ଚୀନର ହୁନାନ ଅଞ୍ଚଳରେ ନକଲି କ୍ଷୀର ପିଇବା ଦ୍ବାରା ଅନେକ ପିଲା ରୋଗରେ ପଡିଛନ୍ତି।

ଚୀନର ଏକ ବଡ ସମସ୍ୟା ସାମ୍ନାକୁ ଆସିଛି। ଦକ୍ଷିଣ ଚୀନର ହୁନାନ ଅଞ୍ଚଳରେ ନକଲି କ୍ଷୀରର ଯାଞ୍ଚ କରାଯାଉଛି। ଏହି କ୍ଷୀର ପିଇବା ଦ୍ବାରା ଅନେକ ପିଲା ରୋଗରେ ପଡୁଛନ୍ତି। ଚୀନର ମୋର୍ନିଂ ପୋଷ୍ଟ ଖବରକାଗଜ ଅନୁସାରେ ଚେନଝୋଉ ୟୋଗସ୍କିଙ୍ଗ କାଉଣ୍ଟର ଅଧିକାରୀ ବେଇ ଏନ ମିନ ନାମକ ପ୍ରୋଟିନ ଡ୍ରିଙ୍କର ଯାଞ୍ଚ ଚାଲିଛି।ଯାହାକୁ ” ଲବ ବେବିଜ ବର୍କ୍ସସୋପ” ଷ୍ଟୋରରେ ରହିଥିବା ଫର୍ମୁଲ କ୍ଷୀର କହି ବିକା ହୋଇଥିଲା।

ପାଞ୍ଚ ଜଣ ପିଲାଙ୍କ ମା ଅଭିଯୋଗ କରିଛନ୍ତି କି ତାଙ୍କ ପିଲାଙ୍କୁ ଏକ୍ଜିମା ହୋଇଗଲା। ଏହା ଦ୍ବାରା ଚର୍ମ ଲାଲ ହୋଇଯାଏ ଓ କୁଣ୍ଡାଇ ହୋଇଥାଏ। ସେ କହିଛନ୍ତି କି କ୍ଷୀର ପିଇବା ପରେ ଅଚାନକ ପିଲାଙ୍କ ଓଜନ କମିବାରେ ଲାଗିଲା ଓ ମୁଣ୍ଡ ବୁଲାଇଲା। ଏହା ପରେ ରିପୋର୍ଟରେ କୁହାଯାଇଛି କି ପିଲାଙ୍କୁ ଅଧିକ କୁଣ୍ଡାଇ ହେଉଛି।

ହୁନାନ ଟିଭି ଅନୁସାରେ ମା ,ବାପା ନିଜ ପିଲାଙ୍କ ପାଇଁ ଏମିନୋ ଏସିଡ କ୍ଷୀର କିଣିବାକୁ ଯାଇଥିଲେ। ଯାହାଙ୍କୁ ସାଧାରଣ ଫର୍ମୁଲା କ୍ଷୀରରେ ଆଲାର୍ଜି ଥିଲା। ଦୋକାନରେ କାମ କରୁଥିବା କର୍ମଚାରୀ କହିଛନ୍ତି କି ଏହା ଦୋକାନର ସବୁଠୁ ଭଲ ଫର୍ମୁଲା କ୍ଷୀର ଅଟେ ଯାହା ଅନେକ ଆଲାର୍ଜି ପିଲାଙ୍କୁ ଦିଆଯାଇଛି।

ଜଣେ ମା ସମାଚାର ଆପ ଟୁଟିୟାଓରେ ଲେଖିଛନ୍ତି କି ” ଛଅ ମାସ ବିତିଗଲା ମୁଁ ଦେଖିଲି ମୋ ପିଲାର ବିକାଶ ରହିଯାଇଛି ଯେବେକି ସେ ୧୮ ମାସରେ ହୋଇଗଲାଣି” ସେ କହିଛନ୍ତି ଏବେ ମତେ ଲାଗିଲା କଣ ଗୋଟେ ଅସୁବିଧା ଅଛି।ମୋ ପିଲା ନକଲି କ୍ଷୀର ନିଶ୍ଚୟ ପିଇଛି। ମତେ ଏବେ ତାର ଭବିଷ୍ୟତରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ହେଉଛି। ଚୀନରେ ଏପରି ଅନେକ ଘୋଟାଲା ହେବା ଦ୍ବାରା ମା ବାପା ଅଧିକ ତମ ବିଦେଶୀ କ୍ଷୀର ପାଉଡର ଉପରେ ଭରସା କରୁଛନ୍ତି।

ଚୀନରେ ବର୍ଷ ୨୦୧୮ ରେ ବି ଏପରି ଏକ ମାମଲା ଦ୍ବାରା ଖରାପ କ୍ଷୀର ପିଇବା ଦ୍ବାରା ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା ଓ ହଜାର ହଜାର ପିଲା ରୋଗରେ ପଡ଼ିଥିଲେ।ଏହାର ଯାଞ୍ଚରେ ମିଳିଥିଲା କି କ୍ଷୀରରେ ମେଲାମାଇନ ମିଶାଯାଇଛି, ଯାହା ପ୍ଲାଷ୍ଟିକ ତିଆରି ପାଇଁ ବ୍ୟବହାର ଏକ ବିଷଧର ପଦାର୍ଥ ଅଟେ।

Leave a Reply

Your email address will not be published. Required fields are marked *