDRAF ଆଦି ପ୍ରସ୍ତୁତ ଥିଲେ। ଅନେକ ଲୋକଙ୍କୁ ଆଶ୍ରୟସ୍ଥଳକୁ ପହଂଚାଯାଇଛି। ଏହା ପରେ ବି କିଛି ଲୋକ ପହଂଚିପାରି ନଥିଲେ।
ଭୁବନେଶ୍ୱରର ପାଣିପାଗ ବିଭାଗ ର ଡ଼ାଇରେକ୍ଟର ଏଚ ଆର ବିଶ୍ୱାସ କହିଛନ୍ତି ଅମ୍ଫାନ ଏକ ଗମ୍ଭୀର ବାତ୍ୟା ରୂପରେ ଅତିକ୍ରମ କରିଛି। ଯିବା ସମୟରେ ଏହାର ଗତି ୧୫୬-୧୬୫ ଘଣ୍ଟା ପ୍ରତି ଥିଲା। ଯାହା ବଢି ୧୮୫ ହୋଇଯାଇଥିଲା।
ଏହି ବାତ୍ୟାରେ ଅଧିକ ପ୍ରଭାବ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା, ଦକ୍ଷିଣ ୨୪ ପରଗାନା, ମେଦିନିପୁର ଓ କୋଲକାତା ଓ ଓଡ଼ିଶାରେ କେନ୍ଦ୍ରାପଡା ,ଭଦ୍ରକ ଓ ବାଲେଶ୍ଵର ରେ ପଡିଥିଲା। ଆହୁରି ଅନେକ ରାଜ୍ୟ ବି ସତର୍କ ଥିଲେ।