ମେଡିକାଲ ବୈଜ୍ଞାନିକଙ୍କ ଏକ ଟିମ ଏହା ଦାବି କରିଛନ୍ତି କି ମାଉଥ ଉଆସ ଦ୍ବାରା ମରିପାରିବେ କରୋନା ଭାଇରସ।ଏହା କହିଛନ୍ତି କି ସେଲରେ ସଂକ୍ରମଣ ହେବା ପୂର୍ବରୁ ମାଉଥ ଉଆସ ଭାଇରସକୁ ମାରି ଏହି ରୋଗରୁ ବଞ୍ଚାଇବ କିନ୍ତୁ ଏହା ପୂର୍ବରୁ WHO ମାଉଥ ଉଆସକୁ ନେଇକି ଅନ୍ୟ ରାୟ ଦେଇଥିଲା।
WHO କିଛି ଦିନ ପୂର୍ବରୁ କହିଥିଲା କି ଏବେ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ କି ମାଉଥ ଉଆସ ଏହି ଭାଇରସକୁ ମାରିପାରିବ ବୋଲି କିନ୍ତୁ ଅକ୍ସପୋଡ଼ ୟୁନିଭରସିଟି ପ୍ରେସର ଫାଂସନ ଗୌଗିଯିନରେ ଛାପା ଯାଇଥିବା ଅନୁସାରେ ମାଉଥ ଉଆସରେ ଏହି ଭାଇରସକୁ ମାରିବାର ଶକ୍ତି ଅଛି ଓ ଏହାକୁ କ୍ଲିନିକାଲ ପରୀକ୍ଷା କରିବା ଆବଶ୍ୟକ।
ବ୍ରିଟେନର କାଡିଫ ୟୁନିଭରସିଟି ରିସର୍ଚ୍ଚ ଫାଂସନରେ ଷ୍ଟଡ଼ି ପ୍ରକାଶିତ ହୋଇଛି। ରିସର୍ଚ୍ଚ ଟିମକୁ ୟୁନିଭରସିଟି ବାୟୋଲୋଜି ମାନଙ୍କ ସହ ନୋଟିଘମଂ,କୋଲରୋଡ,ଆଟାବା ସହିତ ଅନ୍ୟ ୟୁନିଭରସିଟି ଏକ୍ସପଟ ମାନଙ୍କ ସମର୍ଥନ ମିଳିଛି।
କିନ୍ତୁ ରିସର୍ଚ୍ଚ ଏହା କହିନାହିଁ କି ବଜାର ରେ ବିକା ଯାଉଥିବା ମାଉଥ ଉଆସ ଦ୍ବାରା ଏହି ଭାଇରସରୁ ମୁକ୍ତି ମିଳିବ ବୋଲି କିନ୍ତୁ ଏହାକୁ ନେଇ ଆଗକୁ ରିସର୍ଚ୍ଚ କରିବା ଫାଇଦା ଦାୟକ ହେବ।
ପ୍ରକୁତରେ କରୋନା ଭାଇରସ ‘Enveloped Viruses’ ଶ୍ରେଣୀର ଅଟନ୍ତି। ଏହାର ଅର୍ଥ ଏହା କି ଏମାନେ ଫେଟି ଲେୟାରରେ ଢଙ୍କା ହୋଇ ଅଛନ୍ତି। ଏହି ଲେୟାର କିଛି ଖାସ କେମିକାଲ ଦ୍ବାରା ନଷ୍ଟ ହୋଇଥାନ୍ତି।
ରିସର୍ଚ୍ଚରେ କୁହାଯାଇଛି କି ଏହି ମାଉଥ ଉଆସ ଭାଇରସ ରେ ବାହାର ଆବରଣକୁ ନଷ୍ଟ କରିଦେବ। ଟେଷ୍ଟ ଟ୍ୟୁବରେ ଏହା ମିଳିଛି କି ଏହା ମଧ୍ୟରେ ଏଭଳି କେମିକାଲ ମିଳିଥାଏ ଯାହା Enveloped Viruses ର ବାହାର ଆବରଣଙ୍କୁ ନଷ୍ଟ କରିଦେଇଥାଏ।
ରିସର୍ଚ୍ଚରେ କୁହାଯାଇଛି କି ଦାନ୍ତ ସଫା କରାଯାଉଥିବା ମାଉଥ ଉଆସରେ Chlorhexidine, Cetylpyridinium Chloride, Hydrogen Peroxide ଓ Povidone-Iodine ଭଳି କେମିକାଲ ରହିଥାଏ। ରିସର୍ଚ୍ଚ ଅନୁସାରେ ଏହି କେମିକାଲରେ ସଂକ୍ରମଣ ଅଟକାଇବାର କ୍ଷମତା ଅଛି।