ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଳ୍ପଲକ୍ଷଣ ବିସିଷ୍ଟ ରୋଗୀଙ୍କୁ ଘରୋଇ ସଂଘରଦ୍ଧ ନେବା ପାଇଁ ନୂଆ ନିୟମାବଳୀ ତିଆରି କରିଛନ୍ତି। ଏହାର ଅର୍ଥ ଯେଉଁ ଲୋକମାନଙ୍କର କରୋନା ଭୂତାଣୁ ର କମ ଲକ୍ଷଣ ରହିଛି ସେ କେପରି ଘରୋଇ ସଂଘରଦ୍ଧ ରେ ରହିବେ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ରୋଗୀ ମାନଙ୍କ ଠାରେ କରୋନା ଭୁତଣୁର ଆରମ୍ଭ ହେଉଥିବାର ଲକ୍ଷଣ ବୁଝାପଡୁଛି ସେମାନଙ୍କୁ ୧୭ ଦିନ ପର୍ଯ୍ୟନ୍ତ ସଂଘରଦ୍ଧ ରେ ରହିଵାକୁ ପଡିବ , ଏବଂ ଯଦି ଏହି ରୋଗୀ ମାନଙ୍କୁ ୧୦ ଦିନରୁ ଜ୍ୱର ନଆସିଛି । ଏହି ନିୟମ ମାନଙ୍କରେ କୁହାଯାଇଛି କି କେଉଁ ରୋଗୀମାନେ ଘରୋଇ ସଂଘରଦ୍ଧ ରେ ରହିବେ ଏବଂ ସେମାନଙ୍କୁ କେଉଁ ବିଷୟରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା ସହିତ ଯଦି ସେହି ଆକ୍ରାନ୍ତଙ୍କ ଦେଖାଶୁଣା କରିବାକୁ କୌଣସି ଲୋକ ଅଛନ୍ତି ତେବେ ତାଙ୍କୁ କେଉଁ ସବୁ ନିୟମ ମାନିଚଳିବାକୁ ପଡିବ ।
ଘରୋଇ ସଂଘରଦ୍ଧ ରେ କେଉଁ ଲୋକମାନେ ରହିପାରିବେ :
● କୌଣସି ବି ରୋଗି ସେତେବେଳେ ଘରୋଇ ସଂଘରଦ୍ଧ ରେ ରହିପାରିବେ ଯେତେବେଳେ କୌଣସି ଡାକ୍ତର ତାଙ୍କୁ ଘରକୁ ଯିବାର ଅନୁମତି ଦେବେ ।
● କିନ୍ତୁ ଘରେ ଥିବା ସମୟରେ ଜଣେ ମଣିଷ ୨୪ ଘଣ୍ଟା ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ଥିବା ଆବଶ୍ୟକ ।
● ସେହି ବ୍ୟକ୍ତି ଜଣକ ସର୍ବଦା ହସ୍ପିଟାଲର ସମ୍ପର୍କରେ ରହିବେ ଏବଂ ଚୋଟ ରୁ ବଡ଼ ସମସ୍ତ ସମସ୍ୟା ବିଷୟରେ ଜଣାଇବେ ।
● ରୋଗୀଙ୍କ ଫୋନ ରେ ଆରୋଗ୍ୟ ସେତୁ ଆପ ନିହାତି ରହିବା ଆବଶ୍ୟକ ।
● ରୋଗୀମାନଙ୍କୁ ସମୟ ସମୟରେ ଚେକପ କରାଇବାକୁ ପଡିବ । ଯାହାଙ୍କର ସ୍ୱାସ୍ଥ୍ୟର ସମସ୍ତ ତଥ୍ୟ ଜିଲ୍ଲା ଅଧିକାରୀଙ୍କୁ ଦିଆଯିବ ।
● ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଭଲଭାବରେ ସଂକ୍ରମିତ ବ୍ୟକ୍ତିଙ୍କର ଦେଖରେଖ କରିବେ ।
● ଯେଉଁ ବ୍ୟକ୍ତି ଘରୋଇ ସଂଘରଦ୍ଧ ରେ ରହିବେ ତାଙ୍କୁ ଗୋଟିଏ ଫର୍ମର ସମସ୍ତ ନିର୍ଦେଶ ପାଳନ କରିବାକୁ ପଡିବ ।
The Ministry of Health & Family Welfare has issued revised guidelines for home isolation of very mild/pre-symptomatic #COVID19 cases pic.twitter.com/hTPcGRBqxd
— ANI (@ANI) May 11, 2020
ସଂକ୍ରମିତ ବ୍ୟକ୍ତିଙ୍କୁ ଏହି ଦଶଟି ନିୟମର ପାଳନ କରିବାକୁ ପଡିବ :
★ ସବୁବେଳେ ତିନି ସ୍ତର ବିଶିଷ୍ଟ ମେଡ଼ିକାଲ ମାସ୍କ ପିନ୍ଧିବାକୁ ପଡିବ । ଯାହାକୁ ୮ ଘଣ୍ଟାରେ ଥରେ ବଦଳିବାକୁ ପଡିବ । ଯଦି ମାସକ ଓଦା କିମ୍ବା ଅପରିସ୍କାର ହୋଇଯାଉଛି ତେବେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ।
★ ମାସ୍କକୁ ବ୍ୟବହାର କଲାପରେ ଡିସପଜ କରିବା ସମୟରେ ୧% ସୋଡିୟମ ହାଇପୋ କ୍ଲିରାଇଡ଼ ଦ୍ୱାରା ସଂକ୍ରମଣ କରିବାକୁ ପଡିବ ।
★ ରୋଗୀଙ୍କୁ ନିଜ ରୁମରେ ହିଁ ରହିବାକୁ ପଡିବ । ସେ ଘରର ଅନ୍ୟ ସଦସ୍ୟ ଖସକରି ବୟସ୍କ ଏବଂ ହାଇପଡେନସନ ଓ ହୃଦ୍ ରୋଗ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ପଡିବ ।
★ ରୋଗୀ ଅଧିକରୁ ଅଧିକ ବିଶ୍ରାମ କରିବେ ଏବଂ ପାଣି କିମ୍ବା ଅନ୍ୟ ତରଳ ଅଧିକ ପିଇବେ ।
★ ଶ୍ୱାସ ର ସ୍ଥିତି ଉପରେ ନଜର ରଖିବାକୁ ଯେଉଁ ଉପାୟ କୁହାଯାଇଛି ତାକୁ ମାନିବାକୁ ପଡିବ ।
★ ଅଲକୋହଲ ଥିବା ସାନିଟାଇଜର ବା ସାବୁନ ଓ ପାଣିରେ କମ ସେ କମ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ ପଡିବ ।
★ ବ୍ୟକ୍ତି ଗତ ଜିନିଷ ନିଜ ଛଡା ଆନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ଉଚିତ ନୁହଁ ।
★ ସେହି ରୁମ ର ଯେଉଁ ଜିନିଷକୁ ବାରମ୍ବାର ଛୁଇଁବାକୁ ପଡୁଥିବ ଯେପରିକି କଳ,କବାଟ, ହାଣ୍ଡେଲ ଭଳି ଜିନିଷକୁ ୧% ହାଇପ କ୍ଲୋରାଇଡ଼ ସଲୁସନ ରେ ଭଲରେ ସଫା କରିବାକୁ ପଡିବ ।
★ ରୋଗୀଙ୍କୁ ଡାକ୍ତରଙ୍କ ନିର୍ଦେଶ ଏବଂ ଔଷଧ ଜଡିତ ଉପଦେଶ ମାନିବାକୁ ପଡିବ ।
★ ରୋଗୀମାନେ ନିଜ ଅବସ୍ଥାକୁ ନିଜେ ଆକଳନ କରିବେ । ପ୍ରତିଦିନ ଶରୀରର ତାପମାତ୍ରାର ଯାଞ୍ଚ କରିବେ । ଯଦି ସ୍ଥିତି ଖରାପ ହେବାର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରିବାକୁ ପଡିବ ।
ରୋଗୀଙ୍କ ଦେଖାଶୁଣା କରୁଥିବା ଲୋକଙ୍କ ପାଇଁ ନିୟମ :
◆ ରୋଗୀଙ୍କ ରୁମ କୁ ଯିବା ପୂର୍ବରୁ ତିନି ସ୍ତର ବିଶିଷ୍ଟ ମେଡ଼ିକାଲ ମାସ୍କ ପିନ୍ଧନ୍ତୁ । ମାସ୍କର ବାହାର ପଟକୁ ହାତ ଲଗାନ୍ତୁ ନାହିଁ । ଯଦି ମାସ୍କ ଓଦା କିମ୍ବା ଅପରିସ୍କାର ହୋଇଯାଉଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ମାସ୍କ ବ୍ୟବହାର କଲାପରେ ଡେସକାର୍ଡ କରନ୍ତୁ ଏବଂ ହାତକୁ ସାନିଟାଇଜର କିମ୍ବା ସାବୁନ ପାଣିରେ ଧୋଇଦିଅନ୍ତୁ ।
◆ ଯେଉଁ ବ୍ୟକ୍ତି ରୋଗୀଙ୍କର ଦେଖାଶୁଣା କରୁଛନ୍ତି ସେ ତାଙ୍କ ନାକ , ମୁହଁ ଓ ପାଟିକୁ ଛୁଇଁବେ ନାହିଁ।
◆ ରୋଗୀ କିମ୍ବା ରୋଗୀଙ୍କ ରୁମ ସଂସ୍ପର୍ଶରେ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ହାତ ଧୋଇଦିଅନ୍ତୁ ।
◆ ଖାଇବା ବନାଇବା ପୂର୍ବରୁ ବା ପରେ , ପାଇଖାନା ଯିବା ପରେ ଏବଂ ଯେତେବେଳେ ହାତ ଅପରିସ୍କାର ଲାଗୁଚି ସେତେବେଳେ ଭଲଭାବରେ ସାନିଟାଇଜର ବା ସାବୁନ ଓ ପାଣିରେ ଅତି କମରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଧୋଇବା ଆବଶ୍ୟକ
◆ ହାତ ଧୋଇଲା ପରେ ଡ଼ିସପୋଜେବଲ କାଗଜ ବା ଡ଼ିସପୋଜେବଲ ରୁମାଲରେ ହାତକୁ ପୋଛିବା ଦରକାର । ଯଦି ଡ଼ିସପୋଜେବଲ ପେପର କିମ୍ବା ରୁମାଲ ନାହିଁ ତେବେ ଆପଣ ସଫା ତଉଲିଆ ବ୍ୟବହାର କରିପାରିବେ , କିନ୍ତୁ ଏହା ଓଦା ହେବା ମାତ୍ରେ ଏହାକୁ ବଦଳାଇ ଦିଅନ୍ତୁ ।
◆ ରୋଗୀଙ୍କ ଶରିରରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିବାରୁ ବଞ୍ଚନ୍ତୁ । ରୋଗୀଙ୍କ ଟାଣିଥିବା ସିଗାରେଟ ଟାଣିବାରୁ ବଞ୍ଚନ୍ତୁ ଏହା ଛଡା ରୋଗୀଙ୍କ ବାସନ,ଲୁଗାପଟା , ଚାଦର , ତଉଲିଆ ଇତ୍ୟାଦି ସଂସ୍ପର୍ଶରେ ଆସିବାଠାରୁ ବଞ୍ଚନ୍ତୁ ।
◆ ରୋଗିଙ୍କ ଖାଦ୍ୟ ତାଙ୍କ ରୁମରେ ପହଞ୍ଚାଇ ଦିଅନ୍ତୁ ଯାହା ଦ୍ୱାରା ତାଙ୍କୁ ବାହାରକୁ ଆସିବାକୁ ପଡିବ ନାହିଁ ।
◆ ରୋଗୀଙ୍କ ବାସନ ଧୋଇବା ସମୟରେ ଗ୍ଲୋବସ ପିନ୍ଧି ସଫାକରନ୍ତୁ ସତର୍କତାର ସହିତ ଗ୍ଲୋବସ କୁ ଖୋଲି ହାତକୁ ସଫାକରନ୍ତୁ ।
◆ ରୋଗୀଙ୍କ ରୁମକୁ ସଫା କଲାବେଳେ ତାଙ୍କର ଚାଦର ଓ କପଡା ଧୋଇବା ସମୟରେ ମେଡ଼ିକାଲ ମାସ୍କ ଓ ଗ୍ଲୋବସ ପୀନ୍ଧି ସଫା କରନ୍ତୁ । କାମ ସରିଲା ପରେ ସତର୍କତା ର ସହିତ ମାସ୍କକୁ ବାହାର କରି ଭଲଭାବରେ ହାତ ଧୋଇଦିନ୍ତୁ ।
◆ ରୋଗି ଠିକ ସମୟରେ ତାଙ୍କର ଔଷଧ ଖାଉଛନ୍ତି କି ନାହିଁ ସେହି କଥାର ଧ୍ୟାନ ରଖାନ୍ତୁ ।
◆ ରୋଗୀଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ବ୍ୟାକ୍ତି ନିଜର ସ୍ୱାସ୍ଥ୍ୟ କୁ ମନୀଟର କରନ୍ତୁ । ପ୍ରତିଦିନ ଜ୍ୱର ମାପନ୍ତୁ ଓ କରୋନା ସହିତ ଜଡ଼ିତ କୌଣସି ଲକ୍ଷଣ ଦେଖା ଦେଲେ ଯଥାଶୀଘ୍ର ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ