ବଲିଉଡର ଦଵଂ ତାରକା ସଲମାନ ଖାନ ୫୪ ବର୍ଷର ହୋଇଯାଇଛନ୍ତି , କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ବିବାହକୁ ନେଇ ଦ୍ଵନ୍ଦ ର କୌଣସି ସମାଧାନ ହୋଇ ନାହିଁ । ବହୁତ ଅଭିନେତ୍ରୀ ଙ୍କ ସହିତ ତାଙ୍କ ନାମ ଯୋଡ଼ିଲା ପରେ ମଧ୍ୟ ସେ ଏପର୍ଯ୍ୟନ୍ତ କୁଆଁରା ଅଛନ୍ତି । ସମସ୍ତେ ତାଙ୍କୁ ଏହି ପ୍ରଶ୍ନ କରନ୍ତି କି ଆପଣଙ୍କ ବିବାହ କେବେ ହେବ ? ଏହା ଗୋଟିଏ ଏମିତି ପ୍ରଶ୍ନ ଯାହାର ଉତ୍ତର ପାଇବାକୁ ତାଙ୍କ ପ୍ରଶଂସକ ମନେ ବହୁତ ସମୟରୁ ଜାଣିବାକୁ ଚାହୁଁଛନ୍ତି। ଏବେ ଏହି ପ୍ରଶ୍ନ ସଲମାନ ଖାନ ଙ୍କ ବାନ୍ଧବି ୟୁଲିୟା ବନ୍ତୁରଙ୍କୁ ମଧ୍ୟ କରାଯାଇଛି ।
ସେ ଏହି ପ୍ରଶ୍ନର ଉତ୍ତର ନିଜ ଶୈଳୀରେ ଦେଇଛନ୍ତି । ଗୋଟିଏ ୱେବସାଇଟ ରେ ୟୁଲିୟା ଙ୍କ ସହିତ କଥା ବାର୍ତ୍ତା ବେଳେ ତାଙ୍କୁ ପଚରା ଗଲା ତାଙ୍କର ବିବାହ ସାଲମାନଙ୍କ ସହିତ କେବେ ହେବ ? କାଗଜରେ ବିବାହର ଷ୍ଟାମ୍ପ ଲଗାଇବା ଗୁରୁତ୍ୱପୂର୍ଣ୍ଣ ନୁହଁ ? ଜଣେ ବ୍ୟକ୍ତି ସହିତ ଜୀବନ ବିତାଇବା ଗୁରୁତ୍ୱପୂର୍ଣ୍ଣ କାଗଜରେ ବିବାହର ଷ୍ଟାମ୍ପ ଲଗାଇବା ଜରୁରୀ ନୁହଁ । ଆମେ ଦୁଇଜଣ ପରସ୍ପର ପାଇଁ କଣ ଅନୁଭବ କରୁ ତାହା ଗୁରୁତ୍ୱପୁର୍ଣ । ସାଥିରେ ସମୟ ବିତାଇବା ଅନ୍ୟ ସମସ୍ତ ଜିନିଷ ତୁଳନାରେ ଗୁରୁତ୍ୱପୁର୍ଣ। ବିବାହ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ଖୁସିରେ ରହିବା ।
ଅଭିନେତ୍ରୀ କହିଛନ୍ତି , ‘ ଏହି ପ୍ରଶ୍ନ ବାରମ୍ବାର ମୋତେ ପଚରା ଯାଏ । ଏହା ସତ୍ଵେ ମୋର ମାତା ପିତା ମଧ୍ୟ ମୋତେ ପ୍ରଶ୍ନ ପଚାରିଲେଣି କି ମୁଁ ବିବାହ କରିବି ? ସେତେବେଳେ ମୁଁ ମୋ ମାଙ୍କୁ ପଚାରିଥିଲି କି ମା ମୋତେ ଆପଣ ଖୁସି ଦେଖିବାକୁ ଚାହାନ୍ତି ନା ବିବାହିତ ଦେଖିବାକୁ ? ମୁଁ କାହାକୁବି ବିବାହ କରିପାରିବି କିନ୍ତୁ ତା ଠାରୁ ଗୁରୁତ୍ୱପୁର୍ଣ ଖୁସିରେ ରହିବା ଓ କାହାସହିତ ଭଲ ସମୟ ଅତିବାହିତ କରିବା ।
କହିରଖୁଛୁ ୟୁଲିୟା ବନ୍ତୁର ଏକ ରୋମାନିୟନ ମଡେଲ ଅଟନ୍ତି ଯିଏ କି ଭାରତରେ ଲୋକପ୍ରିୟ ଅଟନ୍ତି । ସେ ଗତଥର ମ୍ୟୁଜିକ ଭିଡ଼ିଓ ” ହଜାଇ ” ରେ ମନୀଷା ପୋଲ ଙ୍କ ସହିତ ଦେଖିବାକୁ ମିଳିଥିଲା । ତାଙ୍କର ସଲମାନଙ୍କ ସହିତ ବହୁତ ମଧୁର ସମ୍ପର୍କ ରହିଛି। ଦୁଇଜଣଙ୍କୁ ସାଥିରେ ସମୟ ବିତାଉ ଥିବାର ଦେଖା ଯାଆନ୍ତି । ଏବେ ଏହି ଲକଡାଉନ ରେ ମଧ୍ୟ ୟୁଲିୟା ତାଙ୍କ ଫାର୍ମହାଉସ ପନେବଲ ରେ ସମୟ ବିତାଉଛନ୍ତି।