କିଏ ସିଲିଣ୍ଡର୍ ବିକିଲା ତ କିଏ ବାସନ ଓ ଚୁଲା । କିଏ ବିଛଣା ବିକିଲା ତ କିଏ ଟିଭି , ରେଡ଼ିଓ , ଜୋତା ଓ ଜରୁରୀ ଅନ୍ୟ ଜିନିଷ ବିକି ଦେଲା । ପେଟ ର ଭୁକ କୁ ଭୁଲି କୌଣସି ପ୍ରକାର ପଇସା ଏକାଠି କରିଲେ । ପାଞ୍ଚ ପାଞ୍ଚ ହଜାର ଟଙ୍କା ରେ ସାଇକେଲ କିଣିଲେ । ଏହା ପରେ ଦିଲ୍ଲୀ , ପଞ୍ଜାବ , ଅବାଲା , ଗୁରୁଗ୍ରାମ୍ ରୁ ବାହାରି ପଡ଼ିଲେ ପୂର୍ବାଞ୍ଚଳ , ବିହାର ଓ ମଧ୍ୟପ୍ରଦେଶ ଆଡ଼କୁ ।
ବ୍ରଜଘାତ ପହଁଞ୍ଚିବା ପରେ ସେଠାରେ ପୋଲିସ ପ୍ରଶାସନ ଅଟକାଇଥିଲେ । କହିଲେ କି ବସ୍ ର ବ୍ୟବସ୍ଥା କରିବେ , କିନ୍ତୁ ବସ୍ ର ଛାତ ରେ କ୍ୟାରିୟର ନଥିବା କାରଣରୁ ସେମାନେ ନିଜର ସାଇକେଲ କୁ ତିନି ତିନି ଶହ ଟଙ୍କା ରେ ବିକିବାକୁ ବାଧ୍ୟ ହେଲେ । ଏମିତି କେତେ ଜଣ ସାଇକେଲ ପାଇଁ ବସ୍ ରେ ବସିବାକୁ ରାଜି ହେଲେ ନାହିଁ ଓ ନିଜର ଯାତ୍ରା ରେ ବାହାରି ପଡ଼ିଲେ ।
ଶନିବାର ଦିନ ଡିପିଏସ ରେ ଥିବା ଦିଲ୍ଲୀ , ଗାଜିୟାବାଦ୍ ଓ ପଞ୍ଜାବ ରୁ ବିହାର ଯାଉଥିବା ଅସଲମ , ମନୋଜ ଝା , ଶିଖନ୍ୟୁ , ଚନ୍ଦନ , ବିକାଶ ଯାଦବ , ଲଲାକ ପ୍ରସାଦ , ଅଫଜଲ , ବଚ୍ଚା ବାବୁ , ଗୋପାଳ , ଆରିଫ କହିଲେ କି ସେମାନେ ପାଞ୍ଚ ପାଞ୍ଚ ହଜାର ଟଙ୍କା ରେ ସାଇକେଲ କିଣିଥିଲେ । ଅଧିକାରୀ କହୁଛନ୍ତି କି ବସ୍ ରେ ସାଇକେଲ ଯାଇପାରିବ ନାହିଁ । ଝାଳ ବୁହା କମାଇ ଏହାକୁ କିଣି ଏହାକୁ କେମିତି ଏଠାରେ ଛାଡି ଯିବେ । ଏଥିପାଇଁ ଏହା ଉପରେ ଆମେ ବସି ଆମର ଯାତ୍ରା ପୁରା କରିବୁ । ସେମାନେ କହିଛନ୍ତି କି ସେମାନଙ୍କ କେତେକ ସାଥି ବ୍ରଜଘାଟ ରେ ଅଟକି ଯିବା ଫଳରେ ତିନି ତିନି ଶହ ଟଙ୍କା ରେ ନିଜର ସାଇକେଲ କୁ ବିକିଥିଲେ ।
ଡିପିଏସ ରେ କରିଲେ ରହିବା ବ୍ୟବସ୍ଥା
ଦିଲ୍ଲୀ , ପଞ୍ଜାବ , ହରିୟାଣା ଆଦି ରାଜ୍ୟ ଏବଂ ବାହାର ସହରରୁ ଫେରି ଥିବା ଶ୍ରମିକ କୁ ଘର କୁ ଫେରି ଯିବା ପୂର୍ବରୁ ସେମାନଙ୍କ ରହିବା , ଖାଇବା , ଏବଂ ଥର୍ମାଲ ସ୍କାନିଙ୍ଗ ର ବ୍ୟବସ୍ଥା ହାଇୱେ ରେ ଥିବା ଡିପିଏସ ରେ କରାଯାଇଥିଲା । ପୂର୍ବ ରେ ଇନ୍ଦିରା ଚୌକ ସ୍ଥିତ ରମାବାଈ ଆବେଡକର ରାଜକୀୟ ମହାବିଦ୍ୟାଳୟ ରେ ଆଶ୍ରୟ ସ୍ଥଳ କରାଯାଇଥିଲା , କିନ୍ତୁ ଅଚାନକ ପ୍ରଶାସନ ଶନିବାର ଦିନ ଏହାକୁ ବନ୍ଦ କରି ଡିପିଏସ ରେ ଆଶ୍ରୟ ସ୍ଥଳ ବନାଇଥିଲା । ଚାଲି ଚାଲି ଆସୁଥିବା ଶ୍ରମିକ କୁ ଇନ୍ଦିରା ଚୌକ ରେ ପୋଲିସ କର୍ମଚାରୀ ମାନେ ଅଟକାଇଥିଲେ ଓ ସେମାନଙ୍କୁ ଦିଲ୍ଲୀ ଆଡ଼କୁ ଯାଉଥିବା ଗାଡ଼ି ରେ ବସାଇ ସେଠାକୁ ପଠେଇବା ର ବ୍ୟବସ୍ଥା କରିଲେ । ସେହି ଶ୍ରମିକଙ୍କ ଭୋଜନ , ଚାହା ଏବଂ ଥର୍ମାଲ ସ୍କେନିଙ୍ଗ ର ବ୍ୟବସ୍ଥା କରାଯାଇଥିଲା ।
ଡିପିଏସ ରେ ଛାଡି ଚାଲିଗଲେ ସାଇକେଲ
ଡିପିଏସ ରେ ଉପସ୍ଥିତ କରନାଳ ରୁ ମୋତିହାରୀ ଯାଉଥିବା ଶ୍ରମିକ କହୁଛନ୍ତି , ସେମାନେ ନିଜର ବାସନ ଓ ବିଛଣା ବିକି ୪୮୦୦ ଟଙ୍କା ରେ ସାଇକେଲ କିଣିଥିଲେ , କିନ୍ତୁ ଏବେ ଏହାକୁ ଏଠାରେ ଛାଡି ଯିବାକୁ ବାଧ୍ୟ । ଜନପଦ ବସ୍ଥି ନିବାସୀ ସୁନିଲ ଶର୍ମା ଓ ବିଶାଳ ଦିଲ୍ଲୀ ରେ ରହି ପଢୁଥିଲେ । ଏହି ଦୁହେଁ ମଧ୍ୟ ନିଜର ସାଇକେଲ ଏଠାରେ ଛାଡି ଦେଲେ । ଏମାନଙ୍କ ଛଡା ଏମିତି କେତେ ଶ୍ରମିକ ଥିଲେ ଯେଉଁମାନେ ସାଇକେଲ ପାଇଁ ବସ୍ ରେ ବସିବା ପାଇଁ ଚାଳକ ମନା କରିଦେଲା । ବାଧ୍ୟ ହୋଇ ସେମାନେ ନିଜର ସାଇକେଲ ସେଠାରେ ଛାଡି ଚାଲି ଗଲେ ।
ଗଜରୌଲା ରେ କିଛି ବସ୍ ର କିଛି କର୍ମଚାରୀ ଦ୍ଵାରା ଶ୍ରମିକ ଙ୍କ ସାଇକେଲ କୁ ନେବା ପାଇଁ ମନା କରିଦେଇଥିବା ର ଅଭିଯୋଗ ମିଳିଛି । କୁହା ଯାଉଛି କି ଏହି ବସ୍ ର ଛାତ ରେ କ୍ୟାରିୟର ନାହିଁ । ଏମିତି ରେ ଯଦି କିଛି ଦୁର୍ଘଟଣା ଘଟିଲା ତେବେ କିଏ ଦାଇ ରହିବ । ଏଥି ପାଇଁ ଚେଷ୍ଟା କରାଯାଉଛି କି ସେଠାକୁ କ୍ୟାରିୟର ଥିବା ବସ୍ ପଠାଇବା ପାଇଁ । ଶ୍ରମିକ ଦ୍ୱାରା ଛାଡି ଯାଇଥିବା ସାଇକେଲ ର ସୁରକ୍ଷା ର ଦାୟିତ୍ଵ ପାଳିକା ର ହେବ ।
ଉମେଶ ମିଶ୍ର , ଡିଏମ, ଅମରୋହା
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |