ବ୍ୟବସାୟ ଡେସ୍କ : କେନ୍ଦ୍ର ସରକାର ୧ ଜୁନ ରୁ ୨୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗରିବଙ୍କ ପାଇଁ ରାସନ କାର୍ଡ ପୋର୍ଟେବିଲିଟି ସର୍ଭିସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଡ ଯୋଗେ ଲୋକମାନେ ପିଡ଼ିଏସ ଦୋକାନ ମାନଙ୍କରୁ ଶସ୍ତା ଦାମ୍ ରେ ରାସନ କିଣିପାରିବେ । କରୋନା ମହାମାରୀ ର ଏହି ପାରିସ୍ଥିତି ରେ ଦଇଂମଜୁରୀ ତଥା ଗରିବ ଲୋକ ମାନଙ୍କୁ ବହୁତ ସହଯୋଗ ମିଳିବ । ୱାନ ନେସନ , ୱାନ ରାସନ କାର୍ଡ ନାମକ ଏହି ଯୋଜନା ଲକଡାଉନ ସମୟରେ ମହାନଗର ଏବଂ ଅନ୍ୟ ଉଦ୍ୟଗ କେନ୍ଦ୍ରରୁ ନିଜ ରାଜ୍ୟ ବା ନିଜ ସହରକୁ ଆସୁଥିବା ଗରିବ ଖଟି ଖିଆ ଲୋକମାନଙ୍କ ପାଇଁ ବରଦାନ ହେବ । ଏହା ଦ୍ୱାରା ସେମାନେ କେଉଁଠି ବି ଶସ୍ତା ରେ ଖାଦ୍ୟ ସାମଗ୍ରୀ ପାଇପାରିବେ ।
୧୭ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କୁ ଯୋଡ଼ା ଯାଇଛି :
ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୁ ଯୋଡ଼ା ଯାଇଛି । ଏହି ଯୋଜନା ଅନୁସାରେ ରାଷ୍ଟ୍ର ଖାଦ୍ୟ ସୁରକ୍ଷା କାନୁନ (ଏଏନଏଫଏସଏ) ର ଲାଭାର୍ଥୀ ଗୋଟିଏ ରାସନ କାର୍ଡ ମାଧ୍ୟମରେ ଦେଶସର ଯେକୌଣସି ପିଡ଼ିଏସ ଦୋକାନରୁ କମ ଦାମ୍ ରେ ଖାଦ୍ୟସମଗ୍ରୀ କିଣିପାରିବେ । ଖାଦ୍ୟମନ୍ତ୍ରୀ ରାମବିଳାସ ପାସବନ ଲନେ କହିଛନ୍ତି କ୍ରମଶଃ ଏହି ଯୋଜନାରେ ଓଡ଼ିଶା, ମିଜରାମ ଓ ନାଗାଲ୍ୟାଣ୍ଡ କୁ ମଧ୍ୟ ଯୋଡ଼ା ଯିବ । ଜୁନ ୧ ରୁ ୨୦ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରେ ଏହି ରାସନ କାର୍ଡ ପୋର୍ଟେବିଲିଟି ଲାଗୁହେବ ।
ପ୍ରମାଣ ପାଇଁ ଆଧାର କାର୍ଡର ବ୍ୟବହାର ହେବ :
ଏହି ଯୋଜନା ଅନୁସାରେ ଲାଭାର୍ଥୀ ମାନଙ୍କୁ ଆଧାରକାର୍ଡ ଦ୍ୱାରା ଚିହ୍ନଟ କରାଯିବ ଏହା ଏଲେକ୍ଟ୍ରୋନିକ ପୋଇଣ୍ଟ ଅଫ ସେଲ ର ଡାଟାବେସ ଦ୍ୱାରା ଚିହ୍ନଟ କରାଯିବ । ଏହି ଯୋଜନାକୁ ସଫଳ କରିବାକୁ ଦେଶର ସମସ୍ତ ପିଡ଼ିଏସ ଦୋକାନ ମାନଙ୍କ ରେ ପିଓଏସ ମେସିନ ଲଗାଯିବ । ଯେତେବେଳେ ରାଜ୍ୟ ଏହି ରିପୋର୍ଟ ଦେବ ସମସ୍ତ ଦୋକାନରେ ଏହି ଡିଭାଇସ ଲଗାଯିବାର ତଥ୍ୟ ଦିଆଯିବ ସେତେବେଳେ ରାଜ୍ୟକୁ ଏହି ଯୋଜନା ଭୁକ୍ତ କରାଯିବ ।
ପୁରୁଣା ରାସନ କାର୍ଡରୁ ହିଁ ରାସନ ମିଳିବ :
ଏହି ଯୋଜନା ର ଲାଭ ଉଠାଇବାକୁ କାହାକୁ ନୂଆ ରାସନ କାର୍ଡ ବନାଇବାର କୌଣସି ଆବଶ୍ୟକତା ନାହିଁ । ଲୋକମାନେ ପୁରୁଣା ରାସନ କାର୍ଡରୁ ହିଁ ଏହାର ଲାଭ ଉଠାଇପାରିବେ । ଆଗକୁ ବହୁତ ରାସନ କାର୍ଡ ଦୁଇଟି ଭାଷାରେ ଜରିହେବ । ଗୋଟିଏ ସ୍ଥାନୀୟ ଭାଷା ସହିତ ଅନ୍ୟ ଏକ ଭାଷା ହିନ୍ଦୀ କିମ୍ବା ଇଂରାଜୀ ରହିବ। ଭାରତର
ଯେକୌଣସି ନାଗରିକ ଆବେଦନ କରିପାରିବେ :
ଭାରତର ଯେକୌଣସି ନାଗରିକ ଏହି ରାସନ କାର୍ଡ ପାଇଁ ଆବେଦନ କରିପାରିବେ । ୧୮ ବର୍ଷ ରୁ କମ ବୟସର ଲାଭର୍ଥୀ ମାନଙ୍କର ନାମ ତାଙ୍କ ମାତା ପିତାଙ୍କ ରାସନ କାର୍ଡ ରେ ଯୋଡ଼ାଯିବ । ଏହି ରାସନ କାର୍ଡ ଧାରୀ ମାନଙ୍କୁ ୫ କିଲୋ ଚାଉଳ ୩ ଟଙ୍କା କିଲୋ ଦାମରେ ଏବଂ ଗହମ ୨ ଟଙ୍କା କିଲୋ ଦାମ୍ ରେ ମିଳିବ ।
ରାସନ କାର୍ଡ ପାଇଁ କେମିତି କରିବେ ଆବେଦନ :
ରାସନ କାର୍ଡ ପାଇଁ ଅନଲାଇନ ଆବେଦନ କରିପାରିବେ। ଏଥିପାଇଁ ଆମ ରାଜ୍ୟର ଖାଦ୍ୟ ବିଭାଗ ଅଫିସିୟାଲ ୱେବସାଇଟକୁ ଯିବାକୁ ପଡ଼ିବ । ସେଠାରେ ନିଜ ଭାଷାକୁ ବାଛନ୍ତୁ । ଏହା ପରେ ଜିଲ୍ଲାର ନାମ , କ୍ଷେତ୍ରର ନାମ ,ଶ୍ରେଣୀ ଓ ଗ୍ରାମପଞ୍ଚାୟତ ବିଷୟରେ ସୂଚନା ଦେବାକୁ ପଡିବ ।
ଏହା ପରେ କାର୍ଡ କେଉଁ ପ୍ରକାଶ ଯଥା :
ଏପିଏଲ , ବିପିଏଲ , ଅନ୍ତରଦୟ ବାଛିବାକୁ ପଡିବ । ଏହାପରେ ଆପଣଙ୍କ ବିଷୟରେ କିଛି ସୂଚନା ଦିଆଯାଇଛି । ଯେପରିକି ପରିବାରର ମୁଖିଆଙ୍କ ନାମ,ଆଧାର କାର୍ଡ ନମ୍ବର,ଭୋଟ ପରିଚୟ ପତ୍ର,ବ୍ୟାଙ୍କ ଖାତା ନମ୍ବର , ମୋବାଇଲ ନମ୍ବର ଇତ୍ୟାଦି। ସମସ୍ତ ସୂଚନା ପୂରଣ କଲା ପରେ ସବମିଟ ବଟନକୁ ଦବାନ୍ତୁ । ଏହା ସହିତ ଏହାର ଏକ କପି ଆପଣଙ୍କ ପାଖରେ ରଖିବାକୁ ପଡିବ ।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |