ରାମାନନ୍ଦ ସାଗରଙ୍କ ସିରିଏଲ ଶ୍ରୀକୃଷ୍ନ ର କଲା କାର ମାନେ ବହୁତ ଦିନ ପରେ ବର୍ତମାନ ପୁଣି ଥରେ ବହୁତ ଚର୍ଚ୍ଚାରେ ଅଛନ୍ତି | ଲକଡାଉନ ସମୟରେ ଲୋକମାନେ କେବଳ ଘରେ ରହି ଦୂରଦର୍ଶନ ଚାନେଲ ରେ ଶ୍ରୀ କୃଷ୍ଣ ସେରିଏଲ ଦେଖି କେବଳ ମନରଞ୍ଜନ କରୁନାହାନ୍ତି ବରଂ ବହୁତ ଜ୍ଞାନ ଆହରଣ କରୁଛନ୍ତି ଏବଂ ବହୁତ କଥା ଶିଖୁଛନ୍ତି ମଧ୍ୟ | ଶ୍ରୀକୃଷ୍ଣ ସିରିଏଲ ରେ ପ୍ରେତ କଳାକାର ତାଙ୍କର ଅଭିନୟର ଯାଦୁ ଦେଖାଇ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି | ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ନ ସିରିଏଲ ର କୃଷ୍ନଙ୍କ ଭଉଣୀ ଶୁଭଦ୍ରାଙ୍କ ବିଷୟରେ କହିବୁ |
ବହୁତ କମ ଲୋକ ଜାଣିଛନ୍ତି କି ଶ୍ରୀକୃଷ୍ନ ସିରିଏଲ ରେ ଭଗବାନ କୃଷ୍ନଙ୍କ ଭଉଣୀ ସୁଭଦ୍ରା ଭୂମିକାରେ ହିମେଶ ରେଶମିୟା ଙ୍କ ଦ୍ୱିତୀୟ ସ୍ତ୍ରୀ ସୋନିୟା କାପୁର ଅଭିନୟ କରିଛନ୍ତି |
ଶୋ ରେ ସୋନିୟା ଏକ ତେଜବତ୍ସି ଧନୁରଧାରୀ ରୂପରେ ବାଣ ଚେଲେଇ ଚାଲି ଚାଲି ଆସୁଥିବାର ନଜର ଆସିଛନ୍ତି | ଏହି ସେରିଏଲ ରେ ୩/୪ ଭାଗା ପରେ ସୋନିୟା ନଜର ଆସିଥିଲେ | ସୋନିୟା କାପୁର ଏହି ଶୋ ରେ ନିଜର ଏକ ଛୋଟ ଭିମିକା ଜରିଆରେ ଲୋକମାନଙ୍କ ମନ ମୋହିଥିଲେ |
ସୋନିୟା କାପୁର ଶ୍ରୀକୃଷ୍ନ ସିରିଏଲ ଛାଡ କିଟି ପାର୍ଟି, ପ୍ରିୟା କା ଘର, କୁସୁମ, କଭି କଭି ନା, ସତୀ, ଦ ପାୱାର ଅଫ ଟ୍ରୁଥ, ରିମିକିସ, ଭାହୁବଳୀ କି ପାର୍ଥନା, ଏସ ବସ, ଲଭ୍ ୟୁ ଜିନ୍ଦେଗୀ ‘,’ ଜୟ ଗଣେଶ ‘,’ ଜୟ ହନୁମାନ ‘ସିରିଏଲରେ କାମ କରି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରିଚୟ ସୃଷ୍ଟି କରିଛନ୍ତି |
ସୋନିୟା କାପୁର ଫରେବ’, ‘ସତ୍ତା’, ‘କାର୍ବନ’ ଏବଂ ‘ଅଫିସର’ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜର ଜଲଵା ଦେଖେଇଛନ୍ତି |
ବର୍ତ୍ତମାନ ଏବେ ସେ ଏହି ସିନେମା ଇଣ୍ଡେସ୍ତ୍ରୀ ରୁ ଦୂରେଇକି ଅଛନ୍ତି, ଓ ନିଜର ବ୍ୟବାହିକା ଜୀବନକୁ ଉପଭୋଗ କରୁଛନ୍ତି | ବିବାହ ପୂର୍ବରୁ ହିମେଶ ଏବଂ ସୋନିୟା ୧୦ ବର୍ଷ ପର୍ଯ୍ୟନ୍ତ ଦୁହିଁ ଦୁହିଁଙ୍କୁ ଡେଟ କରିଥିଲେ |
ସୋନିୟା ଏବଂ ହିମେଶଙ୍କ ବିବାହକ ଏକ ଘରୋଇ ସମାରହା ରେ ହୋଇଥିଲା | ସୋନିୟା ହିମେଶଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି | ତାଙ୍କ ପୂର୍ବରୁ ହିମେଶ ତାଙ୍କର ପ୍ରଥମ ସ୍ତ୍ରୀ କୋମଳ କୁ ବିବାହର ୨୨ ବର୍ଷ ପରେ ୨୦୧୭ ମସିହାରେ ଛାଡ ପତ୍ର ଦେଇଥିଲେ |