ମେହେନ୍ଦି ରେ ମିଶାଇ ଲଗାନ୍ତୁ ଏହି ଛୋଟିଆ ଜିନିଷ, କେଶ ହୋଇଯିବ କଳା,ଘନ ଓ ଉଜ୍ଜଳ…

କେଶ କୁ ପ୍ରାକୃତିକ ରଙ୍ଗ ଦେବା ପାଇଁ ହେନା ର ପ୍ରୟୋଗ ବହୁବର୍ଷ ରୁ କରା ଯାଉଛି । ଯେଉଁ ଲୋକ କେଶ ରେ କେମିକାଲ କଲର କିମ୍ବା ହେ୍ୟାର ପେକ ଲଗେଇବା ପାଇଁ ଡରୁଛନ୍ତି , ସେମାନେ ହେନା ଲଗାଇବା ଅଧିକ ଉପକାରୀ ହୋଇଥାଏ । ଏହା କେଶ କୁ କୌଣସି କ୍ଷତି ନ ପହଞ୍ଚାଇ ନିଜର କାମ କରିଥାଏ । କିନ୍ତୁ ହିନା କୁ ଏମିତି ଲଗାଇଲେ କୌଣସି ଫାଇଦା ମିଳିନଥାଏ ।

ଯଦି ଆପଣ ଏହାକୁ ଦହି , ଅଦା , କଫି ପାଉଡର କିମ୍ବା ଏମିତି କିଛି ପ୍ରାକୃତିକ ଜିନିଷ କୁ ମିଶାଇ ହେୟାର ପେକ ବନାଇ ଲଗାଇଲେ ଆପଣଙ୍କ କେଶ ନା ଖାଲି ଚମକଦାର ଓ ଘନ ହୋଇଥାଏ ଓ ତାକୁ ଜରୁରୀ ଅନୁସାରେ ପୋଷଣ ମଧ୍ୟ ମିଳିଥାଏ । କେଶ କୁ ସୁସ୍ଥ ବନେଇବା ପାଇଁ ଆମେ ଆପଣଙ୍କୁ ୫ ପ୍ରକାର ର ହେନା ର ପ୍ରସ୍ତୁତ ପେଷ୍ଟ ବନେଇବା ଶିଖେଇବା ଯାହା ଫଳରେ ଆପଣ ଆରାମ ରେ ବସି ଘରେ ବନେଇବା ଓ ଲଗାଇ ପାରିବେ ।

ହେନା ଓ ଅଁଳା ହେୟାର ପେଷ୍ଟ

ଏହା ଏକ ପ୍ରୋଟିନ ର ଭରା , ପୃଷ୍ଟିକର ହେୟାର ପେଷ୍ଟ ଯାହା କେଶ କୁ ଝଡ଼ିବା ରୁ ରୋକି ଥାଏ । ଏହି ପେଷ୍ଟ କୁ ବନେଇବା ପାଇଁ ତିନି ବଡ଼ ଚାମଚ ମେହେନ୍ଦି , ଏକ କପ୍ ଅଁଳା ଓ ଦୁଇ ବଡ଼ ଚାମଚ ମେଥି ପାଉଡର ର ପେଷ୍ଟ ବନେଇ ଏଥିରେ ଅଳ୍ପ ପାଣି ମିଶାଇବା । ଏହା ପରେ ଏଥିରେ ଏକ ଅଣ୍ଡା ର ଧଳା ଅଂଶ ଓ ଏକ ଲେମ୍ବୁ ରସ ମିଶାଇବା । ଏହି ପେଷ୍ଟ କୁ ୧ ଘଣ୍ଟା ଛାଡ଼ିଦେବା । ଏହା ପରେ ଏହାକୁ କେଶ ରେ ଲଗାଇବା ଓ ୪୫ ମିନିଟ ରୁ ୧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ଛାଡ଼ିଦେବା । ଏହା ପରେ ନିଜ କେଶ କୁ ମାଇଲ୍ଡ ସଲ୍ଫେଟ୍ ମୁକ୍ତ ଶେମ୍ପୁ ଓ ଥଣ୍ଡା ପାଣି ରେ ଧୁଅନ୍ତୁ । ଏହି ପେଷ୍ଟ କୁ ସପ୍ତାହ ରେ ଥରେ ନିହାତି କରନ୍ତୁ ।

ହେନା , ଅଣ୍ଡା ଓ ଦହି ପେଷ୍ଟ

ଏହି ହେୟାର ପେଷ୍ଟ ଆପଣଙ୍କ କେଶ କୁ ଚମକଦାର ଓ ମେନେଜବଲ କରିଥାଏ । ଏହା ପ୍ରୋଟିନ ରେ ଭରପୂର ରହିଥାଏ ଓ କଣ୍ଡୋିସନୋର ଗୁଣ ରହିଥାଏ । ଏହି ପେଷ୍ଟ କୁ ବନେଇବା ପାଇଁ ଦୁଇ ବଡ଼ ଚାମଚ ହେନା ପାଉଡର ଓ ଏକ ଚାମଚ ହେନା ପାଉଡର ଓ ଏକ ଚାମଚ ଶିକାକାଇ ପାଉଡର ପାଣି ସହ ମିଶାନ୍ତୁ । ପେଷ୍ଟ ରେ ଏକ ଅଣ୍ଡା ଓ ଏକ ବଡ଼ ଚାମଚ ରେ ଦହି ମିଶାନ୍ତୁ । ଏହି ମିଶ୍ରଣ କୁ ନିଜ କେଶ ରେ ଲଗାନ୍ତୁ ଓ ୪୫ ମିନିଟ ରୁ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ସେମ୍ପୁ ରେ ଥଣ୍ଡା ରେ ଧୋଇ ଦିଅନ୍ତୁ ।

ହେନା ଓ କଦଳୀ ପେଷ୍ଟ

ଏହି ହେୟାର ପେଷ୍ଟ ଆପଣଙ୍କ କେଶ କୁ ଚମକଦାର କରିଥାଏ । କଦଳୀ ଆପଣଙ୍କ କେଶ କୁ ଡିପ କଣ୍ଡିସନିଙ୍ଗ କରିଥାଏ ଯାହା ଫଳରେ କେଶ ଖୋଲା ଥିବା ସମୟରେ ଜଣା ପଡ଼ିଥାଏ । ଏହି ହେୟାର ପେଷ୍ଟ କୁ ବନେଇବା ପାଇଁ ୨ ଚାମଚ ହେନା ପାଉଡର କୁ ପାଣିରେ ମିଶାଇ ପତଳା କରିବା । ଏହାକୁ ରାତିସାରା ରଖନ୍ତି ।ସକାଳେ ଏକ କପ୍ ରେ ପାଚିଲା କଦଳୀ କୁ ମିଶାଇ ସେଥିରେ ମେହେନ୍ଦି ମିଶାନ୍ତୁ । ନିଜର ନିୟମିତ ସେମ୍ପୁ ରେ ନିଜ କେଶ କୁ ଧୋଇ ଦିଅନ୍ତୁ ଓ ମେହେନ୍ଦି ରେ ପ୍ରସ୍ତୁତ ପେଷ୍ଟ ଲଗାଇ କେଶ କୁ କଣ୍ଡିସନ କରନ୍ତୁ । ଏହାକୁ ଲଗାଇ ୫ ମିନିଟ ଛାଡି ଦିଅନ୍ତୁ । ତା ପରେ ନିଜ କେଶ କୁ ଉଷୁମ ପାଣି ରେ ଧୋଇ ଦିଅନ୍ତୁ । ଏମିତି ସପ୍ତାହ ରେ ଥରେ କରନ୍ତୁ ।

ହେନା ଓ କଫି ହେୟାର କଲର ପେଷ୍ଟ

ହେନା ଆପଣଙ୍କ କେଶ କୁ ନାରଙ୍ଗୀ ଲାଲ ରଙ୍ଗ ପ୍ରଦାନ କରିଥାଏ । କିନ୍ତୁ ଏହି ପେଷ୍ଟ ରେ କଫି ମିଶାଇବା ଦ୍ୱାରା କେଶ ର ରଙ୍ଗ ବରଗଡ଼ି ହୋଇ ଯାଇଥାଏ । ଏହି ପେଷ୍ଟ କୁ ବନାଇବା ପାଇଁ ଏକ ପାତ୍ର ରେ ଏକ କପ୍ ପାଣି ଓ ବଡ଼ ଚାମଚ କଫି ପାଉଡର ଫୁଟାନ୍ତୁ । ଗ୍ୟାସ ବନ୍ଦ କରନ୍ତୁ ଓ ଏଥିରେ ଧୀରେ ଧୀରେ ପାଞ୍ଚ ବଡ଼ ଚାମଚ ହେନା ପାଉଡର ମିଶାନ୍ତୁ । ନିଜର କେଶ କୁ ଭାଗ ଭାଗ କରନ୍ତୁ ଓ ଏହି ପେଷ୍ଟ କୁ ଲଗାନ୍ତୁ । ଧ୍ୟାନ ରଖନ୍ତୁ କି ଆପଣ ନିଜର ମୁହଁକୁ ଭଲ ଭାବରେ କଭର କରି ନିଅନ୍ତୁ । ଏହାକୁ ୩-୪ ଘଣ୍ଟା ଛାଡି ଦିଅନ୍ତୁ । ଏହା ପରେ କେଶ କୁ ଉଷୁମ ପାଣି ରେ ସେଂମ୍ପୁ କରନ୍ତୁ । ଭଲ ଫଳ ପାଇବା ପାଇଁ ଏମିତି ମାସ ରେ ଥରେ କରନ୍ତୁ ।

ହେନା ଓ ନଡ଼ିଆ ର କ୍ଷୀର

ଏହି ପେଷ୍ଟ ବହୁତ୍ ଶୁଖିଲା କେଶ ଥିବା ଲୋକ ଙ୍କ ପାଇଁ ଅଟେ । ନଡ଼ିଆ ର କ୍ଷୀର ସେମ୍ପୁ ଓ କଣ୍ଡିସନର ରେ ବ୍ୟାପକ ରୂପରେ ବ୍ୟବହାର କରା ଯାଇଥାଏ । ଏହି ପେଷ୍ଟ କୁ ବନେଇବା ପାଇଁ ଏକ କପ୍ ନଡ଼ିଆ ର କ୍ଷୀର , ୧୦ ବଡ଼ ଚାମଚ ହେନା ପାଉଡର ଓ ୪ ବଡ଼ ଚାମଚ ଜାଇ ତେଲ ଗରମ କରନ୍ତୁ । ଏହା କୁ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଏହାର ସବୁ ଗଣ୍ଠି ଶେଷ ନ ହୋଇଛି । ଏହି ହେୟାର ପେଷ୍ଟ କୁ ଆପଣଙ୍କ କେଶ ରେ ଲଗାନ୍ତୁ । ଏହାକୁ ଏକ ଘଣ୍ଟା ଛାଡି ଦିଅନ୍ତୁ ଓ ତା ପରେ ସେମ୍ପୁ ରେ ଧୋଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *