କପିଲ ପଚାରିଲେ ‘ବାବା ଲୋକ ବିବାହ କଣ ପାଇଁ କରିନଥାନ୍ତି ,କଣ ସେ ଡରିଥାନ୍ତି ? ‘ ଶ୍ରୀ ଶ୍ରୀ ରବିଶଙ୍କର ଦେଲେ ଏପରି ଉତ୍ତର’।

କରୋନା ଭାଇରସ ଓ ଲକଡାଉନ ପାଇଁ ଦେଶରେ ଟିଭି ସିରିଅଲ ଓ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି। ସବୁ କଳାକାର ନିଜ ନିଜ ଘରେ ରହିଛନ୍ତି। ଘରେ ବସି ସୋସିଆଲ ମିଡିଆରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ହାସ୍ୟକାର କପିଲ ଶର୍ମା ବି ଏମାନଙ୍କ ମଧ୍ୟରେ ଜଣେ।ଲକଡାଉନ ପାଇଁ ଲୋକ ‘ଦି କପିଲ ଶର୍ମା ସୋ’ ର ପୁର୍ବ ଅଧ୍ୟାୟ ଦେଖୁଛନ୍ତି। ଲୋକ ବହୁ ଦିନରୁ କପିଲଙ୍କ ନୂଆ କମେଡି କୁ ଝୁରୁଛନ୍ତି। ଏହି ସମୟରେ କପିଲ ଲୋକଙ୍କୁ ହସାଇବା ପାଇଁ ନିଜ ଟ୍ଵିଟର ଆକାଉଣ୍ଟରେ ଗୁରୁ ଶ୍ରୀ ରବିଶଙ୍କର ସହ ଏକ ଲାଇଭ କଥା ହେଇଛନ୍ତି।

କପିଲ ପଚାରିଛନ୍ତି ହସ କଥା:

କପିଲ ନିଜ ଟ୍ୱିଟର ଆକାଉଣ୍ଟରେ ”ହାର୍ଟ ଟୁ ହାର୍ଟ” ଏକ ଲାଇଭ ଚାଟ ମାଧ୍ୟମରେ ଗୁରୁ ଶ୍ରୀ ରବିଶଙ୍କର ଙ୍କ କଥା ହୋଇଛନ୍ତି। ଏହା ଦ୍ବାରା ସେ ଗୁରୁଜିଙ୍କୁ ମଜା ଓ ଜରୁରୀ କଥା ପଚାରିଛନ୍ତି। ଏହା ମଧ୍ୟରେ ଏକ କଥା ବିବାହ ଉପରେ ଥିଲା। କପିଲ ଗୁରୁଜୀଙ୍କୁ ପଚାରିଲେ କି ବାବା ଲୋକମାନେ ବିବାହ କଣ ପାଇଁ କରିନଥାନ୍ତି? କଣ ସେ ପତ୍ନୀ ମାନଙ୍କୁ ଡରି ଥାନ୍ତି? ଆମେ ଏପରି କଣ କରିବା ଯାହା ଦ୍ବାରା ପତ୍ନୀ ମାନେ ସର୍ଵଦା ନିଜ ପତି ମାନଙ୍କ ପ୍ରଶଂସା କରିବେ।

ରବିଶଙ୍କର ଦେଲେ ଏପରି ଉତ୍ତର:

କପିଲଙ୍କ ପ୍ରଶ୍ନର ଉତ୍ତର ରେ ଶ୍ରୀ ଶ୍ରୀ ରବିଶଙ୍କର କହିଲେ ଯେ ,ଏହି ସଂସାରରେ ଚାରି ପ୍ରକାର ଏହିପରି ଲୋକ ରହିଥାନ୍ତି ଯେଉଁମାନେ ସନ୍ୟାସୀ ହେବାକୁ ଇଚ୍ଛା ରଖିଥାନ୍ତି।ପ୍ରଥମେ ସେହି ଲୋକ ଯେଉଁମାନଙ୍କ ଜୀବନରେ ବହୁତ ଦୁଃଖ ଥାଏ। ଦ୍ଵିତୀୟରେ ଆସନ୍ତି ସେହି ଲୋକ ଯାହାଙ୍କ ମନରେ ଜାଣିବାର ଅଧିକ ଇଚ୍ଛା ଥାଏ। ତୃତୀୟରେ ଆସିଥାନ୍ତି ଜ୍ଞାନୀ ଓ ଚତୁର୍ଥରେ ସେହି ଲୋକ ଆସିଥାନ୍ତି ଯେଉଁମାନଙ୍କୁ ଦୁନିଆରେ କିଛି ଆଶା ନାହିଁ। ଗୁରୁଜୀଙ୍କ ଏହି ଉତ୍ତର କପିଲଙ୍କୁ ବହୁତ ପସନ୍ଦ ଆସିଥିଲା।

ସନ୍ୟାସୀ ଙ୍କ ପାଇଁ ପୁରା ଦୁନିଆ ତାଙ୍କ ପରିବାର:

ଏହା ପରେ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ ଯେଉଁ ଲୋକ ସଂସାରେରେ ଫସିଥାନ୍ତି ତାଙ୍କୁ କେବଳ ନିଜ ପରିବାର ଭଲ ଲାଗିଥାଏ ଓ ତାଙ୍କ ପାଇଁ ସେହି ପରିବାର ହିଁ ସବୁକିଛି ହୋଇଥାଏ। ଯେବେକି ଏକ ସନ୍ୟାସୀ ପାଇଁ ପୁରା ଦୁନିଆ ହିଁ ତାଙ୍କ ପରିବାର ହୋଇଥାଏ।

କମ ହେଲା କପିଲଙ୍କ ରାଗ:

ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ସହିତ କଥା ହୋଇ କପିଲ ଶର୍ମାଙ୍କୁ ବହୁତ ଲାଭ ହେଲ । ସେ ନିଜେ କହିଛନ୍ତି ଗୁରୁଜୀଙ୍କ ସହିତ କଥା ହୋଇ ତାଙ୍କ ଭିତରେ ଅନେକ ପରିବର୍ତ୍ତନ ଆସିଛି।ଏବେ ସେ ପୂର୍ବ ଅପେକ୍ଷା କମ ରାଗ କରିଥାନ୍ତି। ସେପଟେ ସୋସିଆଲ ମିଡିଆରେ ବି ଲୋକଙ୍କୁ ଏହି କଥା ବାର୍ତ୍ତା ବହୁତ ପସନ୍ଦ ଆସିଛି।

ଦେଖନ୍ତୁ ଭିଡ଼ିଓ:

କପିଲ ଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଆପଣ ଏହି ଠାରେ ଦେଖିପାରିବେ।

https://youtu.be/Xg8Aty2XBoM

ଆପଣଙ୍କୁ ଏହି କପିଲଙ୍କ ପ୍ରଶ୍ନ ଓ ଗୁରୁଜୀଙ୍କ ଉତ୍ତର କିପରି ଲାଗିଲା କମେଣ୍ଟରେ କହିବେ। ଆଶା କରୁଛୁ କି ଆପଣ ବି ଗୁରୁଜୀଙ୍କ କଥାକୁ କାମରେ ଲାଗେଇଥିବେ।ଲକଡାଉନ ପରେ ସବୁ ସୁଟିଙ୍ଗ ପୁଣି ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *