ଏମିତି ସ୍ବପ୍ନ କରିଥାଏ ଆପଣଙ୍କୁ ଫାଇଦା
ସ୍ବପ୍ନ ଦେଖିବା ରେ ମନୁଷ୍ୟ ଏମିତି କାଳ୍ପନିକ ଦୁନିଆ କୁ ଚାଲି ଯାଇଥାଏ ଯାହା ବିଷୟରେ ସେ ନିଜର ଅସଲ ଜୀବନ ରେ ପ୍ରାୟ କଳ୍ପନା କରିଥାଏ । କିଛି ସ୍ବପ୍ନ ଆପଣଙ୍କୁ ହସାଇ ଦେଇଥାଏ ତ କିଛି ସ୍ବପ୍ନ କୁ ଦେଖି ଆପଣ ବହୁତ ଥର ନିଦ ରେ କାନ୍ଦିବା ଓ ଚିଲାଇବା କୁ ଲାଗିଥାନ୍ତି ।ସେମିତି କିଛି ସ୍ବପ୍ନ ଆପଣଙ୍କୁ ସୁଖ ଦୁଃଖ ର ସଙ୍କେତ ଦେଇଥାଏ । ସେଥି ମଧ୍ୟ ରୁ ଏମିତି କିଛି ସ୍ବପ୍ନ ଏମିତି ହୋଇଥାଏ ଯାହା ଏହା କହିଥାଏ କି ବହୁତ ଜଲଦୀ ଆପଣଙ୍କ ପାଖକୁ ପଇସା ଆସିବ….
ଏମିତି ପିଲା ଙ୍କୁ ଦେଖିଲେ
ଯଦି ଆପଣ ସ୍ବପ୍ନ ରେ କୌଣସି ଛୋଟ ପିଲା କୁ ମସ୍ତି ଓ ବଦମାସୀ କରୁଥିବା ର ଦେଖିଲେ ତେବେ ବୁଝି ଯାଆନ୍ତୁ ଆପଣଙ୍କୁ ବହୁତ ଜଲଦୀ କେଉଁଠୁ ଧନପ୍ରାପ୍ତି ହେବ । ଏହାର ଅର୍ଥ କୌଣସି ଡୀଲ ର ଫାଇନାଲ ହେବା ପରେ ପଇସା ଆସିପାରେ । କିମ୍ବା କୌଣସି ପୁରୁଣା ନିବେଶ ଆପଣଙ୍କୁ ଲାଭ ଦେଇପାରେ ।
ସ୍ବପ୍ନ ରେ ଏମିତି ଜିନିଷ ଦେଖିବା
ସ୍ବପ୍ନ ରେ ଯଦି ଆପଣ କୌଣସି ରୂପରେ ବିଷ୍ଠା ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କେଉଁଠି ରୋକିଥିବା ଧନ ମିଳିପାରେ । ଏମିତି ସ୍ବପ୍ନ ବହୁତ ଶୁଭ ମାନଯାଇଥାଏ । ଏହା ଲକ୍ଷ୍ମୀ ଙ୍କ ଆଗମନ ର ସଙ୍କେତ କୁହାଯାଇଥାଏ । ପଶୁପକ୍ଷୀ ଙ୍କ ମଳ ଦେଖିବା ସେମିତି କିଛି ଖାସ୍ ଅର୍ଥ ନାହିଁ ।
ସ୍ନାନ କରୁଥିବା ର ଦେଖିଲେ
ଯଦି କୌଣସି ବ୍ୟକ୍ତି ସ୍ବପ୍ନ ରେ ନିଜକୁ କିମ୍ବା ଅନ୍ୟ କାହାକୁ ସ୍ନାନ କରୁଥିବାର ଦେଖିଲେ ତା ପାଇଁ ଯାତ୍ରା ର ଯୋଗ ବନିଥାଏ ଓ ଏହି ଯାତ୍ରା ରୁ ତାକୁ ଧନ ଲାଭ ମଧ୍ୟ ମିଳିଥାଏ । ସ୍ବପ୍ନ ରେ ନିଜେ ଗଙ୍ଗା ରେ ଗାଧୋଉଥିବା ର ଦେଖିଲେ ଏହାର ଅର୍ଥ ଆପଣଙ୍କ ଜଲଦୀ ବହୁତ ଦିନରୁ ଅଟକି ଥିବା କାର୍ଯ୍ୟ ପୁରା ହେବ।
ସ୍ବପ୍ନ ରେ ଦାନ୍ତ ଭାଙ୍ଗିବା
ଯଦି ଆପଣ ସ୍ବପ୍ନ ରେ କାହାରି ଦାନ୍ତ ଭାଙ୍ଗିବା ଦେଖୁଛନ୍ତି କିମ୍ବା ଦାନ୍ତ ଧୋଉଥିବା କିମ୍ବା ବ୍ରଶ କରୁଥିବା ର ଦେଖୁଛନ୍ତି ତେବେ ଆପଣଙ୍କୁ ଶୀଘ୍ର କିଛି ବଡ଼ ପଇସା ମିଳିବା ର ଆଶା ଅଛି । ଏମିତି ସ୍ବପ୍ନ ଦେଖିବା ଦ୍ୱାରା ଆପଣଙ୍କୁ ଉନ୍ନତି ର ରାସ୍ତା ମିଳିଥାଏ ଓ ସେହି ଚାକିରୀ ବ୍ୟାପାର ରେ ମଧ୍ୟ ଆପଣଙ୍କୁ ଲାଭ ମିଳିଥାଏ ।
ସ୍ବପ୍ନ ରେ ଏହା ଦେଖିବା
ରାତି ରେ ଶୋଇଥିବା ସମୟରେ ଯଦି ଆପଣ ସ୍ୱପ୍ନରେ କିଛି ହତ୍ୟାକାଣ୍ଡ ଦେଖୁଛନ୍ତି ତେବେ ଅବଶ୍ୟ ଆପଣଙ୍କୁ ଧନ ଲାଭ ମିଳିବ । ଏମିତି ଧନ ମଧ୍ୟ ମିଳିପାରେ ଯାହା ନିଜର କାହାକୁ ଉଧାର ଦେଇଛନ୍ତି । କିମ୍ବା ଏମିତି ପଇସା ମଧ୍ୟ ମିଳିପାରେ ଯାହା କୌଣସି ପେମେଣ୍ଡ ରେ ଫସିଥିବ ।
ଚୋରୀ ହେବା ଦେଖିବା
ଯଦି ଆପଣ ସ୍ବପ୍ନ ରେ କାହାକୁ ଚୋରୀ କରୁଥିବାର ଦେଖିଲେ ତେବେ ଭବିଷ୍ୟତ ରେ ଆପଣଙ୍କୁ ସେୟାର , ଲଟେରୀ ରୁ ମଧ୍ୟ ପଇସା ମିଳିପାରେ । ଅଚାନକ ବଡ଼ ଧନ ହାତ ରେ ଲାଗିପାରେ । ସପ୍ନରେ ଆପଣଙ୍କୁ ସଡ଼କ ରେ ପଇସା ପଡିଥିବାର ମିଳିଲା ତେବେ ତାହାକୁ ଉଠାଇବା ଭଲ ହୋଇନଥାଏ ବୋଲି ମନାଯାଇଥାଏ ।
ସ୍ବପ୍ନ ରେ ଚାକିରୀ ଖୋଜୁଥିବା ର ଦେଖିଲେ
ସ୍ବପ୍ନ ରେ ଆପଣ ଚାକିରୀ ସମ୍ଭଦୀୟ ରେ କେଉଁଠି କୁ ଯାଉଥିଲେ କିମ୍ବା ଇଣ୍ଟରଭିୟୁ କୁ ଯାଉଥିବାର ଦେଖିଲେ ଆପଣଙ୍କ ଉପରେ ବହୁତ ଜଲଦୀ ଧନ ବର୍ଷା ହୋଇପାରେ । ଏହାକୁ ଭଲ ସଙ୍କେତ ମନାଯାଇଥାଏ ।
ନିଜକୁ ଖାଉଥିବାର ଦେଖିଲେ
ନିଜକୁ କୌଣସି ଗୁରୁଦ୍ୱାର ରେ ଖାଉଥିବା ର ଦେଖିଲେ ଏହାର ଅର୍ଥ ଏହା କି ଆପଣଙ୍କୁ ଆସୁଥିବା ସମୟରେ କୌଣସି ସଉଦା ରେ ସଫଳତା ମିଳିପାରେ । କିମ୍ବା ଆପଣଙ୍କୁ ଏମିତି ଡୀଲ୍ ଫାଇନାଲ ହୋଇଯିବ ଯାହା ଆଗକୁ ଆପଣଙ୍କୁ ଲାଭ ଦେଇପାରେ ।
ସ୍ବପ୍ନ ରେ ଖେତ ରେ କାମ କରୁଥିବା ର ଦେଖିଲେ
ସ୍ବପ୍ନ ରେ ଯଦି ନିଜକୁ ଖେତ ରେ କାମ କରୁଥିବା ର ଦେଖିଲେ ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ପୁରା ଆଶା ଅଛି । ବ୍ୟାପାର ରେ ଲାଭ ହେବା ଫଳରେ ଧନ ମିଳିଥାଏ । ସେହି ଭଳି ଚାକିରୀ କରିଥିବା ବ୍ୟକ୍ତିଙ୍କ ର ପ୍ରୋମସନ ହେଲେ ମିଳିଥାଏ ଓ ତାଙ୍କୁ ପ୍ରଶଂସା ମଧ୍ୟ ମିଳିଥାଏ ।