କରୋନା ଭାଇରସକୁ ଅଟକାଇବା ପାଇଁ ହେଇଥିବା ଲକଡାଉନକୁ ୫୦ ଦିନ ବିତି ଗଲାଣି। ଏକ ଦେଖାନଯାଉଥିବା ଶତ୍ରୁ କିପରି ପୁରା ଜୀବନ ଶୈଳୀକୁ ବଦଳାଇ ଦେଇଛି। ଏବେ ଏପରି ଜୀବନ ମଣିଷ ବିତାଇଛନ୍ତି ଯାହାର ସେ କଳ୍ପନା ବି କରିନଥିବେ। ଆସନ୍ତୁ ଏହି ୧୦ ଫୋଟୋରୁ ବୁଝିବା କିପରି ଜୀବନ ଶୈଳୀ ବଦଳିଯାଇଛି।
କରୋନା ଭାଇରସ ଆମ ଜୀବନ ଶୈଳୀକୁ ବଦଳାଇଦେଇଛି। ଏହି ସଙ୍କଟ ସମୟରେ କିଛି ଏପରି ଫୋଟୋ ଆସିଛି ଯାହାକୁ ଦେଖି ହୃଦୟ କମ୍ପି ଯାଉଛି।ଯେପରି ଏହି ଖରାରେ ଛୋଟ ଛୋଟ ଛୁଆ ନିଜ ମା କାନିର ସାହାରା ନେଇ ଅନେକ ଦୂର ଯାତ୍ରାରେ ବହାରିପଡିଛନ୍ତି।ଏପରି ଯାତ୍ରା ଯାହାର ଆରମ୍ଭ ଜଣାଅଛି କିନ୍ତୁ ଶେଷ ଅନ୍ଧାରରେ ଅଛି। ଛୋଟ ଛୋଟ ଛୁଆ ଏହି ଖରାରେ ପାଣି ପାଇଁ ଆକୁଳ ହେଉଛନ୍ତି।
ଛୁଆଙ୍କ ଅବସ୍ଥା ଖରାପ:
ଏହି ଖରାରେ ଲୋକ ରାସ୍ତାରେ ସାହାରା ଖୋଜୁଛନ୍ତି ଏହି ସମୟରେ ଯଦି କୌଣସି ଟ୍ରକ ତାଙ୍କୁ ଉଠାଇଲା ବି ମୁଣ୍ଡ ଉପରେ ଗରମ ଖରା। ଏହି କଷ୍ଟ କେବଳ ବଡ ଲୋକ ନୁହଁ ଛୋଟ ଛୁଆ ବି ଭୋଗୁଛନ୍ତି। ଏହି ଖେଳ କୁଦ ଅବସ୍ଥାରେ ସେ ଏହି ଅବସ୍ଥା ଭୋଗୁଛନ୍ତି।
ଫାଙ୍କା ଫାଙ୍କା ଅନ୍ତିମ ଯାତ୍ରା:
ଭାରତ ଏକ ଏପରି ଦେଶ ଯେଉଁଠି ଜନ୍ମ ଓ ମରଣ ଦୁଇଟି ଯାକର ଉତ୍ସବ ପାଳନ ହେଇଥାଏ। ଦୁଃଖ ଓ ସୁଖ ଦୁଇଟିରେ ଲୋକ ଏକାଠି ହୋଇଥାନ୍ତି।ଏ ହି ଭାଇରସ ସଂକଟରେ ଅନ୍ତିମ ସଂସ୍କାର ସମୟରେ ନିଜ ଲୋକ ବି ରହିପାରୁନାହାନ୍ତି।ଏହି ଅନ୍ତିମ ଯାତ୍ରାରେ ଦୁଇ ଚାରି ଲୋକ ହିଁ ସାମିଲ ରହୁଛନ୍ତି। କବରସ୍ଥାନର ଏହି ଫୋଟୋ ଜଣାଉଛି ଏବେ କେବଳ ଲୋକ ହିଁ ନୁହଁ ଶବ ବି ଏକା ହୋଇଯାଇଛନ୍ତି।
ଟ୍ରକରେ କେବଳ ସାମଗ୍ରୀ ନୁହଁ ମଣିଷ ବି ବୁହାଯାଉଛନ୍ତି:
ଏହି ସଙ୍କଟ ସମୟରେ ଟ୍ରକ କେବଳ ସାମଗ୍ରୀ କି ନୁହେଁ ମଣିଷ ମାନଙ୍କୁ ବି ବୁହାଉଛି। ଏହି ଭୀଷଣ ଖରାରେ ଅନେକ ଦୂର ବାଟ ଖୋଲା ଟ୍ରକରେ ବାଧ୍ୟ ହେଇ ଯାତ୍ରା କରୁଛନ୍ତି।
ଠେକେ ରେ ବି ଅନୁଶାସନ:
ବହୁତ ଦିନ ପରେ ଯେବେ ମଦ ଖୋଲିଲା ମଦୁଆଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି କିନ୍ତୁ ଲୋକ ପୋଲିସ ଓ କରୋନା ଭୟରେ ଲୋକ ଦୂରତା ବଜାଇରଖୁଛନ୍ତି। ମଦ ପାଇଁ ଲୋକମାନେ ୧୨-୧୨ ଘଣ୍ଟା ଅପେକ୍ଷା କରିଛନ୍ତି।
ଡାକ୍ତର:ଆଗରୁ ତ ଡାକ୍ତର ବି ଅପରେସନ ସମୟରେ ବି ଏତେ ସୁରକ୍ଷା ଦେଖାଉନଥିଲେ। ଏହି ଭାଇରସ ପାଇଁ ଏବେ ଡାକ୍ତର ପିପିଇ କିଟ ଦ୍ବାରା ଦେଖାଯାଉଛନ୍ତି। ରୋଗୀ ମାନଙ୍କୁ ଦେଖିବା ସମୟରେ ଅନେକ ସାବଧାନତା ଦେଖାଉଛନ୍ତି।ଏକ ଫୋଟୋରେ ଦେଖାଯାଉଛି କି ଏକ ରୋଗୀକୁ ଡାକ୍ତର କାଚ ଆରପଟ ଦେଖୁଛନ୍ତି।
ରାସ୍ତା ପୁରା ସୁନସାନ:
ଭାବନ୍ତୁ ଯଦି ଚାଲିବାର ଥିଲା ତ ରାସ୍ତା ଏତେ ବଡ କରିବା କଣ ଆବଶ୍ୟକ ଅଛି। ବଡ ବଡ ଗାଡି ପାଇଁ ହୋଇଥିବା ରାସ୍ତା ଏବେ ପୁରା ଖାଲି ଖାଲି। ରାସ୍ତାରେ ଯଦି ମଣିଷ ଦେଖା ଯାଉଥିଲେ ବି ସେ ପାଦରେ ଚାଲି ଚାଲି।
ବଜାରରେ ବି ‘ଏକା ଏକା’:
ବଜାର ର ନାମ ଧରାଗଲା ବେସି ଲୋକ ଥିବାର ଦେଖାଯାଇଥାନ୍ତି କିନ୍ତୁ ଏବେ ଜଣେ ଜଣେ ହିଁ ବଜାରରେ ଦେଖା ଯାଉଛନ୍ତି। ବଜାରରେ ବି ଦୂରତ୍ୱ ବଜାଇ ରଖିବା ଆବଶ୍ୟକ। ତା ସହିତ ମୁହଁରେ ମାସ୍କ ଲଗାଇବା ଜରୁରି।
ଟ୍ରେନ ବିହାର ଯାଉଛି:
ଏତେ ଖାଲି ଟ୍ରେନ ଭାରତରେ ଦେଖାଯାଇନଥାନ୍ତି। ଖାସ କରି ଯଦି ଟ୍ରେନ ବିହାର ଯାଇଥାଏ ତ ଅଧିକ ଲୋକ ଦେଖାଯାଇଥାନ୍ତି କିନ୍ତୁ ଆଜିକାଲି ପୁରା ଫାଙ୍କା ଫାଙ୍କା ଯାଉଛି ଟ୍ରେନ। ଏହି ଲକଡାଉନ ରେ ବି ଯେଉଁ ସ୍ପେଶାଲ ଟ୍ରେନ ଚାଲିଛି ସେଠାରେ ବି ଅଧିକ ସୁରକ୍ଷା ପ୍ରତି ଧ୍ୟାନ ଦିଆ ଯାଉଛି। ସେଠାକୁ ବି ସେହିମାନେ ଯାଉଛନ୍ତି ଯେଉଁମାନଙ୍କର ଟିକେଟ ପକ୍କା ହେଇଛି।
ଖରାବେଳେ ଓ ପାଦରେ ଚାଲି ଚାଲି ଯାଉଛନ୍ତି ଲୋକ:
ଲକଡାଉନରେ ଚାକିରୀ ନଥିବାରୁ ଖାଇବା ନ ପାଇଁ ପ୍ରବାସୀ ଶ୍ରମିକ ପାଦରେ ଚାଲି ଚାଲି ନିଜ ଘରକୁ ଯାଉଛନ୍ତି। କିଛି ଲୋକ ତ ଯିବା ସମୟରେ ମରି ବି ଯାଉଛନ୍ତି କିନ୍ତୁ ଏହି ସଙ୍କଟ ସମୟରେ ଘର ଛଡା ଆଉ କିଛି ଦେଖା ହିଁ ଯାଉନି।କିଏ ଭାବିଥିଲା ଏହି ବିଜ୍ଞାନ ଯୁଗରେ ଲୋକ ପାଦରେ ଚାଲି ଚାଲି ଘରକୁ ଯିବାକୁ ପଡିବ।
ଠେଲା ଗାଡିରେ ପରିବାର:
ଏହି ଠେଲା ଗାଡି ଆପଣ ପରିବା ବା ଚାଟ ବିକ୍ରି ପାଇଁ ଦେଖିଥିବେ। ଆଜି କିନ୍ତୁ ଲୋକ ଏହା ଦ୍ବାରା ନିଜ ପରିବାରର ବୟସ୍କ ଲୋକ ମାନଙ୍କୁ ଘରକୁ ନେବାରେ କାମରେ ଲଗାଉଛନ୍ତି।
ବାଧ୍ୟତାମୂଳକ:
ଯେଉ ଟ୍ରେନ ଲାଇନ ଟ୍ରେନ ଯିବାପାଇଁ ହୋଇଥିଲା ଆଜି ସେହିଠି ଶ୍ରମିକ ମାନେ ଚାଲି ଚାଲି ଯିବାର ଦେଖାଯାଉଛି।ମହାରାଷ୍ଟ୍ରରେ ଏକ ଟ୍ରେନ ଦୃଘଟଣାରେ ୧୬ ଜଣ ଶ୍ରମିକ ମରିଗଲେ। ଲୋକ କରିବେ ତ କଣ କରିବେ ଟ୍ରେନ ନ ମିଳିବାରୁ ଟ୍ରେନ ଲାଇନରେ ଚାଲୁଛନ୍ତି।