କରୋନା ଭାଇରସ ର ଆତଙ୍କ ଦୁନିଆ ସାରା ରହିଛି । ଏହି ଭାଇରସ୍ ପାଇଁ ମୃତୁ ସଂଖ୍ୟା ୩ ଲକ୍ଷ ପହଁଞ୍ଚିଯିବ । ଏଥିରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୨ ଲକ୍ଷ ପାର ହୋଇସାରିଛି । ଏହି ଭାଇରସ୍ ର କୌଣସି ଚିକିତ୍ସା ବାହାରି ପାରି ନାହିଁ । ଲୋକ ଏହା ଠାରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ର ଆପଣେଇଛନ୍ତି । ଯାହାକୁ କରୋନା ହୋଇଛି ତା ଠାରୁ ଦୂରେଇ ରହୁଛନ୍ତି । କିନ୍ତୁ ଆମେରିକା ର ଲାସ ଏଞ୍ଜିଳିସ୍ ର ଏକ ଜେଲ ରୁ ଯେଉଁ ଚିତ୍ର ସାମ୍ନା କୁ ଆସିଛି , ତାହା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏହି ଜେଲ ରେ ଥିବା ୨୧ କଏଦୀ ଙ୍କୁ କରୋନା ହୋଇଯାଇଛି ।
କିନ୍ତୁ ଏମିତି କଏଦୀ ମାନେ ଜାଣିଶୁଣି କରିଛନ୍ତି । ସେମାନେ ଜେଲ ରୁ ମୁକ୍ତ ହେବେ ବୋଲି ଭାବି ଜଣେ ଆଉ ଜଣକୁ କରୋନା ବାଣ୍ଟିଥିଲେ । ଏହି ଭାଇରସ୍ ରେ ସଂକ୍ରମିତ ହେବା ପାଇଁ କରିଥିବା କାରନାମା ଜେଲ ରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ରେକର୍ଡ଼ ହୋଇଥିଲା । ଏହା ଆପଣ ମଧ୍ୟ ଦେଖିଲେ ଅବାକ ହୋଇ ରହିଯିବେ ।
ଲାସ୍ ଏଞ୍ଜିଲସ୍ ର ଶୋରିଫ୍ ଅଲେକ୍ସ ବିଲ୍ଲନୁଏବା ରେ ୧୧ ମଇ ରେ ମିଡ଼ିଆ କୁ କହିଲେ କି ତାଙ୍କ ଜେଲ ର ୨୧ କଏଦୀ କରୋନା ପୋଜେଟିଭ୍ ହୋଇଛନ୍ତି । କିନ୍ତୁ ଏହା କୌଣସି ଭୁଲ୍ ରୁ ହୋଇନାହିଁ । ଏହି କଏଦୀ ମାନେ ଜାଣିଶୁଣି ନିଜକୁ କରୋନା ରେ ସଂକ୍ରମିତ କରିଛନ୍ତି ।
ଜେଲ ରେ ଲାଗିଥିବା ସିସି ଟିଭି ଦ୍ଵାରା ଏହାର ଖୁଲସା ହେଲା । ଏହି କଏଦୀ ଙ୍କ ଆଶା ଏହାଥିଲା କି କରୋନା ସଂକ୍ରମଣ ହେଲେ ତାଙ୍କୁ ଜେଲ ରୁ ବାହାର କରିଦିଆଯିବ । ଏହି ଭାବନା ରେ ସେମାନେ ନିଜକୁ ସଂକ୍ରମିତ କରିଦେଇଥିଲେ ।
ଲାସ୍ ଏଞ୍ଜିଲସ୍ ର ଏହି କାଉଟୀ ଜେଲ ରେ ୪ ମଇ ପର୍ଯ୍ୟନ୍ତ ୩୫୭ କଏଦୀ କରୋନା ପୋଜେଟିଭ୍ ଥିଲେ । ଅଧିକ କଏଦୀ ଙ୍କୁ ସଂକ୍ରମିତ ହେବା ଫଳରେ ଏହା ଫାଇସଲ ନିଆ ଯାଇଥିଲା କି କିଛି କଏଦୀ ଙ୍କୁ ତାଙ୍କ ଘରେ ନଜରବନ୍ଦୀ କରା ଯିବ । ଏମିତି ରେ କିଛି କଏଦୀ ଘରକୁ ଯିବା ପାଇଁ ନିଜକୁ ସଂକ୍ରମିତ କରିଦେଇଥିଲେ ।
ନିଜକୁ ଏହି ଭାଇରସ୍ ରେ ପୀଡ଼ିତ ହେବା ପାଇଁ ଜଣେ ଆଉ ଜଣକର ମାସ୍କ୍ ବ୍ୟବହାର କରିଥିଲେ । ତା ସହିତ ଜଣେ ଆଉ ଜଣକର ପିଉଥିବା କପ୍ ରେ ଚାହା ପିଇଥିଲେ । ୨୬ ଏପ୍ରିଲ ରେ ଜେଲ ର ସିସି ଟିଭି ରେ ଏହି ଭିଡିଓ ରେକର୍ଡ଼ ହୋଇଥିଲା ।କରୋନା କାରଣରୁ ସବୁଠାରୁଅଧିକ ମୃତୁ ଆମେରିକା ରେ ହୋଇଛି । ଏଠାରେ ଭାଇରସ୍ ରେ ଆକ୍ରାନ୍ତ ହେବା ପରେ ଭଲ ହେବାର ପ୍ରତିଶତ ସବୁଠାରୁ କମ । ଏହା ପରେ ମଧ୍ୟ କଏଦୀ ମାନେ ଏତେ ବଡ଼ କଦମ ଉଠାଉଛନ୍ତି ।
ଚିତ୍ର ରେ ସ୍ପଷ୍ଟ ଭାବରେ ଦେଖି ପାରିବା କି ଯେଉଁ କଏଦୀ କୁ କରୋନା ହୋଇଛି , ସେ ନିଜର ବୋତଲ ଅନ୍ୟ କୁ ଦେଉଛି ।ସମସ୍ତେ ସେହି ବୋତଲ ରେ ମୁଁହ ଲଗାଇ ପାଣି ପିଉଛନ୍ତି ।
ଏତିକି ନୁହେଁ , ସବୁ ସଂକ୍ରମିତ ରୋଗୀ ର ମାସ୍କ୍ ରୁ ମୁଁହ ବାହାର କରି ନିଶ୍ବାସ ନେଉଛନ୍ତି । ଏହି କଏଦୀ ଙ୍କୁ ଏତିକି ଜଣା ନାହିଁ କି ଏହି ଭାଇରସ୍ ଏମାନଙ୍କ ଜୀବନ ମଧ୍ୟ ନେଇପାରେ ।
ଏହି ଜେଲ ରେ କିଛି ଦିନ ଭିତରେ ଏହି ଭାଇରସ୍ ରେ ସଂକ୍ରମିତ ଦ୍ରୁତ ଗତି ରେ ବଢ଼ିଛି । ଏହି ପ୍ରତିଶତ କୁ ଦେଖି ଜେଲ ପ୍ରଶାସନ ଜାଣିବାକୁ ଚେଷ୍ଟା କରିଲେ କି ଜେଲରେ ଏତେ ଦ୍ରୁତ ଗତି ରେ କେମିତି ଏହି ଭାଇରସ୍ ସଂକ୍ରମିତ ହେଉଛି ?
ଏହା ଜାଣିବାକୁ ସେ ସିସି ଟିଭି ରେକର୍ଡ଼ିଙ୍ଗ୍ କୁ ଦେଖିଲେ । ଏହା ପରେ ଏହି ଭୟାନକ ସତ୍ୟ ରୁ ପରଦା ଉଠିଲା । ଏବେ ଜେଲ ପ୍ରଶାସନ ଏହି ମାମଲା ରେ ଶକ୍ତ କଦମ ଉଠାଇବା ପାଇଁ ପ୍ରସ୍ତୁତ ହେଉଛି । ସାଥିରେ ଏହି କଏଦୀ ଙ୍କୁ ମଧ୍ୟ ଘରକୁ ନ ପଠାଇବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲୁଛି ।