ତ୍ୟଚା ର ଯତ୍ନ କଥା କହିଲେ ବହୁତ ଲୋକ ଚିନ୍ତିତ ହୋଇଯାଆନ୍ତି । ତାଙ୍କୁ ଲାଗିଥାଏ କି ଏହି ଏକ ଲମ୍ବା କାମ ଅଟେ ଯାହା ପାଇଁ ତାଙ୍କୁ ବହୁତ ସମୟ ଦରକାର ହୋଇଥାଏ । କିନ୍ତୁ ଏହା କେବେ କେବେ ବହୁତ ସରଳ ମଧ୍ୟ ହୋଇଥାଏ । ସବୁ ଦିନ ଯଦି ଆପଣ ଏକ ବହୁତ ସରଳ ରୁଟିନ କୁ ଅନୁକରଣ କରିବେ ତେବେ ଆପଣ ନିଜର ତ୍ୟଚା ରେ ବହୁତ ବଡ଼ ଅନ୍ତର ପାଇବେ ।
ଯଦି ଆପଣ ନିଜର ଚେହେରା କୁ ପ୍ରାକୃତିକ ରୂପରେ ଚମକଦାର କରିବାର ପ୍ରଣାଳି ଖୋଜୁଛନ୍ତି , ତେବେ ଏହି ତିନି କାମ ଆପଣଙ୍କ ସକାଳ ରୁଟିନ ରେ ସାମିଲ କରିବା ଦରକାର । ଆସନ୍ତୁ ଜାଣିବା କ’ଣ ସେହି କାମ ……
ଥଣ୍ଡା ପାଣି ରେ ମୁଁହ କୁ ଧୋଇବା
ସବୁ ଠାରୁ ସହଜ କାମ ଯେଉଁ କାମ ଆପଣ ସକାଳେ ଉଠିଲା ପରେ କରି ପାରିବେ , ତାହା ହେଉଛି ଆପଣଙ୍କ ମୁଁହ କୁ ଥଣ୍ଡା ପାଣି ରେ ଧୋଇବା । ଏହା ପର୍ଯ୍ୟନ୍ତ କି ଯଦି ଆପଣ ଘରୁ ବାହାରକୁ ପାଦ କାଢୁ ନାହାନ୍ତି ତେବେ ମଧ୍ୟ ନିଜର ମୁହଁକୁ ଧୁଅନ୍ତୁ ଓ ଏହାକୁ ସଫା ରଖିବା , ପ୍ରାକୃତିକ ରୂପରେ ଚମକ ବଢାଇ ଥାଏ । ମୁହଁ କୁ ଧୋଇବା ଦ୍ଵାରା ରାତି ସାରା ମୁଁହ ରେ ରହିଥିବା ଅତିରିକ୍ତ ତେଲ କୁ ସଫା କରା ଯାଇ ପାରେ । କିନ୍ତୁ ସବୁବେଳେ ମନେ ରଖିବେ କି ଗାଧୋଉଥିବା ସାବୁନ୍ ବ୍ୟବହାର କରି ସଫା କରିବା ନାହିଁ ।
ମୁଲତାନୀ ମାଟି ଫେସ୍ କ୍ରିମ୍
ମୁଲତାନୀ ମାଟି ମୁଁହ ପାଇଁ ସବୁ ଠାରୁ ଭଲ ବୋଲି ମନା ହୋଇଥାଏ । ଏହା ମୁଁହ କୁ ପୁରା ସଫା କରି ଦେଇଥାଏ । ଉପଦେଶ ଦିଆଯାଏ କି ଆପଣ ନିଜର ମୁଁହ କୁ ପ୍ରଥମେ ସଫା କରନ୍ତୁ ଓ ଏହା ପରେ ଏହି ପ୍ରାକୃତିକ ଫେସ୍ କ୍ରିମ୍ କୁ ଲଗାନ୍ତୁ । ମୁଲତାନୀ ମାଟି ଆପଣଙ୍କ ମୁଁହ କୁ ସବୁ ପ୍ରକାର ଖରାପ ଓ ଧୁଲିମଳି ବାହାର କରି ଦେଇଥାଏ । ଭଲ ପରିଣାମ ପାଇଁ ଏଥିରେ ମହୁ ମିଶାଇ ପାରିବେ ।
ଗ୍ଲିସେରିନ୍
ଗ୍ଲିସେରିନ୍ , ମୁହଁକୁ ହାଇଦ୍ରଟେଡ ରଖିଥାଏ । ଆପଣ ଏକ ପାତ୍ର ରେ ଟିକେ ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ଏଥିରେ ଗ୍ଲିସେରିନ୍ ମିଶାଇ ପେଷ୍ଟ ପ୍ରସ୍ତୁତ କରି ପାରିବେ । ତା ପରେ ଏହାକୁ ଏକ ଛୋଟ ବୋତଲ ରେ ରଖିବା ଓ ଏହାକୁ ଥଣ୍ଡା ସ୍ଥାନ ରେ ରଖିବା । ମୁଁହ କୁ ଧୋଇବା ଓ ଫେସ୍ କ୍ରିମ ଲଗେଇବା ପରେ ଆପଣ ଗ୍ଲିସେରିନ୍ କୁ ମୁଁହ ରେ ଲଗାଇ ପାରିବେ । ଯଦି ଆପଣଙ୍କ ମୁଁହାସ ହୋଇଥାଏ ତେବେ ଏହାକୁ ପ୍ରତିଦିନ ମୁଁହ ରେ ଲଗାନ୍ତୁ । ଏମିତି କୁହାଯାଏ କି ଗ୍ଲିସେରିନ୍ ବ୍ରଣ ରେ ହେଉଥିବା ଦାଗ କୁ ଦୂର କରିଥାଏ ।