କରୋନା ପରେ ଏବେ ଆଉ ଏକ ଭୟଙ୍କର ରୋଗ ଆସିଛି, ଛୋଟ ପିଲାଙ୍କ ଯାଉଛି ଜୀବନ…କ’ଣ ଏହା ସହ କରୋନା ର ସମ୍ପର୍କ ଅଛି ?

ଆମେରିକା ସମେତ ୟୁରୋପ ରେ କରୋନା ଭାଇରସ୍ ର କୋପ ଦେଖିବାକୁ ମିଳୁଛି । ସେଠାରେ କରୋନା ରେ ଲଗାତାର ମୃତୁ ହେଉଛି , ଏହା ସବୁ ଭିତରେ ଏକ ନୂଆ ରୋଗ ସାମ୍ନା କୁ ଆସିଛି , ଯେଉଁଥିରେ ଛୋଟ ଛୋଟ ପିଲା ଏକ ସିଡ୍ରାମ ରେ ଗ୍ରସ୍ଥ ହେଉଛନ୍ତି ଓ ଏମାନଙ୍କ ମୃତୁ ହୋଇଯାଉଛି । ଆମେରିକା ର ନ୍ୟୁୟର୍କ ରେ ଏମିତି ମାମଲା ସାମ୍ନା କୁ ଆସିଛି ଯେଉଁଥିରେ ୩ ଜଣ ପିଲାଙ୍କ ମୃତୁ ହୋଇଛି । କଥା ଏହାକି ଆମେରିକା ର ନ୍ୟୁୟର୍କ ରେ କରୋନା ଭାଇରସ୍ ରେ ଯୋଡିତ ଏକ ରହସ୍ୟମୟ ରୋଗ ରେ ୩ ପିଲାଙ୍କ ର ମୃତୁ ହୋଇଯାଇଛି । ପିଲା ମାନେ କରୋନା ରେ ଯୋଡ଼ିତ ରୋଗ ର ଶିକାର ହୋଇଯାଇଥିଲେ । ନ୍ୟୁୟର୍କ ର ଗଭର୍ଣ୍ଣର କୁଆମୋ କହିଛନ୍ତି କି ପିଲା ମାନଙ୍କ ଠାରେ କାବାସାକୀ ରୋଗ ଭଳି ଲକ୍ଷଣ ଦେଖା ଦେଉଛି ।

ସମାଚାର ଏଜେନ୍ସି ଲେଖକ ଙ୍କ ମୁତାବକ ନ୍ୟୁୟର୍କ ର ଗଭର୍ଣ୍ଣର କୁଆମୋ କହିଛନ୍ତି କି ଏହି ଦୁର୍ଲଭ ସିଡ୍ରୋମ ର ନୂଆ ଲକ୍ଷଣ ମହାମାରୀ ର କାରଣ ପିଲାଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ଏବେ ପର୍ଯ୍ୟନ୍ତ ମାନୁଥିଲେ କି କରୋନା ଭାଇରସ୍ କାରଣ ରୁ ହେଉଥିବା ନିଃଶ୍ୱାସ ରେ ହେଉଥିବା ରୋଗ କୁ ଲଢେଇ କରିବା ପାଇଁ ପିଲା ବହୁତ ମାତ୍ରା ରେ ସକ୍ଷମ ।

 

ଗଭର୍ଣ୍ଣର କହିଛନ୍ତି କି ସ୍ଵାସ୍ଥ୍ୟ ଅଧିକାରୀ ମାନେ ୭୩ ଏମିତି ମାମଲା ଦେଖିଛନ୍ତି , ଯେଉଁଠି କରୋନା ସଂକ୍ରମିତ ପିଲା ସିଡ଼୍ରୋମ ର ଲକ୍ଷଣ ଦେଖିଛନ୍ତି ।

ଶୁକ୍ରବାର ଦିନ ପ୍ରେସ ମିଟିଂ ରେ କହିଲେ କି ନ୍ୟୁୟର୍କ ରେ ତିନି ପିଲା ଙ୍କ ମୃତୁ ଏଥିରେ ହୋଇଯାଇଛି । ଗୁରୁବାର ଦିନ ଏକ ପାଞ୍ଚ ବର୍ଷ ପିଲାର ମୃତୁ ହୋଇଯାଇଛି । ଏହା ପୂର୍ବରୁ ସାତ ବର୍ଷ ର ପିଲା ର ମୃତୁ ହୋଇଛି । ହେଲେ ସେ ପିଲାର ନାମ ଓ ଅନ୍ୟ କିଛି ସୂଚନା ର ଖୁଲାସ କରାହୋଇନାହିଁ ।

ଏହା ପୂର୍ବରୁ ୟୁରୋପ ରେ ଏମିତି ପିଲା ଙ୍କ ମୃତୁ ହୋଇସାରିଛି । ପ୍ରାୟ ୧୨ ବ୍ରିଟିଶ ପିଲା ମଧ୍ୟ ଏହି ରୋଗ ରେ ପୀଡ଼ିତ ହୋଇସାରିଛନ୍ତି । ଏମାନଙ୍କ ଶରୀରର ଚାରି ପାଖରେ ଲାଲ ରଙ୍ଗ ର ଘାଆ ବାହାରିଥାଏ । ଡାକ୍ତର ମଧ୍ୟ ଏଥିରେ ଚିନ୍ତିତ ଅଛନ୍ତି କି ଏହି ରୋଗ କରୋନା ଭାଇରସ୍ ସହ କୌଣସି ସମ୍ଭାଦ ନାହିଁ ।
କିଛି ଡାକ୍ତର ଙ୍କ ମାନିବା କଥା ଏହା କି ଏହି କାବାସାକି ରୋଗ ଭଳି ନା ସେହି ରୋଗ । କାବାସାକି ରୋଗ ପାଞ୍ଚ ବର୍ଷ ରୁ କମ ବୟସ ର ପିଲା ଙ୍କୁ ହୋଇଥାଏ । ଏହାକୁ ମାୟୁକୋକ୍ୟୁଟେନିୟମ ଲିପି ନୋଡ ସିଡ୍ରୋମ ମଧ୍ୟ କୁହାଯାଏ ।

ଏହି ରୋଗ ରେ ପିଲା ଙ୍କୁ ଲଗାତାର ଜ୍ବର ରୋହିଥାଏ । ଆଖି ଲାଲ ହୋଇ ଯାଇଥାଏ । ଗଳା ପାଖରେ କୁଢାଇ ହେବା , ଛାତି ର ମାଂସପେଶୀ ଠିକ୍ ଭାବରେ କାମ କରି ନଥାଏ , ଓଠ ଫାଟିଥାଏ, ମୁଁହ ରେ ଲାଲ ରଙ୍ଗ ର ଚାକଡା ଚାକଡା ଦାଗ , ଦାନ୍ତ ରେ ବ୍ୟଥା , ହାତ ପାଦ ର ଆଙ୍ଗୁଳି ରେ ସୁଜନ ଓ ଡାଇରୀୟା ହୋଇଥାଏ ।
କାବାସାକୀ ରୋଗ କାରଣରୁ ପିଲା ମାନେ ଗମ୍ଭୀର ଡାଇରୀୟା ରେ ପୀଡ଼ିତ ହୋଇପାରନ୍ତି । ୟୁରୋପ ର ନ୍ୟାସନାଲ ହେଲଥ୍ ମିଶନ କହିଛନ୍ତି କି ଯେଉଁ ପିଲା ଙ୍କ ଠାରେ ଏହି ଲକ୍ଷଣ ଦେଖାଦେଇଥାଏ , ସେମାନଙ୍କୁ ତତ୍କାଳ ହସ୍ପିଟାଲ୍ ନେଇ ଯାଆନ୍ତୁ । ଯାଞ୍ଚ କରନ୍ତୁ ଓ ଏହାର ଚିକିତ୍ସା କରାନ୍ତୁ ।

ପୂର୍ବ ଦିନ ଏହା ପୂର୍ବର ରିପୋର୍ଟ ୟୁକେ ରୁ ଆସିଥିଲା , ଯେଉଁଥିରେ ୧୨ ମାମଲା ଥିଲା । ଏହା ପରେ ଫ୍ରାସ ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଔଲିବିର ବେରାନ କହିଥିଲେ କି ତାଙ୍କ ଦେଶ ରେ ମଧ୍ୟ ୧୫ ପିଲା ଏହି ରୋଗ ରେ ପୀଡ଼ିତ ହୋଇଛନ୍ତି । ଏତିକି ନୁହେଁ , ସ୍ପେନ , ଇଟାଲୀ , ସୁଇଜରଲ୍ୟାଣ୍ଡ ଓ ଏବେ ଆମେରିକା ରେ ମଧ୍ୟ ଏମିତି ମାମଲା ସାମ୍ନା କୁ ଆସିଛି ।

କାବାସାକୀ ରୋଗ ରେ ରକ୍ତ ନଳୀ ଶୁଖି ଯାଇଥାଏ । ଏଥିରେ ଜଳାପୋଡା ହେବାକୁ ଲାଗେ । ଏଥି ପାଇଁ ଶରୀରରେ ବହୁତ ପ୍ରକାର ଭୟାନକ ଲକ୍ଷଣ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *