ଚାଣକ୍ୟ ନୀତି : ଏହି ୬ଟି କାମକୁ କରିନେଲେ ଆପଣ ସବୁଠାରୁ ଧନଵାନ ହୋଇଯିବେ , କେବେବି ଧନର ଅଭାଵ ହେବ ନାହିଁ

ଟଙ୍କା ପଇସାର ମଣିଷ ଜୀବନରେ ବହୁତ ମହତ୍ତ୍ୱ ରହିଛି । ଧନ ବିନା ଏହି ଦୁନିଆରେ ଚାଳିବା ଓ ଜୀବନ ବିତାଇବା ବହୁତ କଷ୍ଟକର । ପୁରାତନ ସମୟରୁ ନେଇ ଆଜିର ସମୟ ପର୍ଯ୍ୟନ୍ତ ଟଙ୍କା ହିଁ ଗୋଟିଏ ଏମିତି ଜିନିଷ ଯାହାର ଆବଶ୍ୟକତା ବଦଳି ହୋଇ ନାହିଁ । ଯେକୌଣସି କାମ କରିବାପାଇଁ ଆପଣଙ୍କୁ ଧନର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ପାଖରେ ଧନ ନଥିବା ତେବେ ଆପଣଙ୍କ କାମରେ ଅନେକ ବାଧା ଆସିବ । ସେଥିପାଇଁ ସମସ୍ତେ ଅଧିକ ଟଙ୍କା ଆୟ କରିବାରେ ଲାଗିପଡ଼ିଛନ୍ତି ।

ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ନିଜ ଶାସ୍ତ୍ର ରେ ଧନ ଓ ଲକ୍ଷ୍ମୀଙ୍କୁ ନେଇ ଅନେକ କଥା ଲେଖିଛନ୍ତି । ଚାଣକ୍ୟ କହିଛନ୍ତି ଲୋକମାନେ କିପରି ଧନସମ୍ପଦ କୁ ନେଇ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ସଞ୍ଚୟ କରି ରଖିପାରିବେ । ଏମିତି ରେ ଆପଣଙ୍କୁ କହିବୁ ସେହି ନୀତିମାନଙ୍କ ବିସୟରେ ଯେଉଁ ନୀତି ଆଧାରରେ ପଇସା ଆୟ ମଧ୍ୟ କରିପାରିବା ଏବଂ ସଞ୍ଚୟ ମଧ୍ୟ କରିପାରିବେ ।

ନିଜେ ସଞ୍ଚୟ କରନ୍ତୁ :

ଆପଣଙ୍କ ପାଖରେ ଯେତେ ଅଧିକ ଟଙ୍କା ଥିଲେ ମଧ୍ୟ ଆପଣଙ୍କୁ କେବେ ଭରପୁର ଲାଗିବ ନାହିଁ । ମନୁଷ୍ୟର ଇଚ୍ଛା ଅନନ୍ତ ଅଟେ ତେଣୁ ମନୁଷ୍ୟର ଟଙ୍କା ପ୍ରତି ଇଚ୍ଛା କେବେ କମ ହୁଏ ନାହିଁ । ଏହି ପରିସ୍ଥିତି ରେ ସେହିଁ ବୁଦ୍ଧିମାନ ଯିଏ ନିଜର ଆବଶ୍ୟକତା ଅନୁଯାଇ ଖର୍ଚ୍ଚ କରେ ଏବଂ ଟଙ୍କା ଭବିଷ୍ୟତ ପାଇଁ ସଞ୍ଚୟ କରି ରଖେ । ଧନ ସଞ୍ଚୟ କରିବା ଏକ କଳା ଏଥିରେ ନିପୁଣ ବ୍ୟକ୍ତି ନିଜର ବର୍ତ୍ତମାନ ସହିତ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିପାରେ । ଯେଉଁ ବ୍ୟକ୍ତି ପଇସା ନଷ୍ଟ କରେ ଏବଂ ଅନାବଶ୍ୟକୀୟ ଖର୍ଚ୍ଚ କରେ ସେ ଭବିଷ୍ୟତରେ ବହୁତ ଅସୁବିଧାର ପଡିଥାଏ ।

କଷ୍ଟର ସମ୍ନା କରନ୍ତୁ :

ଆମ ମାନଙ୍କ ମଧ୍ୟରୁ ଅଧିକ ଲୋକ ଅଧିକ ପରିଶ୍ରମ ନକରି , କଷ୍ଟ ନକରି ଧନ ଆୟ କରିବାକୁ ଚାହାନ୍ତି । କଷ୍ଟ ବା ବିପଦର ସମ୍ନା କରିବାର ଅର୍ଥ ଏହା ନୁହଁ କି ଚୋରି କରିବା । ଏହାର ଅର୍ଥ ଏହାକି ନିଜର ଚାକିରୀ ବା ବ୍ୟବସାୟ ସମୟରେ ଯିଏ କଷ୍ଟ ନକରେ ତାକୁ ଜୀବନରେ ସଫଳତା ମିଳିପାରେ ନାହିଁ । ଯଦି ଆପଣ ଆପଣଙ୍କ ଜୀବନରେ କୌଣସି କଷ୍ଟ କରୁନାହାନ୍ତି ତେବେ ବୁଝିଯାଆନ୍ତୁ ଆପଣ ଭୁଲ କରୁଛନ୍ତି ।

ସଠିକ ଉପଯୋଗ :

ଯେତେବେଳେ ଆପଣଙ୍କ ହାତରେ ପଇସା ଥାଏ ଆପଣ ବୁଝିପାରନ୍ତି ନାହିଁ କଣ ନେବେ ଓ କଣ ଛାଡ଼ି ଦେବେ । ଏହି ସବୁ ମଧ୍ୟରେ ଯେଉଁ ବ୍ୟକ୍ତି ବିବେକ ବଳ ରେ ଟଙ୍କାର ଠିକ ଉପଯୋଗ କରିଥାଏ ତାଙ୍କର କେବେ ଧନ ହାନି ହୁଏନାହିଁ । ଭୁଲ କାମ ଓ ମଜାନେବାକୁ ଧନ ଖର୍ଚ୍ଚ କରୁଥିବା ବ୍ୟକ୍ତିଙ୍କ ଠାରୁ ଲକ୍ଷ୍ମୀ ମାତା ରାଗିଯାନ୍ତି ଏବଂ ତାଙ୍କ ପାଖରେ କେବେ ଧନ ରହେ ନାହିଁ ।

ଅଧର୍ମ ଠାରୁ ଦୂରେଇ ରୁହନ୍ତୁ :

ସଂସାର ରେ ଘର ଚଳାଇବାକୁ ଓ ପେଟ ପୋଷିବାକୁ ଧନ ଆୟ କରିବା ବହୁତ ଜରୁରୀ । କିନ୍ତୁ ଯଦି କେବେ ଆପଣଙ୍କୁ ପଇସା କମାଇବାକୁ ଅଧର୍ମର ସାଥ ଦେବାକୁ ପଡେ କିମ୍ବା ଟଙ୍କା ପାଇଁ ଶତୃ ସହିତ ହାତ ମିଶାଇବାକୁ ପଡେ ତେବେ ଏହି ଟଙ୍କା ର କୌଣସି ଅର୍ଥ ରହିବ ନାହିଁ।ସମସ୍ତ ବ୍ୟକ୍ତିଙ୍କର ନିଜର କିଛି ମର୍ଯ୍ୟାଦା ରହିଛି ଯଦି ଟଙ୍କା ପାଇଁ ଏଜି ମର୍ଯ୍ୟାଦାକୁ ତ୍ୟାଗ କରିବାକୁ ପଡିଲା ତେବେ ବହୁତ ଧନୀ ହୋଇମଧ୍ୟ ଆପଣ କେବେ ଖୁସିରେ ରହିପାରିବେ ନାହିଁ । ଅଧର୍ମ ମାର୍ଗରୁ ଆସିଥିବା ଟଙ୍କା ବହୁତ କ୍ଷତି ପହଞ୍ଚାଇଥାଏ ଏବଂ ବ୍ୟକ୍ତିକୁ ବହୁତ ପ୍ରକାର କଷ୍ଟ ସହିବାକୁ ପଡିଥାଏ ।

ଲକ୍ଷ୍ୟ :

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ହେବାର ବା କିଛି ହାସଲ କରିବାର ଲକ୍ଷ୍ୟ ଥାଏ । ଯେଉଁ ବ୍ୟକ୍ତି ଲକ୍ଷ୍ୟ ହୀନ ହୋଇଥାଏ ତା ଜୀବନରେ କିଛିବି ଠିକ ହୁଏନାହିଁ ଯଦି ଆପଣ ଲକ୍ଷ୍ୟ ନିର୍ଦ୍ଧାରଣ ନକରନ୍ତି ତେବେ ଆପଣଙ୍କ ଜୀବନରେ ସଫଳତା ଆସିବ ନାହିଁ । ଆପଣଙ୍କ ଧନ ସମ୍ବନ୍ଧିତ ମାମଲା ଗୁଡିକ କାହାକୁ କୁହନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ର ସବୁ କାମ ଖରାପ ହୋଇପାରେ ।

ଧନର ସଠିକ ଖର୍ଚ୍ଚ :

କେତେକ ଲୋକ ସଞ୍ଚୟ କରିବା କାମ ବହୁତ ଭଲଭାବରେ କରନ୍ତି , କିନ୍ତୁ ସଠିକ ଉପାୟରେ ଏହାକୁ ନିୟୋଜିତ କରିପାରନ୍ତି ନାହିଁ। ଚାଣକ୍ୟଙ୍କ ଅନୁସାରେ ଯେଉଁ ପ୍ରକାର ପାତ୍ରରେ ରଖାଯାଇଥିବା ପାଣି ଅଧିକ ସମୟ ରଖାଗଲେ ଏହା ଖରାପ ହୋଇଯାଏ ସେହିପରି ଯଦି ସଞ୍ଚିତ ଧନର ସଠିକ ଉପଯୋଗ ନକରାଯାଏ ତେବେ ନିର୍ଦ୍ଦିଷ୍ଟ ସମୟ ପରେ ଏହାର କୌଣସି ଦାମ ନଥାଏ। ସେଥିପାଇଁ ଟଙ୍କାର ସଦୁପଯୋଗ କରିବା ସହିତ ଦାନ ଦକ୍ଷିଣା ମଧ୍ୟ ଦେବା ଉଚିତ ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *