ରାତା ରାତି ପାଆନ୍ତୁ ମୁଣ୍ଡର ଉକୁଣୀ କବଳରୁ ରକ୍ଷା , କେବଳ ନିମ୍ବ ପତ୍ର ଦ୍ୱାରା କନ୍ତୁ ଏହି ଛୋଟ କାମ ।

ଯଦି ମୁଣ୍ଡରେ ଉକୁଣୀ ହୋଇଯାଏ ତେବେ କୌଣସିବି ଲୋକ ମୁଣ୍ଡକୁଣ୍ଡାଇ ହୋଇ ଅବସ୍ଥା ଖରାପ ହୋଇଯାଇ ଥାଏ । ଯାହାଦ୍ୱାରା ଆମର ହାତ ବାରମ୍ବାର କୁଣ୍ଡେଇ ହେବାକୁ ମୁଣ୍ଡ ଆଡକୁ ବଢ଼ିଥାଏ । ଯଦି ବାଳ ରେ ଉକୁଣୀ ଥାନ୍ତି ତେବେ ଏହାର ସିଧା ପ୍ରଭାବ ବାଳ ଉପରେ ପଡ଼ିଥାଏ । ଏହା ଦ୍ୱାରା ନା ଖାଲି ମୁଣ୍ଡ କୁଣ୍ଡେଇ ହୋଇଥାଏ ତଥା ବାଳ ମଧ୍ୟ ନଷ୍ଟ ହେବାକୁ ଆରମ୍ଭ କରିଥାଏ ।

କେବଳ ଏହା ନୁହଁ କେତେଥର ଏମାନଙ୍କ ପାଇଁ ଆମକୁ ଅନ୍ୟ ସମ୍ନାରେ ଲଜ୍ୟାକର ପରିସ୍ଥିତି ର ସମ୍ନା କରିବାକୁ ପଡ଼ିଥାଏ । ବାଳରୁ ଉକୁଣୀକୁ ବାହାର କରିବାପାଇଁ ଆପଣଙ୍କର ଦୈନନ୍ଦିନ ବ୍ୟବହାର୍ଯ୍ୟ ସେମ୍ପୋ ଓ କୋଣ୍ଡିସନର ଉପଯୋଗୀ ହୋଇନଥାନ୍ତି । ଏହା ପାଇଁ କିଚି ଘରୋଇ ଉପଚାର ଅପଣାଇ ପାରନ୍ତି । ଆସନ୍ତୁ ଜାଣିବା ମୁଣ୍ଡରୁ ଉକୁଣୀ ମାନଙ୍କୁ ବାହାର କରିବାର ଦମଦାର ଉପାୟ ।

ଉକୁଣୀ ଏକ ପ୍ରକାର ପରଜୀଵି ପ୍ରାଣୀ ଏହା ମଣିଷ ର ରକ୍ତ ଦ୍ୱାରା ଜୀଵିତ ରହନ୍ତି । ଏହା ସାଧାରଣତଃ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଠାରୁ ବୟସ୍କ ମାନଙ୍କୁ ମଧ୍ୟ ବ୍ୟାପିଥାଏ । ଯଦି କୌଣସି ମଣିଷର ମୁଣ୍ଡ ରେ ଉକୁଣୀ ଥାଏ ତେବେ ଏହା ଅନ୍ୟ ମଣିଷର ମୁଣ୍ଡକୁ ବ୍ୟକ୍ତିଗତ ସମ୍ପର୍କ ଦ୍ୱାରା ବ୍ୟାପି ଯାଇପାରେ । ଏମାନେ ରାତା ରାତି ନିଜର ଅଣ୍ଡା ଜନ୍ମ କରୁଥିବାର ଜଣାଯାଏ । ଏମାନଙ୍କ ଦ୍ୱାରା ମୁଣ୍ଡ ଭୀଷଣ କୁଣ୍ଡାଇ ହୋଇଥାଏ ।
* ମୁଣ୍ଡ ଖୁବ ଜୋରରେ କୁଣ୍ଡାଇ ହେବା ।
* ଛୁଟିରେ ସାଲୁବାଲୁ ହେଲା ଭଳି ଲାଗିବା ବଚଳିବାର ଆଭାସ ହେବା।
* ଖପୁରୀ, ବେକ,ଓ କାନ୍ଧରେ ଲାଲି ରଙ୍ଗର ଚିହ୍ନ ।

୧ . ନିମ୍ବ:- ଯେତେବେଳେ ମୁଣ୍ଡରେ ଉକୁଣୀ ବଢିଯାଆନ୍ତି ସେତେବେଳେ ଆପଣ ଏନ୍ଟିବ୍ୟକ୍ଟେରିଆଲ ଓ ଏନ୍ଟିସେପ୍ଟିକାଲ ନିମ୍ବର ଶକ୍ତି ଉପରେ ଭରସା କରନ୍ତୁ । ଏକ କପ ନିମ୍ବ ପତ୍ରକୁ ନେଇ ଫୁଟାଇ ତାକୁ ପେଷ୍ଟ କରିନିଅନ୍ତୁ । ଏହାକୁ ନିଜ ମୁଣ୍ଡରେ ଲଗାନ୍ତୁ ଏବଂ ୨ ଘଣ୍ଟା ପାଇଁ ଛାଡିଦିଅନ୍ତୁ । ତାପରେ ଏହାକୁ ପନ ରେ ଭଲଭାବରେ ଧୋଇଦିଅନ୍ତୁ । ନିମ୍ବ ରୁ ଗୋଟିଏ ପ୍ରକାର କୀଟନାଶକ ମିଳିଥାଏ ଯାହା ଉକୁଣୀ ମାନଙ୍କୁ ପ୍ରଜନନ କରବାକୁ ଦିଏନାହିଁ।

୨ . ଅଲିଭ ତେଲ :- ଅଲିଭ ତେଲ ଦ୍ୱାରା ଉକୁଣୀ ମାନଙ୍କ ଶ୍ୱାସରୁଦ୍ଧ ହୋଇଯାଏ ଏବଂ ସେମାନେ ରାତାରାତି ଶେଷ ହୋଇଯାଇଥାନ୍ତି । କିନ୍ତୁ ଏହାକୁ ପୁରା ରାତି ମୁଣ୍ଡରେ ଲଗାଇ ରଖିବାକୁ ପଡିବ । ମୁଣ୍ଡରେ ଏହି ତେଲ ଲଗାଇ ଏହାକୁ କୌଣସି କପଡ଼ାରେ ଘୋଡାଇ ଦେବା ଦ୍ୱାରା ଏମାନେ ନିଶ୍ୱାସ ନେଇପାରନ୍ତି ନାହିଁ ଏବଂ ମରିଯାନ୍ତି । ପର ଦିନ ଏହାକୁ ମୁଣ୍ଡରୁ ବାହାର କରିବାକୁ ପାନିଆରେ ମୁଣ୍ଡକୁ କୁଣ୍ଡାଇବାକୁ ପଡିଥାଏ ।

୩ . ଆପେଲ ସାଇଡ଼ର ଭିନେଗାର :- ଆପେଲ ସାଇଡର ଭିନେଗାର ରେ ନଡ଼ିଆ ତେଲ ମିଶାଇ ଲଗାଇବା ଦ୍ୱାରା ଉକୁଣୀକୁ ସହଜରେ ମରାଯାଇ ପାରେ । ଆପେଲ ସାଇଡର ଭିନେଗାର ରେ ଗୋଟିଏ ବଡ ଚାମଚ ନଦିଆ ତେଲ ମିଶାଇ ନିଅନ୍ତୁ । ଏହା ପରେ ମୁଣ୍ଡକୁ ତଉଲିଆ ରେ ଢାଙ୍କି ରଖନ୍ତୁ ଏବଂ ଏହାକୁ ପୁରା ରାତି ରହିବାକୁ ଦିଅନ୍ତୁ । ସକାଳେ ବାଳକୁ ଗରମ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ଗୋଟିଏ ମାସ ପର୍ଯ୍ୟନ୍ତ ଏହାକୁ ପ୍ରତି ସପ୍ତାହରେ ଦୁଇଥର ଲେଖାଏଁ କରନ୍ତୁ।

୪ . ଚା ଗଛ ରତେଲ :- ହର୍ବାଲ ଚା ତେଲ ପ୍ରାକୃତିକ ଇନ୍ସେକ୍ଟିସାଇଡ୍ସ ଅଟେ ଏହା ଉକୁଣୀ ମାନଙ୍କୁ ମୂଳରୁ ମାରିବାରେ ସାହାଯ୍ୟ କରିଥାଏ । ଏହି ତେଲକୁ ନଡ଼ିଆ ତେଲ ସହିତ ମିଶାଇ ଭଲଭାବରେ ମୁଣ୍ଡରେ ଲଗାନ୍ତୁ । ୨ଘଣ୍ଟା ପରେ ନିଜର ମୁଣ୍ଡ ସେମ୍ପୋ ରେ ଧୋଇ ପାନିଆ ରେ ଉକୁଣୀକୁ ବାହାର କରିଦିଅନ୍ତୁ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *