ଭାରତ ନେପାଳ ଓ ବାଂଲାଦେଶ କୁ ଶକ୍ତ ଝଟକା ଦେଇଛି । ଭାରତ ଏହି ଦେଶ ସହ ତିନି ଲକ୍ଷ ଟନ ରୁ ଅଧିକ ରିଫାଇନ ପାମୁଏଲ୍ ତେଲ ଆମଦାନୀ ର ମଞ୍ଜୁରୀ ରଦ୍ଧ କରି ଦେଇଛି । ଦକ୍ଷିଣ ଏସିଆ ମୁକ୍ତ ବ୍ୟାପାର ବୁଝାମଣା ପତ୍ର ହିସାବରେ , ନେପାଳ ଓ ବାଂଲାଦେଶ ଙ୍କୁ ଭାରତରେ ପମୁଏଲ୍ ତେଲ ବିକିବା ପାଇଁ ଆମଦାନୀ ଶୁଳ୍କ ଦେବାକୁ ପଡିନଥାଏ ।
ଦକ୍ଷିଣ ଏସିଆ ମୁକ୍ତ ବ୍ୟାପାର ବୁଝାମଣା ପତ୍ର ର ଜରୁରୀ ସର୍ତ୍ତ ଅନୁସାରେ ଦୁଇ ଦେଶ ନିଜେ ପାମୁଏଲ ଉତ୍ପାଦନ କରିନଥାନ୍ତି ଯାହା ଫଳରେ ଭାରତ ଆମଦାନୀ କୁ ରଦ୍ଧ କରିବା ଭଳି ଶକ୍ତ ପଦକ୍ଷେପ ନେଇଛି ।
ନେପାଳ ଓ ବାଂଲାଦେଶ ରୁ ପାମୁଏଲ , ମସଲା ଓ ଟାୟାର ସମେତ ଅନେକ ବସ୍ତୁ ଉପରେ ଆମଦାନୀ ଶୁଳ୍କ ଲଗାଇ ନଥାଏ କିନ୍ତୁ ଏଥିରେ ବହୁତ୍ ଦୁରୁପଯୋଗ କରାଯାଉଥିଲା । ଆମଦାନୀ ରେ ଗଡବଡ ଏହା କି ଏହି ଦେଶ ନିଜେ ଉତ୍ପାଦନ କରିନଥାଏ । କିଛି ଲୋଭୀ ବ୍ୟାପାରୀ ନିଜର ଜିନିଷ କୁ ଏହି ଦେଶ ମାନଙ୍କ ସାହାଯ୍ୟରେ ଭାରତ ରେ ବିକିବା ପାଇଁ ଚେଷ୍ଟା କରିଥାଏ କାହିକିଁ ନା ମୁକ୍ତ ବ୍ୟାପାର ବୁଝାମଣା ପତ୍ର ସାହାଯ୍ୟ ରେ ଏହି ଦେଶ କୁ ମିଳୁଥିବା ଆମଦାନୀ ଶୁଳ୍କ ରୁ ବଞ୍ଚିପାରିବ ।
ସାଫ୍ଟା ବୁଝାମଣା ରେ ସାମିଲ ବହୁତ ଦେଶ ଅନ୍ୟ ଜାଗା ରୁ ଆସୁଥିବା ଜିନିଷ ଉପରେ ବହୁତ କମ ଆମଦାନୀ ଶୁଳ୍କ କିମ୍ବା ବିନା ଶୁଳ୍କ ରେ ଆମଦାନୀ କରିଥାଏ ।
ଭାରତୀୟ କାରବାର ବି ବି ମେହେତା ପତ୍ରକାର ଙ୍କୁ କହିଛନ୍ତି ,” ଏତେ ବର୍ଷରୁ ନେପାଳ ଓ ବାଂଲାଦେଶ ରୁ ଉତ୍ପାଦନ ର ସ୍ଥିତି ର ନିୟମ ର ଉଲଘଂନ କରିଥିବାରୁ ପାମୁଏଲ ତେଲ ର ଆମଦାନୀ ଜାରୀ ରହିଛି । ନିୟମ ହିସାବରେ , ଯେଉଁଠାରେ ନିର୍ମାଣ କରାଯାଇଥାଏ , ସେହି ଦେଶ ରେ ଜିନିଷ ଉତ୍ପାଦନ ହେବା ମଧ୍ୟ ଦରକାର । ଶେଷରେ କେନ୍ଦ୍ର ସରକାର ଏହି ପ୍ରକାର ଆମଦାନୀ ଉପରେ ଅଙ୍କୁଶ ଲଗାଇଛି ।
ଏହି ଦେଶ ପାଖରେ ତେଲ ଆମଦାନୀ କରିବା ପାଇଁ ଅଧିକୃତ ୩୯ ଲାଇସେନ୍ସ ରଦ୍ଦ କରି ଦିଆ ଯାଇଛି । ଏଥିରେ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ଓ ବିହାରର ର ଆମଦାନୀକାରୀ ଥିଲେ । ଏହି ପରମିଟ୍ ସାହାଯ୍ୟ ରେ ସବୁଠାରୁ ଅଧିକ ନେପାଳ ରୁ ଆମଦାନୀ ହେଉଥିଲା । ତିନି ଲକ୍ଷ ଟନ ପାମୁଏଲ୍ ତେଲ ରୁ ୨.୯୩ ଲକ୍ଷ ଟନ ନେପାଳ ରୁ ଓ ୧୨୦୦୦ ଟନ ପାମୁଏଲ ତେଲ ବାଂଲାଦେଶ ରୁ ଆମଦାନୀ ହୋଇଥାଏ ।
କେନ୍ଦ୍ର ସରକାର ରିଫାଇନ ରୋଷେଇ ତେଲ ର ଆମଦାନୀ କୁ ମଧ୍ୟ ହୋତସାହିତ କରିବାକୁ ଚାହୁଁଥିଲି କାହିଁକି ନା ଘରୋଇ ରିଫାଇନ କୁ ନିଜର କ୍ଷମତା ବଢାଇବା ପାଇଁ ସୁଯୋଗ ମିଳିପାରୁ । ଜାନୁଆରୀ ମାସରେ ସରକାର ପାମୁଏଲ ତେଲ ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ପଦକ୍ଷେପ ପରେ ପାମୁଏଲ ତେଲ ର ଆମଦାନୀ ପାଇଁ ଡିଜୀଏଫଟୀ ର ମଞ୍ଜୁରୀ ନେବା ଅନିର୍ବାଯ୍ଯ କରି ଦିଆଯାଇଛି । ଫେବୃଆରୀ ମାସ ରେ ସରକାର କଞ୍ଚା ପାମୁଏଲ ତେଲ ଉପରେ ୪୪ ପ୍ରତିଶତ ଆମଦାନୀ ଶୁଳ୍କ ଓ ରିଫାଇନ ତେଲ ଉପରେ ୫୪ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଛନ୍ତି ।
ଏସଇଏ ଡାଟା ଅନୁସାରେ , ଆରଡୀବୀ ପାମୁଏଲ ତେଲ ର ଆମଦାନୀ ରେ ନଭେମ୍ବର ରୁ ଏପ୍ରିଲ ମାସ ମଝିରେ ୭୦ ପ୍ରତିଶତ ଖସି ଆସିଥିଲା । ଯେବେ କି ଏହି ଅବଧି ରେ କଞ୍ଚା ପାମୁଏଲ ତେଲ ଓ ପାମୁଏଲ କର୍ନେଲ ତେଲ ର ଆମଦାନୀ ରେ ମଧ୍ୟ ୧୪ ପ୍ରତିଶତ କମି ଆସିଛି । ବିଶେଷଜ୍ଞ ଙ୍କ ମାନିବା କଥା କି ରିଫାଇନ ପାମୁଏଲ ତେଲ ର ଆମଦାନୀ ରେ ଆସିଥିବା କମି ପଛରେ ଭାରତ ଓ ମାଲେସିଆ ମଧ୍ୟ ରେ ଥିବା ସମ୍ଭନ୍ଧ ମଧ୍ୟ ଅଟେ । ଭାରତ ମାଲେସିଆ ବଡ଼ ମାତ୍ର ରେ ରିଫାଇନ ତେଲ ଆମଦାନୀ କରୁଥିଲା କିନ୍ତୁ ଅନୁଚ୍ଛେଦ ୩୭୦ ପରେ ମାଲେସିଆ ର ରୁଖ ବ୍ୟାପାର କୁ ମଧ୍ୟ ପ୍ରତିବନ୍ଧ ଲଗାଇଥିଲା ।
ଭାରତ ନେପାଳ ଓ ବାଂଲାଦେଶ ରୁ ପାଖରୁ ତେଲ ର ଆମଦାନୀ କୁ ରଦ୍ଦ କରିବାକୁ ନିଷ୍ପତ୍ତି ଉପରେ ଭାରତୀୟ ଉଦ୍ୟୋଗପତି ମାନେ ଖୁସି ହୋଇଛନ୍ତି । ଇଣ୍ଡଷ୍ଟ୍ରି ମାନଙ୍କ ର କହିବା କଥା କି ଲମ୍ବା ସମୟରୁ ମୁକ୍ତ ବ୍ୟାପାର ବୁଝାମଣା ପତ୍ର ର ଉଲ୍ଲଘଂନ କୁ ଦେଖି ଏହି ନିଷ୍ପତ୍ତି ବହୁତ ଦରକାରୀ ଥିଲା ।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |