ନୂଆଦିଲ୍ଲୀ- କରୋନା ଭାଇରସ ପାଇଁ ଲକଡାଉନ କାରଣରୁ ପ୍ରଥମରୁ ହିଁ ଦେଶର ଅର୍ଥ ବ୍ୟବସ୍ଥା ବହୁତ ଖରାପ ହୋଇସାରିଛି। ଏବେ ଏହି ଲକଡାଉନରେ କିଛି ଢିଲା ଦେଇକରି ଦେଶ ଓ ରାଜ୍ୟ ଅର୍ଥ ବ୍ୟବସ୍ଥାକୁ ପୂର୍ବ ପରି ଆଣିବାକୁ ପ୍ରୟାସ ଚାଲିଛି।
କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମ୍ବନ୍ଧରେ ଅନେକ ପଦକ୍ଷେପ ଉଠାଇଛନ୍ତି। ଏହାର ଫଳ ଆସିବାରେ ହୁଏତ କିଛି ସମୟ ଲାଗିବ କିନ୍ତୁ ବିଶେଷଜ୍ଞ ମାନେ କହୁଛନ୍ତି ଏହାର ଫଳ ଭଲ ଆସିବ। ଆପଣଙ୍କୁ କହି ରଖିବୁ କି ଉତ୍ତରପ୍ରଦେଶ ,ଏମପି ସମେତ ଗୁଜୁରାଟ ସରକାର ମଧ୍ୟ ଆଗ ତିନି ବର୍ଷ ପାଇଁ ୩୦ରୁ ଅଧିକ ଶ୍ରମ କାନୁନକୁ ବନ୍ଦ କରିଦେଇଛନ୍ତି। ଏହା ପାଇଁ ଲିଖିତ ନୋଟିସ ବି ବାହାର ହୋଇଛି। ସେହି ପରି କିଛି ଅନ୍ୟ ରାଜ୍ୟ ବି ଏହିପରି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ନେସନଲ ପବ୍ଲିକ ଫାଇନେସ ଆଣ୍ଡ ପଲିସର ଅର୍ଥ ଶାସ୍ତ୍ରୀ ରାଧିକା ପାଣ୍ଡେ ଏହାକୁ ଏକ ଭଲ ପଦକ୍ଷେପ କହିଛନ୍ତି।
ତାଙ୍କର କହିବା ଅଟେ କି ୟୁପି ସରକାରଙ୍କ ଏହି ପଦକ୍ଷେପ ତାଙ୍କ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିତି ବି ଏହା ଚାହୁଁଥିଲା କି ଶ୍ରମ କାନୁନକୁ ବନ୍ଦ କରିବା ପାଇଁ। ଏହା ଦ୍ବାରା ସେହି ଶ୍ରମିକ ମାନଙ୍କୁ ରଖାଯିବ ଯେଉଁମାନେ ଠିକ କାମ କରୁଛନ୍ତି ଓ ଖରାପ କାମ କରୁଥିବା ଶ୍ରମିକ ଙ୍କୁ ବାହାର କରାଯିବ। ଏହା ଦ୍ବାରା ଶ୍ରମିକଙ୍କୁ ବି ଏହା ଜଣା ପଡିବ ଯଦି ଆମେ କାମ ଠିକ ସେ ନକଲୁ ଆମକୁ ବାହାର କରିଦିଆଯିବ।
ରାଧିକାଙ୍କ ଏହା କହିବାର ଥିଲା କି ଲକଡାଉନ ପାଇଁ କମ୍ପାନୀ ପୂର୍ବରୁ ହିଁ ବହୁତ ଖରାପ ଅବସ୍ଥାରେ ଅଛି। ଏବେ ଏହି ପରିସ୍ଥିତି କୁ ସୁଧାରିବା ଆବଶ୍ୟକ। ଏହି କାନୁନର ଆବଶ୍ୟକ ଥିଲା ଯାହା କମ୍ପାନୀଙ୍କୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବ। ଏହି କାରଣ ଅଟେ କି ୟୁପି ସରକାରଙ୍କ ଏହି ପଦକ୍ଷେପ ନା ଖାଲି ଏକ ରାଜ୍ୟ ପୁରା ଦେଶର ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବ।
ଏହା ମଧ୍ୟରେ କିଛି ଭଲ କଥା ଏହା କି ଶ୍ରମିକଙ୍କ କିଛି ହିତ କୁ ମଧ୍ୟ ଏହା ମଧ୍ୟରେ ସାମିଲ କରାଯିବ। ସେମାନଙ୍କ ମଜୁରୀ ଓ ସ୍ୱାସ୍ଥ୍ୟ ଉପରେ ବି ଧ୍ୟାନ ଦିଆଯିବ। ଏହି ପଦକ୍ଷେପ ଦ୍ବାରା ଅଧିକାରଙ୍କ ହାତରେ କିଛି ଫଇସଲା କରିବା ଅଧିକାର ଆସିଗଲା।
ତାଙ୍କ କହିବା ଅନୁସାରେ ଶ୍ରମ କାନୁନ ଛଡା କୃଷି ସହିତ ଯୋଡ଼ା ଏପିଏଫସି ରେ ବି କିଛି ଛାଡ଼ ଦିଆଯିବ। ତାଙ୍କ ଅନୁସାରେ କିଛି ସମୟ ପରେ ଶ୍ରମିକଙ୍କୁ ବି କମ୍ପାନୀରେ ଜରୁରୀ ଦେଖାଯିବ। ଏହା ପ୍ରବାସୀ ଶ୍ରମିକଙ୍କୁ ଏହା ଶୁଣି ଖୁସି ଲାଗିବ କି କମ ସେ କମ ଏଥର ଗଲେ ତାଙ୍କୁ ଖାଇବା ତ ଠିକ ସେ ମିଳିବ। ତାଙ୍କୁ ଏବେ ଲାଗିବ କମ ସେ କମ ନିଜ ଗାଁର କ୍ଷେ ରେ କାମ ତ କରିପାରିବେ। ଏହା ଦ୍ବାରା ଶ୍ରମିକଙ୍କ ଏକ ବଡ ଅଂଶ କୃଷି କ୍ଷେତ୍ର ଆଡକୁ ଯିବ ଯାହା ଆସୁଥିବା ସମୟରେ ବହୁତ ସାହାଯ୍ୟ କରିବ। ଏହା ଦ୍ବାରା ଗ୍ରାମୀଣ କ୍ଷେତ୍ରରେ ଉନ୍ନତି ହେବ। ଏପିଏଫସି ଛଡା କୃଷକଙ୍କୁ ନିଜ ଫସଲ ବିକିବା ପାଇଁ ବହୁତ କେନ୍ଦ୍ର ଖୋଲା ଯାଇଛି ଯାହା ଏକ ବଡ ପଦକ୍ଷେପ।
ରାଧିକାଙ୍କ ଏହା କହିବା କଥା କି ଆସୁଥିବା ସମୟରେ ଯାହା ବି ପଦକ୍ଷେପ ନିଆଯିବ ତାହା ଗ୍ରାମୀଣ କ୍ଷେତ୍ରର ଉନ୍ନତି ପାଇଁ କରାଯିବ। ଭବିଷ୍ୟତରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା କମିବାରେ ଲାଗିବ ଏବଂ ସରକାରଙ୍କ ତରଫରୁ ତାଙ୍କୁ ଯାହା ସହାୟତା ମିଳିବ ତାହା ବି ତାଙ୍କୁ ସାହାଯ୍ୟ କରିବ। ଏହାର ଫାଇଦା ଗ୍ରାମୀଣ କ୍ଷେତ୍ରର ଉନ୍ନତି ଉପରେ ପଡିବ। ଏହା ଦ୍ବାରା ଶ୍ରମିକ ମାନଙ୍କୁ ରାଜ୍ୟ ଭିତରେ ହିଁ ନିଜ ଜୀବିକା ପାଇଁ କାମ ମିଳିପାରିବ ଏବଂ ସ୍ଥାନୀୟ ଅଞ୍ଚଳରେ ଛୋଟ ଛୋଟ ବ୍ୟବସାୟ ଆଗକୁ ବଢିବ।