ମାଆ ପୁଅ ର ସମ୍ପର୍କ: ଶୁଣିବାରେ ବହୁତ ବିଚିତ୍ର ଲାଗୁଥିବ…. କିନ୍ତୁ ଏହା ସତ । ପଶୁ ଓ ମନୁଷ୍ୟ ସହସ୍ର ବର୍ଷ ରୁ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଅନା ଜୁଲିଆ ଟୋରେସ୍ ଲାଟ୍ରିନ ଆମେରିକା ର କଲମ୍ବିଆ ରେ ବାସ କରନ୍ତି । ସେ ଏହା ସିଂହ କୁ ସର୍କସ ରୁ ଆଣିଥିଲେ । ବହୁତ ଦିନ ର କଥା । ସର୍କସ ରେ ସିଂହ ର ଅବସ୍ଥା ବହୁତ ଖରାପ ଥିଲା । ସେ ରୋଗଗ୍ରସ୍ତ ଥିଲା । ବହୁତ୍ ଦୁର୍ବଳ ମଧ୍ୟ ଥିଲା । ସିଂହ ର ନାମ ଜୁପିଟୋର୍ ଥିଲା । ସେ ଯେବେ ବହୁତ ଦିନ ପରେ ତାଙ୍କୁ ଦେଖିଲା ତାଙ୍କୁ କୋଳେଇ ନେଲେ ଓ ଏକ ଧନ୍ୟବାଦ ଚୁମା ଦେଇଥିଲେ । ଠିକ୍ ଯେମିତି ଗୋଟେ ଛୁଆ ତା ମାଆ କୁ କରିଥାଏ ।
* ଏ ରହିଲା ଭିଡିଓ
https://twitter.com/susantananda3/status/1259706978072358917
ଏହି ଘଟଣା ର ଭିଡିଓ ଆଇଏଫଏମ ଅଫିସର ସୁଶାନ୍ତ ନନ୍ଦା ନିଜର ଟୁଇଟର ଆକାଉଣ୍ଟ ରେ ସେୟାର ମଧ୍ୟ କରିଥିଲେ । ସେ ଲେଖିଥିଲେ ପ୍ରେମ ଅନୁଭବ କରାଯାଇଥାଏ , ଏହି ମହିଳା ଜଣକ ସିଂହକୁ ଉଦ୍ଧାର କରିଥିଲେ । ବଦଳ ରେ ସିଂହ ଦେଲା ଏକ ପ୍ରେମଭରା ଆଲିଙ୍ଗନ ଓ ଧନ୍ୟବାଦ ଚୁମା ।
* କହୁଛୁ ଆମେ ଏମାନଙ୍କ କାହାଣୀ
ଅନା ଜୁଲିଆ , ଏକ ପଶୁ ଙ୍କୁ ଘରେ ଦେଖାଶୁଣା କରିବାର ଏକ ସଂସ୍ଥା ଚୋଲଉଥିଲେ । ଏହା ର ନାମ Villa Lorena । ଏହା ସାହାଯ୍ୟ ରେ ବହୁତ୍ ପଶୁପକ୍ଷୀ ମାନଙ୍କର ଜୀବନ ବଞ୍ଚାଇଛନ୍ତି । ସେମାନଙ୍କୁ ସେ ଉଦ୍ଧାର କରିଛନ୍ତି । ଜୁପିଟର୍ କୁ ମଧ୍ୟ ସେ ଉଦ୍ଧାର କରିଥିଲେ ।
* ଏବେ ପୁଣି ହେଲା ଦେହ ଖରାପ
ବାସ୍ତବରେ , ଏନା କୁ ସର୍କସ ରୁ ଉଦ୍ଧାର କରି ଚିଡ଼ିଆଖାନା ରେ ରଖିଦିଆ ଗଲା । ଭାବିଥିଲେ ସେଠାରେ ରହିଲେ ଠିକ୍ ରହିବ । କିନ୍ତୁ ଏମିତି ହେଲା ନାହିଁ । ସେଠାରେ ତାହାର ଅବସ୍ଥା ଅଧିକ ଖରାପ ହେବାକୁ ଲାଗିଲା । ‘ ଦ ସନ ‘ ର ରେପୋର୍ଟ ହିସାବରେ , ଏହି ଚିଡ଼ିଆଖାନା ରେ ତାହାର ଓଜନ ବହୁତ୍ କମିଗଲା ।
* ପୁଣି ନେଇ ଆସିଲେ ନିଜ ପାଖକୁ
ଏବେ ଯୁପିଟର୍ ଏନା ଙ୍କ ପାଖରେ ଅଛି । ତାଙ୍କର ପଶୁ ଚିକିତ୍ସା କେନ୍ଦ୍ର ରେ । ସେ ତାହାର ଯତ୍ନ ନେଉଛନ୍ତି । ସେ କହିଛନ୍ତି କି , ‘ ତାହାର ଓଜନ ଏବେ ୯୦ କିଲୋ ଅଛି । ତାହାର କିଡିନୀ , ଲିଭର୍ ମଧ୍ୟ ଖରାପ ହୋଇଯାଇଛି ।’
* ମାଆ ପାଖକୁ ଆସିଗଲା
ସେ କହନ୍ତି କି , ‘ ଏବେ ସେ ତାଙ୍କ ମାଆ ପାଖକୁ ଆସିଯାଇଛି । ତାକୁ ଜଣା ଅଛିକି ଏବେ ତାର ଧ୍ୟାନ ମୁଁ ରଖିବି । ଆମ ଦୁଇ ଜଣଙ୍କ ଭିତରେ ଏକ ଭିନ୍ନ ପ୍ରକାର ସମ୍ପର୍କ ଅଛି ।’ ଏବେ ଜୁପିଟର୍ ର ଚିକିତ୍ସା ଚାଲୁଛି । ତେବେ ଆପଣ ଏନା ଓ ଜୁପିଟର୍ ଙ୍କ ସମ୍ପର୍କ ଏହା କହିଥାଇ କି ପ୍ରେମ – ପ୍ରେମ ହୋଇଥାଏ ।