କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଙ୍ଗୀତକାର କନିକା କପୁରଙ୍କ ପ୍ଲାଜ୍ମା ନେବାକୁ ମେଡିକାଲ ମନା କରିଦେଇଛି।

କେଜିଏମୟୁ ଡାକ୍ତରଙ୍କ ଅନୁସାରେ କନିକା କପୁର ତାଙ୍କ ପରିବାର ବିଷୟରେ ଯାହା କହିଛନ୍ତି। ତାହା ପାଇଁ ତାଙ୍କ ପ୍ଲାଜ୍ମା ନେବାକୁ ମନା କରାଯାଇଛି।

ଲଖନଉ: କରୋନା ସଂକ୍ରମଣକୁ ନେଇ ବିବାଦରେ ଥିବା କନିକା କପୁରଙ୍କ ପରିବାର ତଥ୍ୟକୁ ନେଇ ଡାକ୍ତର ତାଙ୍କ ପ୍ଲାଜ୍ମା ନେବାକୁ ମନା କରିଦେଲେ । ଡାକ୍ତର ଏହାର କାରଣ ତାଙ୍କ ପରିବାରର ତଥ୍ୟ କହିଛନ୍ତି।

କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ବ୍ଲଡ଼ ଟ୍ରାନ୍ସଫିଉଜନ ମେଡ଼ିସିନ ଭିଭାଗର ଅଧକ୍ଷ ଡାକ୍ତର ତୁଲିକା ଚନ୍ଦ୍ରା ମଙ୍ଗଳବାରରେ କହିଛନ୍ତି କନିକାଙ୍କ ବର୍ତ୍ତମାନର ପରିବାରର ଗମନା ଗମନ ତଥ୍ୟକୁ ଦେଖି ବର୍ତ୍ତମାନ ତାଙ୍କ ପ୍ଲାଜ୍ମା ନିଆଯାଇପାରିବ ନାହିଁ।

ପରିବାରର ଗମନା ଗମନା ତଥ୍ୟକୁ ନେଇ ମନା କରାଗଲା:

 

ଡାକ୍ତର ତୁଳିକା ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି,ପରିବାରର ଗମନା ଗମନ ତଥ୍ୟ ମିଡିଆକୁ ଦିଆ ଯାଇ ପାରିବନି କାରଣ ଏହା ନିୟମ ବିରୁଦ୍ଧରେ ଅଟେ । ସେ ଏହା ବି କହିଛନ୍ତି ଭବିଷ୍ୟତରେ କନିକାଙ୍କ ପ୍ଲାଜ୍ମା ନିଆଯିବା ଉପରେ ବିଚାର କରାଯାଇପାରେ।

କନିକା ପ୍ଲାଜ୍ମା ଦେବାକୁ ଇଛା ପ୍ରକାଶ କରିଥିଲେ:

କରୋନା ଭାଇରସରୁ ଠିକ ହେବା ପରେ କନିକା କପୁର ୨୭ ଏପ୍ରିଲକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜ ପ୍ଲାଜ୍ମା ଦେବାକୁ ଇଛା କରିଥିଲେ। ତାଙ୍କର ଚାରି ଟେଷ୍ଟ ନେଗେଟିଭ ଆସିଥିଲା। ଯାହାପରେ ତାଙ୍କୁ ଘରକୁ ପଠାଯାଇଥିଲା।

ଲଣ୍ଡନରୁ ଫେରିବା ପରେ ମିଳିଥିଲା କରୋନା ପଜିଟିଭ:

କହିରଖିବୁକି କନିକା କପୁର ମାର୍ଚ୍ଚର ପ୍ରଥମ ସପ୍ତାହରେ ଲଣ୍ଡନରୁ ଫେରିଥିଲେ। ଯାହାପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ଓ ପରେ ତାଙ୍କ ପରୀକ୍ଷାରେ କରୋନା ପଜିଟିଭ ମିଳିଥିଲା। ଏହା ମଧ୍ୟରେ ସେ ଲଖନଉ ଏକ ପାର୍ଟିରେ ବି ଯୋଗ ଦେଇଥିଲେ। ଯେଉଁଠି ନେତା ମାନଙ୍କ ସହ ବହୁତ ସଂଖ୍ୟାର ଲୋକ ବି ଉପସ୍ଥିତ ଥିଲେ। ଏବେ ତାଙ୍କ ସବୁ ଟେଷ୍ଟ ନେଗେଟିଭ ପରେ ସେ ସୁସ୍ଥ ଅଛନ୍ତି ଓ ଘରେ ଅଛନ୍ତି।

ତେବେ ଆପଣ ସମସ୍ତଙ୍କୁ ଅନୁରୋଧ ଆପଣ ଘରେ ରୁହନ୍ତୁ ଏବଂ ସଚେତନ ସହିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *