ଆଚାର୍ଯ୍ୟ ଚାଣକ୍ୟଙ୍କୁ ମାନିବେ ତ ସେହି ଲୋକ ବି ସୁଖରୁ ବଂଚିଥାନ୍ତି ଯିଏ ଅନ୍ୟ ଖୁସି ଦେଖି ସହି ପାରି ନଥାନ୍ତି।
ସାରା ଦୁନିଆରେ ପ୍ରସିଦ୍ଧ ଆଚାର୍ଯ୍ୟ ଚାଣକ୍ୟଙ୍କୁ ମହାନ ରାଜନୀତିଜ୍ଞ ସହିତ ମହାନ କୂଟନିତିଜ୍ଞ ମାନା ଯାଇଛି। ସେ ତାଙ୍କ ନୀତିରେ ଏପରି ଅନେକ କଥା ଲେଖିଛନ୍ତି ଯାହାର ମହତ୍ତ୍ଵ ଆଜିବି କମି ନାହିଁ। ରାଜ୍ୟ କାର୍ଯ୍ୟ ଛଡା ଚାଣକ୍ୟ ଗୃହସ୍ତ ଜୀବନ ବିଷୟରେ ମଧ୍ୟ ଅନେକ କଥା ଲେଖିଛନ୍ତି।ଏହି ନୀତିକୁ ଅନୁସରଣ କରି ଲୋକ ଅନେକ ଅସୁବିଧାରୁ ବଞ୍ଚିପାରିବେ। ଏହି ନିତି ଦ୍ବାରା ମଣିଷ ସଫଳତା ପ୍ରାପ୍ତ କରିବା ସହ ଜ୍ଞାନ ଆହରଣ କରିଥାଏ। ସେ ଏକ ଶ୍ଳୋକରେ ଲେଖିଛନ୍ତି କଣ ପାଇଁ ଲୋକ ଦୁଃଖ ପାଇଥାନ୍ତି।
ଅନବସ୍ତିତକାୟାସ୍ୟ ନ ଜନେ ନ ବନେ ସୁଖମ
ଜନୋ ଦହିତି ସଂସଗିଦ ବନମ ସଙ୍ଗଵିଵଜନାତ।
ଏହି ଶୁଳ୍କ ଦ୍ବାରା ଆଚାର୍ଯ୍ୟ ଚାଣକ୍ୟ କହିବାକୁ ଚାହାନ୍ତି କି ସୁଖ ପାଇବା ପାଇଁ ମନକୁ ଶାନ୍ତ ରଖିବା ଜରୁରୀ ଅଟେ। ଯେଉଁ ମଣିଷର ମନ ଶାନ୍ତ ରାହିନଥାଏ ସେ ସହଜରେ ସୁଖ ପାଇଁ ପାରି ନଥାଏ। ଯେଉଁମାନେ ସର୍ବଦା ଚିନ୍ତା କରିଥାନ୍ତି ସେ ସବୁବେଳେ ଦୁଃଖରେ ରହିଥାନ୍ତି। ଚାଣକ୍ୟଙ୍କ ଅନୁସାରେ ଚଞ୍ଚଳ ମନ ଦୁଃଖକୁ ଆଣିଥାଏ। ସେମାନଙ୍କୁ ସହଜରେ ସୁଖ ମିଳିନଥାଏ।
ଏହା ଛଡା ଚାଣକ୍ୟ କହିଥାନ୍ତି ଶାନ୍ତ ବ୍ୟକ୍ତି ସୁଖକୁ ଭଲ ଭାବେ ଅନୁଭବ କରିଥାଏ। ତାଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସବୁବେଳେ ଅସନ୍ତୋଷ ରହିଥାଏ ସେ ସର୍ବଦା ଦୁଃଖ ପାଇଥାଏ। ଚାଣକ୍ୟଙ୍କ ଅନୁସାରେ ଯଦି ଆପଣଙ୍କ ଭିତରେ ସନ୍ତୋଷ ନାହିଁ ତ ଆପଙ୍କ କେଉଁଠି ବି ସୁଖ ପାଇଁ ପାରିବେ ନାହିଁ। ଯଦି ଆପଣ କୌଣସି ଅସନ୍ତୋଷ ବ୍ୟକ୍ତି ସହ ରହୁଛନ୍ତି ତାର ପ୍ରଭାବ ବି ଆପଣଙ୍କ ଉପରେ ପଡିଥାଏ ଓ ଆପଣ ବି ଖୁସି ଠୁ ଦୂର ହୋଇଯାଇଥାନ୍ତି।
ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ସେହି ବ୍ୟକ୍ତି ବି ସର୍ବଦା ଦୁଃଖରେ ରହିଥାନ୍ତି ଯିଏ ଅନ୍ୟର ସୁଖ ଦେଖି ଇର୍ଷା କରିଥାଏ। ଇର୍ଷାର ଭାବନା କେବେ ବି ଖୁସି ଦେଇନଥାଏ।ସେ କହିଛନ୍ତି ଅନ୍ୟ ଖୁସି ସହିପାରୁ ନଥିବା ବ୍ୟକ୍ତି ଦୁଃଖ ପାଇବା ସହ ଏକା ସବୁବେଳେ ରହିଥାନ୍ତି। ସମାଜରେ ରହିକରି ବି ତାଙ୍କ ସାମାଜିକ ସମ୍ପର୍କ ଠିକ ନଥାଏ।