ଚୀନରେ କୋଭିଡ଼-୧୯ର ନୂଆ ମାମଲାରେ ମିଳିଛି ଗମ୍ଭୀର ସଂକେତ, ଅଧିକ ସଂକ୍ରମଣ ହେବାରେ ଲାଗିଛି କରୋନା ଭାଇରସ।

କରୋନା ଭାଇରସର ଗଡ଼ କୁହାଯାଉଥିବା ଚୀନରେ ଏହି ମହାମାରୀର ନୂଆ ସଂକେତ ମିଳିଛି। ଏହି ମହାମାରୀକୁ ନେଇ ଦୁନିଆରେ ଚିନ୍ତା ବଢ଼ିବାରେ ଲାଗିଛି। ଚୀନରେ ମିଳିଥିବା ନୂଆ ମାମଲାରୁ ଜଣା ପଡିଛି କରୋନା ଭାଇରସ ଲଗାତର ତାର ରୂପ ବଦଳାଇବାରେ ଲାଗିଛି ଓ ପୂର୍ବ ଅପେକ୍ଷା ଅଧିକ ସଂକ୍ରମଣ ହେବାରେ ଲାଗିଛି।

ପେଇଚିଙ୍ଗ-ଚୀନରେ କରୋନା ଭାଇରସର ନୂଆ ମାମଲାରେ ଗମ୍ଭୀର ସଂକେତ ମିଳିଛି। ଏହି ନୂଆ ମାମଲାରେ ଏହି ଭାଇରସ ଅଲଗା ପ୍ରକାର ବ୍ୟବହାର ଦେଖାଉଛି ଯାହା ଦ୍ଵାରା ଏହା ଜଣା ପଡୁଛି ଏହି ଭାଇରସ ଲଗାତାର ବଦଳିବାର ଲାଗିଛି। ଏହି ନୂଆ ସଂକ୍ରମିତଙ୍କୁ ଠିକ ହେବାକୁ ଅଧିକ ସମୟ ଲାଗୁଛି ଓ ତାଙ୍କ ଭିତରେ ଅଧିକ ସମୟ ପର୍ଯ୍ୟନ୍ତ ଏହି ଏହି ଭାଇରସର ଭୁତାଣୁ ରହୁଛି।

ଏକ ବରିଷ୍ଠ ଡାକ୍ତର କହିଛନ୍ତି ଚୀନର ଜିଲିନ ଓ ହେଇଲାଙ୍ଗଜିଆଙ୍ଗ ଅଞ୍ଚଳର ରୋଗୀଙ୍କ ଭିତରେ ଅଧିକ ସମୟ ଏହି ଭାଇରସ ରହୁଛି। ଏତିକି ନୁହେଁ ବୁହାନରେ ଯେତିକ ସମୟ ରୋଗୀଙ୍କୁ ଠିକ ହେବାରେ ଲାଗୁଥିଲା ତା ଠୁ ଅଧିକ ସମୟ ଲାଗୁଛି। ନ୍ୟାସନାଲ ହେଲଥ କମିଶନ ଏକ୍ସପଟ ଗ୍ରୁପର ସଦସ୍ୟ କିଉ ହେଇବୋ କହିଛନ୍ତି ରୋଗୀଙ୍କ ଠାରେ ଲକ୍ଷଣ ବହୁତ କମ ଆସୁଛି। ଭାଇରସ ଅଧିକ ଫୁସଫୁସକୁ କ୍ଷତି ପହଂଚାଉଛି ଅନ୍ୟ ଅଙ୍ଗ ତୁଳନାରେ।

ମହାମାରୀରେ ଦ୍ୱିତୀୟ ରୂପ ଆସିବାର ଡର ବଢିଛି:

ଚୀନର ଉତ୍ତରପ୍ରାନ୍ତ ଅଂଚଳରେ ଏହି ଭାଇରସର ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଏହି ଭାଇରସର ଦ୍ୱିତୀୟ ରୂପ ଆସିବାର ଡର ବଢିଯାଇଛି। ହେଇବୋ କହିଛନ୍ତି ବୁହାନରୁ ଅଧିକ ସମୟ ଏହି ସଂକ୍ରମିତ ରୋଗୀଙ୍କୁ ଲାଗୁଛି।ଅଧିକ ସଂକ୍ରମଣର ଡର ବଢିଛି।

ଲାନ୍ସ ଏଲମୋସ ନେସନାଲ ଲାବୋଟୋରୀ ଅନୁସାରେ ଭାଇରସରେ ଅଧିକ ସଂକ୍ରମଣ ହୋଇପାରେ। ସେପଟେ ବ୍ରିଟେନରେ ଅନ୍ୟ ୟୁନିଭରସିଟିର ବୈଜ୍ଞାନିକ ଅନ୍ୟ ଏକ ଅଧ୍ୟୟନରୁ କହିଛନ୍ତି ଭାଇରସରେ ପରିବର୍ତ୍ତନ ତ ଆସିଛି କିନ୍ତୁ ଅନ୍ୟ ଲକ୍ଷଣ ନାହିଁ।ସଂକ୍ରମଣ ରୋଗ ବିଶେଷଜ୍ଞ ଜୋନାଥନ ସ୍ତୋଏ କହିଥିଲେ ଏହି ଭାଇରସ ଲଗାଥର ବଦଳିବ ଓ ଆମେ ଜାଣିନାହୁଁ କି ଏହାର ପରିଣାମ କଣ ହେବ।

ଚୀନରେ କରୋନା ଭାଇରସର ୧୬ ନୂଆ ମାମଲା:

ଚୀନରେ କରୋନାର ୧୬ ନୂଆ ମାମଲା ସାମ୍ନାକୁ ଆସିଛି ଯାହା ମଧ୍ୟରେ ୧୫ ମାମଲା ବିନା ଲକ୍ଷଣ ବାଲ ବୁହାନର ଅଟନ୍ତି। ସ୍ୱାସ୍ଥ୍ୟ ଅଧିକାରୀ ବୁଧବାରକୁ କହିଛନ୍ତି ବୁହାନର ୧.୧୨ କୋଟିର ଜନସଂଖ୍ୟାର ଯାଞ୍ଚ ଚାଲିଛି ଓ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର ଏପରି ୧୬ ମାମଲା ସାମ୍ନାକୁ ଆସିଛି ଯେଉଁଠି କୌଣସି ଲକ୍ଷଣ ନଥିଲା।

ଜିଲିନ ପ୍ରାନ୍ତରେ ସ୍ଥାନୀୟ ଅଂଚଳରେ ୪ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ପର୍ଯ୍ୟନ୍ତ ଏହି ସ୍ଥାନରୁ ୧୩୩ ମାମଲା ସମ୍ନାକୁ ଆସିଛି ଯାହା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ୧୦୬ ଜଣ ସୁସ୍ଥ ହେବାପରେ ଘରକୁ ପଠାଯାଇଛି।ଏବେବି ୨୫ ଜଣକ ଚିକିତ୍ସା ଚାଲିଛି।ତା ସହିତ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ୧୧୮୧ ଜଣ ଆସିଛନ୍ତି।ମଙ୍ଗଳବାର ୧୬ ବିନା ଲକ୍ଷଣ ସଂକ୍ରମକଙ୍କ ମଧ୍ୟରୁ ୧୫ ବୁହାନର ଅଟନ୍ତି।

ବିନା ଲକ୍ଷଣ ବାଲା ୩୬୮ ଲୋକ ତଦାରଖରେ:

ଏନଏଚସି କହିଛି ୩୬୮ ବିନା ଲକ୍ଷଣ ଵାଲା ଲୋକ ତଦାରଖରେ ଅଛନ୍ତି । ଏହି ସଂକ୍ରମିତଙ୍କୁ ଅଧିକ ଗମ୍ଭୀର ଦିଆଯାଉଛି କାରଣ ଆଙ୍କ ଠାରେ କୌଣସି ଲକ୍ଷଣ ନଥିଲା।ଏହି ଭାଇରସ ଦ୍ଵାରା ଚୀନରେ ୪୬୩୪ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

Leave a Reply

Your email address will not be published. Required fields are marked *