ମା ବାପାଙ୍କୁ ରିକ୍ସାରେ ବସାଇ ୫୦୦ କିଲୋମିଟର ରାସ୍ତା ଅତିକ୍ରମ କରିଛି ୧୧ ବର୍ଷର ଛୋଟ ପିଲା।

ଲକଡାଉନ ପାଇଁ ଦେଶ ସାରା ପଳାଇ ଯାଉଥିବା ଶ୍ରମିକଙ୍କ କରୁଣ ଦୁଃଖ ସାମ୍ନାକୁ ଆସିଛି। ଏହି ପରି ଏକ କରୁଣା ଘଟଣା ସାମ୍ନାକୁ ଆସିଛି। ୟୁପିର ବିହାର ବାରଣାସୀରେ ଏକ ୧୧ ବର୍ଷର ପିଲା ନିଜ ବାପା ମାଙ୍କୁ ରିକ୍ସାରେ ବସାଇ ନେଉଥିବା ଭିଡ଼ିଓ ବହୁତ ଭାଇରାଲ ହେଉଛି।

ଭିଡ଼ିଓର ଆରମ୍ଭରେ ଦେଖାଯାଉଛି କି କିଛି ଲୋକଙ୍କ ଆଖି ପଡିଛି ଏକ ପିଲା ଉପରେ ଯିଏକି ନିଜ ମା ବାପାଙ୍କୁ ରିକ୍ସାରେ ନେଇକି ଯାଉଛି। ଭିଡ଼ିଓରେ ସେ ପିଲା ରିକ୍ସାକୁ ଟାଣୁ ଥିବାର ଦେଖାଯାଇଛି। ଏହା ପରେ ଲୋକ ପିଲାକୁ ତାର ନାମ ପଚାରିଥିଲେ।

ସେ ପିଲା ତାର ନାମ ତବାର ଆଲମ କହିଛି। ଏହା ପରେ ଲୋକ ତାର ବୟସ ପଚାରିବାରୁ ସେ ତାର ବୟସ ୧୧ ବର୍ଷ କହିଥିଲା। ଏତିକି ନୁହଁ ଲୋକ ତା ର ତୁଳନା ଶ୍ରାବଣ କୁମାର ସହିତ ତୁଳନା କରିଥିଲେ। ସେ ପିଲା କହିଥିଲା ସେ ବାରଣାସୀରେ ରହି ମଜୁରୀ କାମ କରିଥାଏ।

ପିଲାଟି କହିଛି ସେ ନିଜ ମାତା ପିତାଙ୍କୁ ନେଇ ବିହାରରୁ ନେଇ ଅରରିଆ ବାହାରିଛି। ସେ ନିଜ ମା ବାପାଙ୍କୁ ସାହାଯ୍ୟ କରୁଛି। ତାକୁ ଲୋକ ପଚାରିଥିଲେ ସେଠାରେ ଖାଇବା ପିଇବା ଥିଲା କି ନାହିଁ। ସେ ନାହିଁ କହିଛି ଥିଲେ କଣ ଆମେ ଆସିଥାନ୍ତୁ। ଏହାପରେ ଲୋକ ତାକୁ ୫୦୦ ଟଙ୍କା ଦେଇ ତାର ସହାୟତା କରିଥିଲେ।

ଭିଡ଼ିଓ କରିଥିବା ଲୋକ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଛାଡିଥିଲେ। ଯାହା ପରେ ଏହି ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ଏହି ପିଲାକୁ ଆଜିର ଶ୍ରାବଣ କୁମାର ସହିତ ତୁଳନା କରିଛନ୍ତି। ୫୦୦ କିଲୋମିଟର ଯାତ୍ରା ଦେଖି ସମସ୍ତେ ପିଲାକୁ ସାବାସୀ ଦେଇଛନ୍ତି।

ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ ଏହାକୁ ଲାଇକ କରି ଆମକୁ ନିଜର ପ୍ରତିକ୍ରିୟା ପ୍ରଦାନ କରନ୍ତୁ ଏବଂ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *