ବିରାଟ କୋହଲିଙ୍କର ଏକ ଆଶ୍ଚର୍ଯ୍ୟ ଜନକ ଖୋଲାସା ,ଟିମରେ ଚୟନ କର୍ତା ମାନେ ମାଗିଥିଲେ ଲାଞ୍ଚ।

କୋହଲି ଏହି ସମୟରେ ନିଜ ପ୍ରିୟ କ୍ରିକେଟ ଶଟ ଓ ପ୍ରିୟ ଶତକ ବିଷୟରେ କହିଛନ୍ତି। ସେ କହିଛନ୍ତି ୧୯୯୮ ରେ ଅଷ୍ଟେଲିଆ ସହିତ ସଚିନ ତେନ୍ଦୁଲକର ଯେଉଁ ଶତକ ମାରିଥିଲେ ସେ କୋହଲିଙ୍କ ପ୍ରିୟ ଶତକ। ତା ଠୁ ସୁନ୍ଦର ଶତକ ଆଉ ନାହିଁ।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଓ ନେସନାଲ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ

virat kohli

ଙ୍କ ସହିତ ଏକା ସାଙ୍ଗେ ଇନଷ୍ଟାଗ୍ରାମରେ ଲାଇଭ ଚାଟରେ ଆସିଥିଲେ। ଏହି ସମୟରେ ସେ ଏକ କଥାର ଖୋଲାସା କରିଛନ୍ତି। ସେ କହିଛନ୍ତି ଟେଷ୍ଟରେ ତାଙ୍କ ଚୟନ ପାଇଁ ତାଙ୍କ ପିତାଙ୍କୁ ଲାଞ୍ଚ ମଗାଯାଇଥିଲା। ସେ ଏହା ବି କହିଛନ୍ତି ଦିଲ୍ଲୀ ଟିମରେ ତାଙ୍କ ଚୟନ ପାଇଁ ତାଙ୍କ ପିତା ପ୍ରେମ କୋହଲି ଲାଞ୍ଚ ଦେଇନଥିଲେ।

ବିରାଟ କୋହଲି କହିଛନ୍ତି ଟେଷ୍ଟ କ୍ରିକେଟରେ ବହୁତ ଜିନିଷ ଠିକ ହୋଇନଥାଏ। ଲୋକ କହିବେ ସବୁ ସହିବା ଉଚିତ କିନ୍ତୁ କିଛି ଅଲଗା କରିବା ଉଚିତ। ସେ କହିଛନ୍ତି ମୋ ପିତା କହିଥିଲେ ନିଜ ବଳରେ ଖେଳିବ ତ ଆଗକୁ ଯିବ। ଅଲଗା ମୁଁ କିଛି କରିବି ନାହିଁ। ସେ କହିଛନ୍ତି ମୋ ପିତା ମତେ କହିଥିଲେ ପରିଶ୍ରମ ବହୁତ ଜରୁରୀ ଅଟେ।

କୋହଲି ଏହି ସମୟରେ ନିଜ ପ୍ରିୟ କ୍ରିକେଟ ଶଟ ଓ ପ୍ରିୟ ଶତକ ବିଷୟରେ କହିଛନ୍ତି। କହିଛନ୍ତି ୧୯୯୮ ରେ ଅଷ୍ଟେଲିଆ ସହିତ ସଚିନ ତେନ୍ଦୁଲକର ଯେଉଁ ଶତକ ମାରିଥିଲେ ସେ କୋହଲିଙ୍କ ପ୍ରିୟ ଶତକ। ତା ଠୁ ସୁନ୍ଦର ଶତକ ଆଉ ନାହିଁ। ସେ ସେଠାରେ ଏହା ବି କହିଛନ୍ତି କେଉଁ ସଟ ତାଙ୍କର ପସନ୍ଦ। ସେ କହିଛନ୍ତି ସଚିନ ତେନ୍ଦୁଲିକରଙ୍କ ଷ୍ଟେଟ ଡ୍ରାଇଭ ସଟ ଅଧିକ ପସନ୍ଦ ଓ କଷ୍ଟ ସାଧ୍ୟ ଅଟେ। ସେ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ଼ଙ୍କୁ ବେଷ୍ଟ ଫିଲ୍ଡର କହିଛନ୍ତି।

କୋହଲି ଓ ଛେତ୍ରୀ ଏକ ସାଙ୍ଗେ ଦିଲ୍ଲୀରେ ବଢ଼ିଛନ୍ତି।ଦୁଇଜଣ ଯାକ ନିଜ ଛୋଟ ବେଳ କଥା ମନେ ପକାଇଛନ୍ତି।ସେ କିପରି ଅଭ୍ୟାସ ପାଇଁ ଯାଇଥାନ୍ତି। ଛେତ୍ରୀ କୋହଲିଙ୍କୁ ପଚାରିଛନ୍ତି କି ଦିଲ୍ଲୀ ପରିବହନ ପାଖ ଥିଲା ନା ଟିକେଟ ମିଳିନଥିଲା। ପରେ ଦେଖା ଯିବ ଯଦି ଧରା ପଡିବା ତ। ଏହା ଉପରେ କୋହଲି କହିଛନ୍ତି ସେ କେବେ ଏପରି କରିନାହାନ୍ତି। ଆମ ଚେହେରା ଏପରି ଥିଲା କି କେହି ଆମକୁ ଏତେ ଗୁରୁତ୍ୱ ଦେବେ। ଷ୍ଟାପ କହିବ ତ ଧରିଦେବେ। ଏହାପାଇଁ ଏକ ଅଲଗା ଚରିତ୍ର ଦରକାର।

Leave a Reply

Your email address will not be published. Required fields are marked *