ନୂଆଦିଲ୍ଲୀ- ଆଜି କାଲିର ଯୁଗ ଟେକ୍ନୋଲୋଜିର ଅଟେ ଓ ଲୋକ ନିଜ ଫିଟନେସ ର ଧ୍ୟାନ ଗ୍ୟାଜେଟ ଦ୍ବାରା ରଖୁଛନ୍ତି।କିଛି ସ୍ମାର୍ଟ ଫୋନର ଆପ୍ଲିକେସନ ମାଧ୍ୟମରେ ଆପଣ ହୃଦ ସ୍ପନ୍ଦନ ରୁ ନେଇକି ବ୍ଲଡ଼ ପ୍ରେସର ଯାଏ ସବୁ ଜାଣିପାରିବେ। ଯଦି ଆପଣଙ୍କ ପାଖରେ କୌଣସି ଫିଟନେସ ବ୍ୟାଣ୍ଡ ବା ସ୍ମାର୍ଟ ଘଣ୍ଟା ନାହିଁ ତ କିଛି ନାହିଁ ଆପଣ କୌଣସି ସ୍ମାର୍ଟ ଫୋନ ମାଧ୍ୟମରେ ଆପଣଙ୍କ ହାର୍ଟ ରେଟ ମାପିପାରିବେ। ଏହା ପାଇଁ ଆପଣଙ୍କ ଫୋନର ଡିଭାଇସ କ୍ୟାମେରା ଏଲିଡି ଫ୍ଲାସ କାମରେ ଆସିବ।
ଆପଣଙ୍କୁ ଆବଶ୍ୟକ କେବଳ ଏକ ସଠିକ ଆପ ଓ ଏହାପରେ ସ୍ମାର୍ଟ ଫୋନ ଫ୍ଲାସ ନିଜ କାମ ଦେଖାଇବ। ସ୍ମାର୍ଟ ଫୋନର କ୍ୟାମେରା ଓ ଫ୍ଲାସ ଏକା ସାଙ୍ଗେ କାମ କରିଥାଏ। ଏହି ଫିଚର ଆପଣଙ୍କୁ କୌଣସି ସ୍ମାର୍ଟ ଫୋନରେ ମିଳିଥାଏ।କେତେ ଏହିପରି ଆପ ଅଛି ଯାହା ଲୋକଙ୍କ ହାର୍ଟ ରେଟ ଚେକ ପାଇଁ ତିଆରି କରାଯାଇଛି ଏବଂ ଏହା ମଧ୍ୟରେ ଏକ Instant Hear Rate ବି ଅଛି ଯାହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର କୁ ଯାଇକି ଡାଉନଲୋଡ କରିପାରିବେ।
ଏପରି ଚେକ କରନ୍ତୁ ହାର୍ଟ ରେଟ
ଆପଣଙ୍କୁ ଫୋନରେ ସେହି ଆପକୁ ଖୋଲିବା ପରେ ଆଉ କୌଣସି ସେଟିଙ୍ଗ ଚେଞ୍ଜ କରିବାକୁ ପଡିବନି ଏବଂ ଏହା ପରେ ଏହାକୁ ଖୋଲିକରି ଆପଣଙ୍କ ଆଙ୍ଗୁଠି ସ୍ମାର୍ଟ ଫୋନର କ୍ୟାମେରା ଆଗରେ ରଖିବାକୁ ହେବ। ଏହା ପରେ ଆପଣଙ୍କୁ ଏକ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହା ପରେ ଆପରେ ଆପଣଙ୍କ ହାର୍ଟ ରେଟ (ହୃଦ ସ୍ପନ୍ଦନ) ଦେଖାଯିବ। ଏହି ଆପ ର କହିବା କଥା କି ଲୋକଙ୍କ ହୃଦ ସ୍ପନ୍ଦନ ଚେକ କରିବା ପାଇଁ ଆଙ୍ଗୁଠି ବଦଳାଇ ହେଉଥିବା ରଙ୍ଗ କ୍ୟାମେରାରେ ମିନିଟର କରିଥାଏ ଓ ଏହାର ସିଧା ସମ୍ପର୍କ ଲୋକଙ୍କ ହୃଦ ସ୍ପନ୍ଦନ ଉପରେ ପଡିଥାଏ।
କିଛି ଫୋନରେ ସୁବିଧା
ଏହା ହୁଏତ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସ୍ମାର୍ଟ ଫୋନର କ୍ୟାମେରା ତାର କାମ କରିଥାଏ। କିଛି ସ୍ମାର୍ଟ ଫୋନରେ ଅଲଗାରେ ହୃଦ ସ୍ପନ୍ଦନ ମାପିବା ପାଇଁ ସେନ୍ସର ବି ଲଗାଯାଉଛି। ଏହାଠାରେ କିଛି ନ କହି ହେବକି କୌଣସି ସ୍ମାର୍ଟ ଫୋନ କ୍ୟାମେରା ବା ଫ୍ଲାସର ତୁଳନା ଆପଣଙ୍କ ସହ ହୋଇପାରିବ କିନ୍ତୁ ହୃଦ ସ୍ପନ୍ଦନର ଗଣନା ଏହା ମାଧ୍ୟମରେ ଲଗାଯାଇପାରିବ। ଏହା ମାଧ୍ୟମରେ ଆପଣ ନିଜ ସାଙ୍ଗ ମାନଙ୍କୁ କିଛି ନୂଆ କରିକି ଦେଖେଇ ପାରିବେ।