କରୋନା ଭାଇରସ ମଝିରେ ବଢ଼ିବାରେ ଲାଗିଛି ଆଉ ଏକ ମହାମାରୀ ,ଏବେ ପର୍ଯ୍ୟନ୍ତ ନେଇସାରିଲାଣି ୧୪ ,୪୬୫ ଘୁଷୁରୀଙ୍କ ଜୀବନ।

ଗୋହାଟି: କରୋନା ଭାଇରସ ସଙ୍କଟ ଭିତରେ ଚିନ୍ତା ବଢ଼ାଉଛି ଅନ୍ୟ ଏକ ରୋଗ। ଏହାଠି ବହୁ ବଢ଼ିବାରେ ଲାଗିଛି ଆଫ୍ରିକାନ ସ୍ୱାଇନଫ୍ଲୁରେ ଏବେ ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ୧୪,୪୬୫ ଘୁଷୁରୀଙ୍କ ଜୀବନ ଗଲାଣି। ଆସାମର ପଶୁପାଳନ ମନ୍ତ୍ରୀ ଅନୁଲୁ ବୋରା ମଙ୍ଗଳବାର ଦିନ କହିଛନ୍ତି କି ସରକାର ଏହି ରୋଗକୁ ଅଟକାଇବା ପାଇଁ କଡା ପଦକ୍ଷେପ ଉଠାଉଛନ୍ତି। ରୋଗକୁ ଅଧିକ ବଢିବାକୁ ଅଟକାଇବା ପାଇଁ ଚାଷୀ ମାନଙ୍କୁ କୁହାଯାଇଛି କି ମରିଥିବା ଘୁଷୁରୀଙ୍କୁ ଗାତ ଖୋଳି ପୋତିବା ପାଇଁ।

ଏହି ରୋଗ ପାଇଁ ରାଜ୍ୟର ଅନ୍ୟ ପଶୁପାଳକଙ୍କ ଜୀବିକା ପ୍ରଭାବିତ ହେଉଛି। ପଶୁପାଳନ ଏଵଂ ପଶୁ ଚିକିତ୍ସା ବିଜ୍ଞାନର ଏକ ପ୍ରବକ୍ତା କହିଛନ୍ତି କି ଏହି ସଂକ୍ରମଣ ବହୁତ ଜୋରେ ବଢ଼ିବାରେ ଲାଗିଛି ଓ ଆସାମରେ ୧୦ ଜିଲ୍ଲାରେ ଘୁଷୁରୀ ମରୁଥିବା ଜଣା ପଡୁଛି। ଆଫ୍ରିକାନ ସ୍ୱାଇନଫ୍ଲୁରେ କିଛି ଦିନରେ ୧୪ ହଜାରରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ସଂକ୍ରମଣ ଆସାମରେ ସର୍ବ ପ୍ରଥମେ ଏହି ବର୍ଷ ଫ୍ରେବୃୟାରିରେ ସାମ୍ନାକୁ ଆସିଛି।

ଆସାମର ପଶୁପାଳନ ଓ ପଶୁ ଚିକିତ୍ସା ମନ୍ତ୍ରୀ ଅନୁଲ ବୋରା କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ଜଙ୍ଗଲୀ ଘୁଷୁରୀ ମାନଙ୍କୁ ବଞ୍ଚାଇବାର କଥା କହିଛନ୍ତି।ସେ କହିଛନ୍ତି କି ଅଗୋରାଟଲି ଅଞ୍ଚଳରେ ଛଅ ଫୁଟ ଓସାରର ଓ ୨ କିଲୋମିଟର ଲମ୍ବା ଗାତ ଖୋଳାଯାଇଛି କାରଣ ଜଙ୍ଗଲୀ ଘୁଷୁରୀ ଆସି ନ ପାରିବା ପାଇଁ। ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟ ସବୁ ତଥ୍ୟ କେନ୍ଦ୍ରକୁ ଦେଉଛି।

ବୋରା କହିଛନ୍ତି ବିଭାଗ ଦ୍ବାରା ୨୦୧୯ ଗଣତି ଅନୁସାରେ ରାଜ୍ୟରେ ଘୁଷୁରୀ ଙ୍କ ସଂଖ୍ୟା ୨୧ ଲକ୍ଷ ଥିଲା। ଯାହା ବଢିକରି ଏବେ ୩୦ ଲକ୍ଷ ହୋଇଗଲାଣି। ସେ କହିଛନ୍ତି କେନ୍ଦ୍ରର ଅନୁମତି ପରେ ବି ରାଜ୍ୟ ସରକାର ଘୁଷୁରୀ ମାରିବା ପାଇଁ ଆଦେଶ ନ ଦେଇ ରୋଗକୁ ନ ବ୍ୟାପିବା ପାଇଁ ଅନ୍ୟ ବିକଳ୍ପ ବାଛିଛନ୍ତି।

Leave a Reply

Your email address will not be published. Required fields are marked *