ଘରକୁ ଯିବାପାଇଁ ଝୁଲାରେ ବାଇକ ଯୋଡି ଯୁବକ କଲା ବ୍ୟବସ୍ଥା,ଦେଖିକି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।

କରୋନା ଭାଇରସ ମହାମାରୀରୁ ବଂଚିବାକୁ ଯେବେଠୁ ଲକଡାଉନ ଚାଲିଛି ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ନାଗରିକ ନିଜ ଘରକୁ ଯିବାକୁ ପ୍ରୟାସ କରୁଛନ୍ତି। କେହି ପାଦରେ ଚାଲି ଚାଲି ହଜାର କିଲୋମିଟର ଯାତ୍ରା କରୁଛି ତ କିଏ ଗାଡି ଯୋଗାଡ଼ କରି ଘରକୁ ଯାଉଛି । କିନ୍ତୁ ଏକ ଭାଇରାଲ ଭିଡ଼ିଓରେ ଏକ ବ୍ୟକ୍ତି ପୁରା ପରିବାର ସହିତ ଘରେ ପହଞ୍ଚିବାକୁ ଯେଉଁ ଯୋଗାଡ଼ କରିଛି ତାହା ଚକିତ କଲା ଭଳି ଅଟେ। ତେବେ ଡେରି ନ କରି ଆସନ୍ତୁ ଜାଣିବା।

ସୋସିଆଲ ମିଡିଆରେ ଏହି ଦିନରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବ୍ୟକ୍ତି ନିଜ ପରିବାର ସହିତ ଘରେ ପହଂଚିବା ପାଇଁ ବାଇକରେ ଝୁଲା ଯୋଡ଼ିଦେଇଛି। ଏହା ଦ୍ବାରା ସେ ଦୁଇ ସିଟ ଵାଲା ବାଇକକୁ ଚାରି ସିଟ କରିଦେଇଛି।

ଭିଡ଼ିଓରେ ଦେଖାଯାଉଛି କି ଏକ ବ୍ୟକ୍ତି ଏକ ବାଇକରେ ଏକ ସ୍ଟେରିଙ୍ଗ ଦ୍ବାରା ଏକ ଝୁଲା ଯୋଡ଼ିଦେଇଛି। ସେହି ଝୁଲା ବାଇକ ଦ୍ବାରା ଆଗକୁ ବଢୁଛି। ଏହି ଭିଡ଼ିଓକୁ ଦେଖି ଏହା ଉପରେ ଅନେକ କମେଣ୍ଟ କରୁଛନ୍ତି।

କହିରଖିବୁକି ଏହି ଭିଡ଼ିଓକୁ ମାରିକୋ କମ୍ପାନୀର ଚେୟାରମ୍ୟାନ ହର୍ଷ ମାରିବାଲା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି ଓ ଲେଖିଛନ୍ତି ଏହା ଯାତ୍ରା କରିବାର ସୁରକ୍ଷିତ ବାଟ ନୁହେଁ କିନ୍ତୁ ଏହି ବ୍ୟକ୍ତି ଦୁଇ ସିଟ ଵାଲା ବାଇକକୁ ଚାରି ସିଟ ଵାଲା କରିଦେଇଛି।

ସେହି ଲୋକ ଉପରେ ଏକ ବ୍ୟକ୍ତି ଟ୍ଵିଟରରେ ପ୍ରଶଂସା କରି ଲେଖିଛନ୍ତି ଏହି ଭଳି ଲୋକଙ୍କୁ ଦେଶର ଶୈଳୀ ବଦଳେଇବାକୁ କାମରେ ଲଗାଇବା ଉଚିତ। ଏବେ ପର୍ଯ୍ୟନ୍ତ ଏହି ବ୍ୟକ୍ତି ବିଷୟରେ କୌଣସି ତଥ୍ୟ ଜଣା ପଡିନାହିଁ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *