ରାସ୍ତା କଡରେ ଶିଶୁକୁ ଜନ୍ମ ଦେଲେ , ୧ଘଣ୍ଟା ପରେ କୋଳରେ ନେଇ ୧୬୦ କି.ମି ପାଦରେ ଚାଲିଲେ ମହିଳା ଶ୍ରମିକ

ବଡ଼ବାନି: ସରକାରଙ୍କର ସମସ୍ତ ଚେଷ୍ଟା ପରେ ମଧ୍ୟ ଅନ୍ୟ ରାଜ୍ୟରେ ଫସିରହିଥିବା ଶ୍ରମିକ ମାନଙ୍କୁ ହଜାର ହଜାର କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଯାଉଛନ୍ତି । ଶ୍ରମିକ ମାନଙ୍କର କାହାଣୀ ଲୋମହର୍ଷଣ କାରୀ ଅଟେ । ଏମପି – ମହାରାଷ୍ଟ୍ରର ବିଜାସନ ବୋର୍ଡ଼ର ରେ ନବଜାତ ଶିଶୁ ସହିତ ପହଞ୍ଚି ଥିବା ମହିଳାଙ୍କ କାହାଣୀ ଆତ୍ମାକୁ ଦୋହଲାଇ ଦେଲାଭଳି। ଶିଶୁର ଜନ୍ମର ୧ ଘଣ୍ଟା ପରେ ତାକୁ କୋଳରେ ନେଇ ୧୬୦ କି.ମି. ରାସ୍ତା ଅତିକ୍ରମ କରି ବିଜାସନ ବୋର୍ଡର ରେ ପହଞ୍ଚି ଥିଲେ ।

କଥା ହେଉଛି , ଏହି ପାଞ୍ଚ ଦିନର ଶିଶୁକୁ କୋଳରେ ନେଇ ବସିଥିବା ମହିଳାଙ୍କ ନାମ ଶକୁନ୍ତଳା । ସେ ତାଙ୍କ ସ୍ୱାମୀଙ୍କ ସହିତ ନାସିକରେ ରହୁଥିଲେ । ଗର୍ଭର ୯ ମାସରେ ସେ ନିଜ ସ୍ୱାମୀଙ୍କ ସହିତ ନାସିକ ରୁ ସତନା ପାଇଁ ପଦ ଯାତ୍ରାରେ ବାହାରି ଥିଲେ । ନାସିକ ରୁ ସତନା ର ଦୂରତା ପାଖା ପାଖି ୧୦୦୦ କି.ମି. ହେବ । ସେ ବିଜାସନ ବୋର୍ଡର ରୁ ୧୬୦ କି.ମି. ପୂର୍ବରୁ ୫ ମଇ ରେ ରାସ୍ତା କଡରେ ଶିଶୁକୁ ଜନ୍ମ ଦେଇଥିଲେ ଶନିବାର ଦିନ ଶକୁନ୍ତଳା ବିଜାସନ ବୋର୍ଡର ରେ ପହଞ୍ଚି ଥିଲେ ।

ତାଙ୍କ କୋଳରେ ନବଜାତ ଶିଶୁକୁ ଦେଖି ଚେକ ପୋଷ୍ଟର ଇନଚାର୍ଜ କବିତା କନେସ ତାଙ୍କ ବିଷୟରେ ଯାଞ୍ଚ କରିବାକୁ ତାଙ୍କ ନିକଟରେ ପହଞ୍ଚିଲେ। ତାଙ୍କୁ ଲାଗିଲା କି ମହିଳାଙ୍କୁ ସହାୟତା ଆବଶ୍ୟକ ।ଏହା ପରେ ସେ ତାଙ୍କ ସହିତ କଥା ହେଲେ , କହିବା ପାଇଁ ତାଙ୍କ ପାଖରେ କିଛି ଶବ୍ଦ ନଥିଲା । ମହିଳା ଜଣକ ୭୦ କି.ମି. ରାସ୍ତା ଚାଲିବା ପରେ ମୁମ୍ବାଇ- ଆଗ୍ରା ହାଇୱେ ରେ ଶିଶୁକୁ ଜନ୍ମ ଦେଇଥିଲେ । ଏଥିରେ ତାଙ୍କୁ ୪ ଜଣ ମହିଳା ସାଥି ସାହାଯ୍ୟ କରିଥିଲେ ।

ପୋଲିସ ଟିମ ଅବାକ ହୋଇଗଲେ
ଶକୁନ୍ତଳା ଙ୍କ କଥା ଶୁଣି ପୋଲିସ ଟିମ ଅବାକ ହୋଇଗଲେ । ମହିଳା ଜଣକ କହିଲେ ଶିଶୁକୁ ଜନ୍ମ ଦେବା ପର୍ଯ୍ୟନ୍ତ ସେ ୭୦ କି.ମି. ଚାଲିଥିଲେ। ଶିଶୁ ଜନ୍ମ ହେଲା ପରେ ୧ ଘଣ୍ଟା ରାସ୍ତା କଡରେ ଅଟକି ପୁଣି ଚାଳିବାକୁ ଲାଗିଲେ । ଶିଶୁ ଜନ୍ମ ହେଲା ପରେ ବିଜାସନ ବୋର୍ଡର ପହଞ୍ଚିବା ପାଇଁ ତାଙ୍କୁ ୧୬୦ କି.ମି. ଚାଲିବାକୁ ପଡିଥିଲା ।

ରାସ୍ତାରେ ମିଳିଥିଲା ସାହାଯ୍ୟ

ଶକୁନ୍ତଳାଙ୍କ ସ୍ୱାମୀ ରାକେଶ କୋଲ ଟାଇମସ ଅଫ ଇଣ୍ଡିଆ ଖବର କାଗଜର ସହଯୋଗୀ ଙ୍କୁ କହିଥିଲେ ଏହି ଯାତ୍ରା ବହୁତ କଠିନ ଥିଲା , କିନ୍ତୁ ରାସ୍ତାରେ ଆମେ ଦୟାଭାବ ମଧ୍ୟ ଦେଖିଲୁ । ଗୋଟିଏ ଶିଖ ପରିବାର ଏହି ପରି ସମୟରେ ସେହି ନବଜାତ ଶିଶୁ ପାଇଁ କପଡା ଏବଂ ଆବଶ୍ୟକୀୟ ସାମଗ୍ରୀ ଦେଇଥିଲେ । ରାକେଶ କୋଲ କହିଛନ୍ତି କି ଲକଡାଉନ ପାଇଁ ନାସିକରେ ଉଦ୍ୟୋଗ ଏବଂ କାମ ବନ୍ଦ ଅଛି ସେଥିପାଇଁ ତାଙ୍କର ଚାକିରୀ ଚାଲିଗଲା । ରାକେଶ କହିଥିଲେ ସତନା ଜିଲ୍ଲାର ଉଞ୍ଚାହରା ଗାଁ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଦରେ ଚାଲିଚାଲି ଯିବା ସତ୍ତ୍ୱେ ଅନ୍ୟ କୌଣସି ଚାରା ନଥିଲା । ଆମ ପାଖରେ ଖାଇବାକୁ କିଛି ନଥିଲା , କେବଳ ଘରକୁ ଯିବାର ଥିଲା କରଣ ସେଠାରେ ଆମର ନିଜର ଲୋକଥିଲେ ସେମାନେ ଆମକୁ ସାହାଯ୍ୟ କରିବେ । ରାକେଶ କହିଛନ୍ତି ଆମେ ଯେମିତି ହେଉ ପିପଲଗାଁ ପହଞ୍ଚିବାକୁ ଚାହୁଁଛୁ , ଏବଂ ସେତେବେଳେ ତାଙ୍କ ସ୍ତ୍ରୀଙ୍କର ପ୍ରସବ ପୀଡା ଆରମ୍ଭ ହୋଇଗଲା ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ | ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *