ସ୍ପା ଓ ସେଲୁନ ସମେତ ଏହି ସବୁ ଜିନିଷ ଉପରେ ଲଗି ରହିପାରେ ପ୍ରତିବନ୍ଧକ,ଜାଣନ୍ତୁ ୧୦ ନୂଆ ନିୟମ।

ନୂଆଦିଲ୍ଲୀ- କରୋନା ପାଇଁ ଦେଶରେ ସବୁ ରାଜ୍ୟରେ ଲକଡାଉନ ରହିଛି। ସବୁ ବନ୍ଦ କାରଣରୁ ଦେଶର ଅର୍ଥବ୍ୟବସ୍ଥା କମିବାରେ ଲାଗିଛି। କରୋନାର ଚିକିତ୍ସା ଏତେ ଶୀଘ୍ର ମିଳିବା ସମ୍ଭବ ହୁହେଁ ତେଣୁ କେନ୍ଦ୍ର ସରକାର ଓ କେଜେରିବାଲ ସରକାର ପୂର୍ବରୁ ହିଁ ଏହି ମହାମାରୀ ସହିତ ବଞ୍ଚିବାକୁ କବିଥିଲେ। ଏମିତିରେ ଦିଲ୍ଲୀରେ କେଉଁ ସବୁ ଜିନିଷ ଖୋଲିବ ତାହା ନେଇ ଦିଲ୍ଲୀ ସରକାର ଅରବିନ୍ଦ କେଜେରିବାଲ ଜନତାଙ୍କୁ ରାୟ ମାଗିଛନ୍ତି। ଲୋକ ମାନଙ୍କ ଠୁ ମିଳିଥିବା ରାୟ ଅନୁସାରେ ସରକାର କିଛି ନିୟମ କରିଛନ୍ତି। ଯାହାକୁ ସେ ଆଜି ଏଲଜିର ବୈଠକରେ କହିଛନ୍ତି। ତେବେ ଆସନ୍ତୁ ଜାଣିବା କଣ କଣ ବନ୍ଦ ହେବ ଓ କଣ କଣ ଖୋଲିବ।

୧- ଜନତାଙ୍କ ଠୁ ମିଳିଥିବା ପରେ କେଜେରିବାଲ ମିଡିଆ ସହ କଥା ହୋଇଛନ୍ତି ଓ ସେ ସଂକେତ ଦେଇଛନ୍ତି କି କଲେଜ  ଆଗକୁ ବି ବନ୍ଦ ରଖାଯାଇପାରେ। କାରଣ ଛୁଆଙ୍କୁ ସଂକ୍ରମଣର ଅଧିକ ହେବା ଆଶା ଅଛି।
୨-ସେଲୁନ ଇତ୍ୟାଦି ଦ୍ବାରା ଲୋକ ବେସି ବେସି ସଂକ୍ରମଣ ହେବେ ବୋଲି ଏହାକୁ ମଧ୍ୟ ବନ୍ଦ ରଖାଯାଇପାରେ।୩-ପୂର୍ବରୁ ପିଜା ଡେଲିଭରି ଲୋକ ଦ୍ବାରା ଅଧିକ ଲୋକ ସଂକ୍ରମଣ ହୋଇଥିଲେ ଏଥି ପାଇଁ ଏହା ଉପରେ ପ୍ରତିବନ୍ଧକ ଆଗପରି ରହିପାରେ।

୪-୨୨ମାର୍ଚ୍ଚରୁ ଦିଲ୍ଲୀରେ ସପିଙ୍ଗ ମହଲ ସବୁ ବନ୍ଦ ଅଛି ଏହାଦ୍ବାରା ଅନେକ କ୍ଷତି ହେଉଛି କିନ୍ତୁ ଏହି ପରି ସ୍ଥାନରେ ସାମାଜିକ ଦୂରତା ପାଳନ ହୋଇପାରିବନି ତେଣୁ ଏହାକୁ ବି ବନ୍ଦ ରଖାଯାଇପାରେ।
୫- ଲୋକଙ୍କୁ ଯିବା ଆସିବାରେ ଅସୁବିଧା କାରଣରୁ ଲୋକ ସରକାରଙ୍କୁ ଏହା ପାଇଁ ଆବେଦନ କରିଛନ୍ତି ତେଣୁ ସାମାଜିକ ଦୂରତା ପାଳନ ହୋଇ ବସ ଓ ଟ୍ରେନ ସେବା ଚାଲୁ କରାଯାଇପାରେ।
୬- କିଛି ଦିନରୁ ଶ୍ରମିକ ନଥିବାରୁ କମ୍ପାନୀରେ କୌଣସି ଆବଶ୍ୟକ ସାମଗ୍ରୀ ତିଆରି ହେଇପାରୁନାହିଁ ତେଣୁ କିଛି କର୍ମଚାରୀଙ୍କ ସହ କମ୍ପାନୀ ମାନେ ପୁନର୍ବାର ଆରମ୍ଭ କରିପାରନ୍ତି।

୭-ଏହି ମହାମାରୀ ଦିଲ୍ଲୀରେ ବଢ଼ିବାରେ ଲାଗିଛି। ତେଣୁ ରେଡ଼ ଜୋନ ଓ କଣ୍ଟେଣ୍ଟମେଣ୍ଟ ଜୋନରେ ଅଧିକ ଗୁରୁତ୍ୱ ଦିଆଯିବ।
୮-ବୟସ୍କ ଲୋକକୁ ଏହି ରୋଗ ବେସି ହେଉଥିବାରୁ ୬୫ ବର୍ଷ ବା ତା ଠୁ ବୟସ୍କ ବ୍ୟକ୍ତିଙ୍କୁ ମନିଂ ୱର୍କ ଯିବାକୁ ସରକାର ମନା କରିଛନ୍ତି।
୯-ଗ୍ରୀନ ଜୋନରେ କିଛି କୋହଳ ମିଳିପାରେ , କପଡା ଓ ଖାଦ୍ୟ ଦୋକାନ ଖୋଲି ପାରେ।
୧୦-ଅନେକ ସରକାରୀ ଯଥା ରାସ୍ତା କାମ,ଇତ୍ୟାଦି ବନ୍ଦ ଅଛି ଏହା ସବୁ ଖୋଲି ପାରେ।

ଆମେ ଯାହା ସବୁ କହିଲୁ ଏହା କେବଳ ସରକାରଙ୍କ ସଂକେତ ଅନ୍ତିମ ନିର୍ଣ୍ଣୟ ବୈଠକ ପରେ ହିଁ ଜଣାପଡିବ।କେଜିରିବାଲ ଏହା ପାଇଁ କେନ୍ଦ୍ର ସରକାରଙ୍କ ସହ ବି କଥା ହୋଇଛନ୍ତି।

Leave a Reply

Your email address will not be published. Required fields are marked *