ଶ୍ରୀକୃଷ୍ନ ରେ ଅଭିନୟ କରିଥିବା “ଭଗବାନ ଶ୍ରୀକୃଷ୍ଣ” ଏବେ ଏହି ଭଳି ଭାବରେ ବିତାଉଛନ୍ତି ନିଜ ଜୀବନ…

ଦୂରଦର୍ଶନରେ ରାମାୟଣ ପରେ ରାମାନନ୍ଦ ସାଗରଙ୍କ ଶ୍ରୀକୃଷ୍ନ ସିରିୟଲ ପୁନଃ ପ୍ରସାରଣ ଚାଲୁଅଛି | ଏହି ସିରିୟଲ ରେ କ୍ଷୀର ସାଗରରେ ଶେଷ ନାଗ କୋଳରେ ସୋଇ ଭଗବାନ ବିଷ୍ଣୁ ଓ ବୟସ୍କ ଶ୍ରୀକୃଷ୍ଣ ସର୍ଭଦମାନ ଡି ବାନାର୍ଜୀ ଅଭିନୟ କରିଥିଲେ | ୨୭ବର୍ଷ ପରେ ବି ଏବେ ତାଙ୍କ ଆଭିନୟର ବହୁତ ଚର୍ଚା ହେଉଛି | ସେ ଏହି ଭୂମିହାକୁ ଏଭଳି ଭାବରେ ନିଭେଇ ଥିଲେ ଯେମିତି ସେ ସତରେ ଭଗବାନ | ଆଜି ଆମେ ସର୍ଭଦମାନ ଡି ବାନାର୍ଜୀ ଙ୍କ ବୃତ୍ତିଗତ ଜୀବନ ଓ ବ୍ୟକ୍ତି ଗତ ଜୀବନ ବିଷୟରେ କହିବାକୁ ଯାଉଛୁ | ଦର୍ଶକ ବି ଜାଣିବାକୁ ଚାଁହୁଥିବେ ଯେଉଁ କୃଷ୍ନଙ୍କ ତାଙ୍କ ମନ ମୋହୁଥିଲେ ଏବେ ସେ କେଉଁଠି ଓ କିପରି ଭାବରେ ଅଛନ୍ତି | (all photo facebook )

ଶ୍ରୀକୃଷ୍ନ ଧାରାବାହିକରେ ପ୍ରସାରଣ ୧୯୯୩ ରୁ ୧୯୯୬ ପର୍ଯ୍ୟନ୍ତ ହୋଇଥିଲା ସର୍ଭଦମାନ ଡି ବାନାର୍ଜୀ ଏହି ଶୋ ପରେ ଲୋକମାନଙ୍କ ନଜରରେ ଭଗବାନ ଵନିଯାଇଥିଲେ | ବାସ୍ତବ ଜୀବନରେ ବି ଶ୍ରୀକୃଷ୍ନଙ୍କ ଅନେକ ଭକ୍ତ ଅଛନ୍ତି | ଯେଉଁଠି ସେ ଏବେ ବର୍ତମାନ ରହୁଛନ୍ତି ସେଠି ଭଗବାନ ଶ୍ରୀକୃଷ୍ନଙ୍କ ମୂର୍ତି ସ୍ଥାପନ କରିଛନ୍ତି |

ସର୍ଭଦମାନ ଡି ବାନାର୍ଜୀ ନିଜ ସୋସିଆଲ ଆକାଉଣ୍ଟ ରେ ଶ୍ରୀକୃଷ୍ନ ଭୂମିକାରେ ଅଭିନୟ କରିଥିବା କୃଷ୍ଣ ଫୋଟୋ ଲଗେଇ ରଖିଛନ୍ତି | ସେ ତାଙ୍କ ସବୁ ପୋଷ୍ଟ ର ଶେଷରେ ହରେ କୃଷ୍ଣ ଲେଖିଥାନ୍ତି |

ଏବେ ତାଙ୍କ ଜୀବନ ପୁରା ପୁରୀ ବଦଳି ଯାଇଛି, ସେ ଏବେ ଯୋଗ ଶିକ୍ଷକ, ପର୍ଯାବରଣ ପ୍ରେମୀ, ସମାଜିକ ସେବାରେ ଜୀବନ ବଂଚୁଛନ୍ତି |

ସର୍ଭଦମାନ ଡି ବାନାର୍ଜୀ ଗ୍ଲାମର ଜଗତକୁ ବିଦାୟ ଜଣେଇ ଏବେ ଏକ ପାହାଡି ଇଲଲକାର ନିଜର ଜୀବନ ଅତିବାହିତ କରୁଛନ୍ତି |

୫୫ ବର୍ଷର ସର୍ଭଦମାନ ଡି ବାନାର୍ଜୀ ଉତରାଖଣ୍ଡରେ ଋଷିକେଶ ରେ ଯୋଗ ଶିବିର ଚଳାଉଛନ୍ତି |

ଏଠାକୁ ଆସି ଲୋକ ମେଡ଼ିଟେସନ ଛଡା ପ୍ରକୃତିର ଭର ଭୁର ଉପଭୋଗ କରିଥାନ୍ତି | ଏଠାରେ ନିଜେ ସର୍ଭଦମାନ ଡି ବାନାର୍ଜୀ ବହୁତ ସାରା ଗଛ ମଧ୍ୟ ଲଗେଇଛନ୍ତି |

ଏଠାରେ ରହି ସେ କେବଳ ଦେଶ ବିଦେଶୀ ଲୋକଙ୍କୁ କେବଳ ଯୋଗ ଶିକ୍ଷା ଦେଉନାହାନ୍ତି ବରଂ ସମାଜ ସେବା ମଧ୍ୟ କରିଥାନ୍ତି |

ସେଠାରେ ଏକ ଏନଜିଓ ମଧ୍ୟ ଚଳାଉଛନ୍ତି ଯାହାର ନାମ ପହଂକ ଅଟେ | ଏହି ଏନଜିଓ ମାଧ୍ୟମରେ ସେ ୨୦୦ ପିଲାଙ୍କର ପଢ଼ାଲେଖା ର ଧ୍ୟାନ ରଖିଥାନ୍ତି |

ସର୍ଭଦମାନ ଡି ବାନାର୍ଜୀ ଉତରାଖଣ୍ଡର ୫୦ ଗରିବ ମହିଳାଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ମଧ୍ୟ କାମର ଟ୍ରେନିଂ ଦେଇ ତୟାର କରୁଛନ୍ତି |

ସର୍ଭଦମାନ ଡି ବାନାର୍ଜୀ 14 ମାର୍ଚ୍ଚ 1965 ରେ ଉନ୍ନାଓର ମାଗରୱାଡାଠାରେ ଜନ୍ମଗ୍ରହଣ କରିଥିଲେ। କାନପୁର ରୁ ସ୍କୁଲ ପଢ଼ା ସାରିବା ପରେ ସର୍ଭଦମାନ ଡି ବାନାର୍ଜୀ ପୁନେ ଫିଲ୍ମ ଇନ୍ଷ୍ଟିଟ୍ୟୁଟି ରେ ସ୍ନାତକ ପାସ କରିଛନ୍ତି |

ଶ୍ରୀକୃଷ୍ଣ ଛଡା ସେ ଅର୍ଜୁନ, ଜୟ ଗଙ୍ଗା ମାୟା, ଏବଂ ଓଁ ନମଃ ଶିବାୟ ରେ ମଧ୍ୟ ସେ ବିଷ୍ଣୁ ଓ କୃଷ୍ଣ ଭୂମିକାରେ ଦେଖା ଦେଇଥିଲେ | ଏହା ଛାଡ ସେ ହିନ୍ଦୀ ତେଲଗୁ ଓ ବଙ୍ଗାଳି ଫିଲିମ ରେ ବି କାମ କରିଛନ୍ତି |

ସେ ଆଡଭେଞ୍ଚର ର ସଉକିନ ବି ଅଟନ୍ତି |

Leave a Reply

Your email address will not be published. Required fields are marked *