ମିରଟରେ ଲକଡାଉନ ସମୟରେ ବାଇକରେ ବିହାର ଯାଉଥିବା ଦୁଇ ଯୁବକଙ୍କ ଉପରେ ପୋଲିସ ମାମଲା ରୁଜୁ କରିଛି। ଦୁଇ ଜଣ ଯାକ ମୁହଁରେ ମାସ୍କ ପିନ୍ଧି ନଥିଲେ।ସେମାନଙ୍କ ମଧ୍ୟରେ ଜଣେ ପୋଲିସକୁ ଦେଖି ମୁହଁରେ ୧୦ ଟଙ୍କିଆ ନୋଟ ଗୁଡ଼ାଇ ଦେଲା।
ଦେଶରେ କରୋନାରୁ ଵଂଚିବା ପାଇଁ ଲକଡାଉନ ଚତୁର୍ଥ ପର୍ଯ୍ୟାୟ ହେବାର ଉପାୟ ଚାଲିଛି। ଏହି ସମୟରେ ସରକାରୀ ନିୟମ ମାନୁ ନଥିବା ଲୋକ ସୁଧୁରୁ ନାହାଁନ୍ତି।ଶନିବାର ଦିନ ମିରଟ ପୋଲିସ ବାଇକରେ ବିହାର ଯାଉଥିବା ଦୁଇ ଯୁବକଙ୍କ ଉପରେ ପୋଲିସ ମାମଲା ରୁଜୁ କରିଛି। ଦୁଇ ଜଣ ଯାକ ମୁହଁରେ ମାସ୍କ ପିନ୍ଧିନଥିଲେ।ସେମାନଙ୍କ ମଧ୍ୟରେ ଜଣେ ପୋଲିସକୁ ଦେଖି ମୁହଁରେ ୧୦ ଟଙ୍କିଆ ନୋଟ ଗୁଡ଼ାଇ ଦେଲା।
ମିରଟର ସିବିଲ ଲାଇସେନ୍ସ ଥାନା ଅଫିସର ରାଜୀବ ଦିସବାଲ ସେ ଲକଡାଉନ କାର୍ଯ୍ୟରେ ଥିଲେ। ଯେବେ ସେ ଦୁହିଁ ଯୁବକଙ୍କୁ ବାଇକରେ ଯାଉଥିବାର ଦେଖିଲେ। ବାଇକ ଚଳାଉଥିବା ଯୁବକ ମୁହଁରେ ରୁମାଲୁ ବାନ୍ଧିଥିଲା। ଯେପରି ପୋଲିସ ତାଙ୍କୁ ଅଟକାଇଛି ପଛରେ ବସିଥିବା ଯୁବକ ନିଜ ମୁହଁରେ ୧୦ ଟଙ୍କିଆ ନୋଟ ଗୁଡାଉଥିଲା। ସେ କହିଥିଲା କି ତାଙ୍କ ପାଖରେ ମାସ୍କ ନାହିଁ ଏହା ପରେ ପୋଲିସ ସେମାନଙ୍କୁ ମାସ୍କ ପୁରସ୍କାର ଦେଇଥିଲା।
କାର୍ଯ୍ୟ କ୍ରିୟାରେ ପୋଲିସ:
ଦେଶବାଲ କହିଛନ୍ତି ଦୁଇ ଯୁବକଙ୍କୁ ପଚରାଯାଇଥିଲା ଲକଡାଉନରେ କଣ ପାଇଁ ବାହାରକୁ ବାହାରିଛି ସେ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏହା ପରେ ପୋଲିସ ଦୁଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ପୋଲିସର ସୂତ୍ରରୁ ଜଣା ପଡିଛି କି ଦୁଇ ଅପରାଧି ଆମୀର ଓ ମହବୁବ ସହରରେ ଠିକାଦାର କାମ କରିଥାନ୍ତି। ସେ ସହରକୁ ପଇସା ଆଣିବାକୁ ଯାଉଥିଲେ। ମାସ୍କ ନ ଲଗାଇବ ଉପରେ ଆମୀର କହିଛନ୍ତି ମାସ୍କର ଦାମ ୪୦ ଟଙ୍କା କିନ୍ତୁ ତା ପାଖରର କେବଳ ୧୦ ଟଙ୍କା ଅଛି। ଏଥିପାଇଁ ସେ ୧୦ ଟଙ୍କାକୁ ମାସ୍କ ଭଳି ବ୍ୟବହାର କରିଥିଲେ।
ଏହା ପରେ ପୋଲିସ ତାଙ୍କୁ ମାସ୍କ ଉପହାର ଦେଇଥିଲେ।କହିରଖିବୁକି ମିରଟ ଜିଲ୍ଲାରେ କରୋନାର ୩୧୨ ମାମଲା ସାମ୍ନାକୁ ଆସିଛି ଏବଂ ୧୭ ଲୋକଙ୍କ ମୃତ୍ୟୁ ଏହା ଦ୍ବାରା ହେଇଗଲାଣି ଏହା ସହିତ ୯୫ ଲୋକ ସୁସ୍ଥ ହୋଇ ଘରକୁ ଗଲେଣି। ଏବେ ଜିଲ୍ଲାର ୨୦୦ ଲୋକଙ୍କ ଚିକିତ୍ସା ଚାଲିଛି।