ଦୁନିଆର ଟପ ୯ ଆଣବିକ ଶକ୍ତି ଦେଶ ଏକ ବର୍ଷରେ ୭୩ ବିଲିଅନ ଡ଼ଲାର ଆଣବିକ ଶକ୍ତି ଉପରେ ଖର୍ଚ୍ଚ କରିଛନ୍ତି। International Campaign to Abolish Nuclear Weapon (ICAN) ଅନୁସାରେ ଏତେ ଟଙ୍କା ଲକ୍ଷ ଲକ୍ଷ କରୋନା ରୋଗୀ ଚିକିତ୍ସା ପାଇଁ ଲାଗିପାରିଥାନ୍ତା।
ଯେବେ ଦୁନିଆ କରୋନା ଭାଇରସରେ ଫସିଛି ବହୁତ ଦେଶରେ ଆଥିର୍କ ସଙ୍କଟ ଦେଖା ଗଲାଣି। ଲକଡାଉନ ପାଇଁ ଦେଶରେ ଇକୋନୋମି କମିବାରେ ଲାଗିଛି। ଜେନେବାର International Campaign to Abolish Nuclear Weapon ଅନୁସାରେ ଦୁନିଆର ୧୦ ଶକ୍ତିଶାଳୀ ଦେଶ ପୂର୍ବ ଏକ ବର୍ଷରେ ୭୩ ବିଲିଅନ ଡ଼ଲାର ଆଣବିକ ଶକ୍ତି ଉପରେ ଖର୍ଚ୍ଚ କରିଦେଇଛନ୍ତି। ଏହା ଭାବିବା କଥା କି ଯଦି ଏହି ଟଙ୍କା ଏହି ମହାମାରୀ ସମୟରେ ରୋଗୀଙ୍କ ପାଇଁ ଓ ପରୀକ୍ଷା ପାଇଁ ଖର୍ଚ୍ଚ ହେଇଥାନ୍ତା କେତେ ଫାଇଦା ହୋଇଥାନ୍ତା। ICAN ଅନୁସାରେ ଫ୍ରାନ୍ସ,ଆମେରିକା ଓ ୟୁନାଇଷ୍ଟେଟ କିଂଡ଼ମ ଆଣବିକ ଶକ୍ତି ଉପରେ ଯେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେତିକିରେ ୧୦୦୦୦୦ ଆଇସିୟୁ ବେଡ଼ ଓ ହଜାର ହଜାର ଡାକ୍ତର ,ନର୍ସଙ୍କ ଦରମା ଦିଆଯାଇପାରିଥାନ୍ତା।
ରିପୋର୍ଟ ଅନୁସାରେ ଆମେରିକା,ରୁସ ଓ ବ୍ରିଟେନ ଏହି ତିନି ଦେଶ ନିଜ ପରମାଣୁ ଅସ୍ତ୍ର କମ କରୁଛନ୍ତି। ଫ୍ରାନ୍ସ ଓ ଇଜରାୟଲଙ୍କ ଅସ୍ତ୍ର ସଂଖ୍ୟା ସ୍ଥିର ଅଛି। ସବୁ ଶକ୍ତିଶାଳୀ ଦେଶ ଲଗାତର ନିଜ ଆଣବିକ ଶକ୍ତିକୁ ଆଧୁନିକ କରିବାରେ ଲାଗିଛନ୍ତି। କିଛି ନୂଆ ଅସ୍ତ୍ର ବି ତିଆରିରେ ଲାଗୁଛନ୍ତି।ଆମେରିକା ସରକାର ମାର୍ଚ୍ଚ ୨୮ରେ କହିଥିଲା କି ତାଙ୍କ ପାଖରେ ୩୮୦୦ ବାରହେଣ୍ଡ ଅଛି। ଆମେରିକା ପାଖରେ ୫୮୦୦ ପରମାଣୁ ବମ ତିଆରି କରିବା ପାଇଁ ସାମଗ୍ରୀ ଅଛି।ଆମେରିକା ନିଜ ପରମାଣୁ ଅସ୍ତ୍ରର ଆଧୁନିକରଣ ଓ ରକ୍ଷଣାବେକ୍ଷଣ ଉପରେ ୩୫ ଆରବ ଡ଼ଲାର ଖର୍ଚ୍ଚ କରିଛି।ଏହା ଦୁନିଆର ପ୍ରାୟ ଅଧା ଖର୍ଚ୍ଚ ଅଟେ।
ଚୀନ:
ଚୀନ ପାଖରେ ୩୨୦ ପରମାଣୁ ଅସ୍ତ୍ର ଅଛି। ଏହା ତିଆରି ଅବସ୍ଥାରେ ଅଛି କିମ୍ବା ତା ପାଇଁ ଆବଶ୍ୟକ ସାମଗ୍ରୀ ଅଛି।ଚୀନ ପରମାଣୁ ଅସ୍ତ୍ର ର ଆଧୁନିକରଣ ଓ ରକ୍ଷଣାବେକ୍ଷଣ ଉପରେ ୧୦.୪ ଆରବ ଡ଼ଲାର ଖର୍ଚ୍ଚ କରିଛି।
ବ୍ରିଟେନ:
ଅସ୍ତ୍ର-୧୯୫
ଖର୍ଚ୍ଚ- ୮.୯ ବିଲିଅନ ଡ଼ଲାର
ରୁଷ:
ଅସ୍ତ୍ର-୬୩୭୨
ଖର୍ଚ୍ଚ-୮.୫ ବିଲିଅନ ଡ଼ଲାର
ଫ୍ରାନ୍ସ:
ଅସ୍ତ୍ର-୨୯୦
ଖର୍ଚ୍ଚ-୪.୮ ବିଲିଅନ ଡ଼ଲାର
ଭାରତ:
ଅସ୍ତ୍ର-୧୫୦
ଖର୍ଚ୍ଚ-୨.୩ ବିଲିଅନ ଡ଼ଲାର
ଇଜରାଇଲ:
ଅସ୍ତ୍ର-୯୦
ଖର୍ଚ୍ଚ-୧ ବିଲିଅନ ଡ଼ଲାର
ପାକିସ୍ତାନ:
ଅସ୍ତ୍ର-୧୬୦
ଖର୍ଚ୍ଚ-୧ ବିଲିଅନ ଡ଼ଲାର
ଉତ୍ତର କୋରିଆ:
ଅସ୍ତ୍ର-୩୫
ଖର୍ଚ୍ଚ-୦.୬ ବିଲିଅନ ଡ଼ଲାର