ଜାଲନା-ମହାରାଷ୍ଟ୍ରର ଔରଙ୍ଗାବାଦରେ ରେଳ ଲାଇନ ରେ ଶୋଇଥିବା ୧୬ ଶ୍ରମିକ ଟ୍ରେନରେ କଟି ମୃତ୍ୟୁ ହେଇଛି।ବଂଚିଯାଇଥିବା ଶ୍ରମିକ କହିଲା ହୃଦୟ କମ୍ପିବା ଭଳି ଘଟଣା।ପ୍ରତ୍ୟକ୍ଷଦର୍ଶୀ ମାନେ କହିଲେ ପୁରା ଏହି ଘଟଣା, କିପରି ଭାବେ ଘରକୁ ଫେରୁଥିବା ୧୬ ଶ୍ରମିକ ରାସ୍ତାରେ ହିଁ ସବୁଦିନ ପାଇଁ ଶୋଇଗଲେ।
ଷ୍ଟିଲ କମ୍ପାନୀରୁ ସନ୍ଧ୍ୟାବେଳେ ବାହାରିଲେ ଶ୍ରମିକ:
ଜାଲନା ଜିଲ୍ଲାର ଏସପି ଏସ. ଚୈତନ୍ୟ କହିଛନ୍ତି ମରିଥିବା ୧୬ ଶ୍ରମିକ ଏହିଠାରେ ଏସଆରଜି ଷ୍ଟିଲ କମ୍ପାନୀରେ କାମ କରୁଥିଲେ। ତାଙ୍କ ବୟସ ସବୁ ୨୦ ରୁ ୩୫ ଭିତରେ ଥିଲା।ଏହି କମ୍ପାନୀରୁ ୨୧ ଶ୍ରମିକ ଔରଙ୍ଗାବାଦକୁ ବହାରିପଡିଥିଲେ। ସେ ଏହି ନିଷ୍ପତି ନେଇଥିଲେ କି ଔରଙ୍ଗାବାଦରୁ ତାଙ୍କୁ ମଧ୍ୟପ୍ରଦେଶକୁ ଟ୍ରେନ ମିଳିଯିବ।
ରାତିସାରା ଚାଳିବାରୁ ଥକି ଯାଇଥିଲେ,ବସିବା କ୍ଷଣି ହେଲା ଗଭୀର ନିଦ:
କରମାଣ୍ଡର ପୋଲିସ ବଞ୍ଚିଥିବା ପ୍ରତ୍ୟକ୍ଷଦର୍ଶୀଠୁ କଥା ବୁଝି କହିଛି ,ସେ କହିଛନ୍ତି ଗୁରୁବାର ସନ୍ଧ୍ୟାବେଳେ ଜାଲନାରୁ ଚାଲିବ ଆରମ୍ଭ କରିଥିଲୁ ଏବଂ ପାଖା ପାଖି ୩୬ କିଲୋମିଟର ଚାଲିବା ପରେ ରେଳ ଲାଇନରେ ଆରାମ କରିବାର ନିଷ୍ପତି ନେଇଥିଲୁ। ରାତିସାରା ଚାଲିବା ଫଳରେ ଆମେ ସବୁ ଥକି ପଡିଥିଲୁ। କିଛି ସମୟ ଆରାମ ପାଇଁ ନିଷ୍ପତ୍ତି ନେଲୁ। ୧୬ ଜଣ ଟ୍ରେନ ଲାଇନରେ ଶୋଇଲେ ଓ ବାକି ଆମେ ୩ ଟିକେ ଦୂରରେ ଶୋଇଲୁ। ଅଧିକ ଥକି ଥିବାରୁ ସମସ୍ତଙ୍କୁ ଗଭୀର ନିଦ ଆସିଗଲା।
ଆମେ ପାଟି କରି ଉଠାଇବାକୁ ଚେଷ୍ଟା କଲୁ କିନ୍ତୁ ସବୁ ସରିଗଲା:
ପ୍ରତ୍ୟକ୍ଷଦର୍ଶୀ କହିଲେ ଆମେ ୩ ଜଣ ପଛରେ ଥିଲୁ ବାକି ସମସ୍ତେ ଆଗରେ ଥିଲେ। ଆମେ ରେଳ ଧାରଣାରେ ନ ଶୋଇ ତଳେ ଶୋଇଥିଲୁ। ସକାଳ ୫ ଟାରେ ଆମେ ଏକ ମାଲବାହୀ ଟ୍ରେନ ଆସୁଥିବାର ଦେଖି ଡାକିଲୁ କିନ୍ତୁ କାହାକୁ ବି ଆମର ଶବ୍ଦ ଶୁଭିଲା ନାହିଁ। ଆମେ ଜୋର ଜୋରରେ ପାଟି କରି ସମସ୍ତଙ୍କୁ ଉଠାଇବାକୁ ଚେଷ୍ଟା କଲୁ କିନ୍ତୁ କିଛି ଲାଭ ହେଲାନାହିଁ ଟ୍ରେନ ସମସ୍ତଙ୍କ ଉପରେ ଚଢି ଚାଲିଗଲା।
ରେଳର ଏକ ଅଧିକାରୀ କହିଛନ୍ତି ଏହି ମାଲଗାଡିରେ ପେଟ୍ରୋଲର ଖାଲି କଣ୍ଟେନର ଥିଲା ଏବଂ ଏହା ମନମାଡ଼ ତହସିଲ ସ୍ଥିତ ପାନବାଡ଼ି ଯାଉଥିଲା। ଦୃଘଟଣା ପରେ ସେ ଅନ୍ୟ ଷ୍ଟେସନରେ ରହିଗଲା। ଅନ୍ୟ ଏକ ଅଧିକାରୀ କହିଛନ୍ତି ଆଜି ମୃତକଙ୍କ ଶବକୁ ଟ୍ରେନ ଦ୍ବାରା ଜବଲପୁର ନିଆଯିବ।ଅନ୍ୟ ଏକ ଅଧିକାରୀ କହିଛନ୍ତି ଏମାନେ ସବୁ ଯେଉଁ କମ୍ପାନୀରେ କାମ କରୁଥିଲେ ତା ମାଲିକ ଜିଲ୍ଲା ପ୍ରଶାସନ କୁ ବି ନ କହି ପଳାଇ ଆସିଥିଲେ।
ମହାରାଷ୍ଟ୍ରର ଔରଙ୍ଗାବାଦରେ ଆଜି ହୃଦୟ କମ୍ପିବା ଭଳି ଘଟଣା ସାମ୍ନାକୁ ଆସିଛି। ୧୬ ଜଣ ଶ୍ରମିକ ଟ୍ରେନ ଦ୍ବାରା କଟି ମରିଛନ୍ତି। ସେ ସମସ୍ତେ ଜାଲନାରୁ ଭୁସାବଲ ଆଡକୁ ପାଦରେ ଚାଲି ଚାଲି ବାହାରିଥିଲେ। ସେ ସବୁ ୧୬ ଜଣ ମଧ୍ୟପ୍ରଦେଶର ସହଡୋଲ ଓ ଉମରିଆ ଜିଲ୍ଲାର ବାସି ଥିଲେ।ଲକଡାଉନ ପାଇଁ କମ୍ପାନୀରେ ଫସି ରହିଥିଲେ। ସୋସିଆଲ ମିଡିଆରେ ଭାଇରଲ ଏହି ଭିଡ଼ିଓରେ ଶ୍ରମିକଙ୍କ କଟିଯାଇଥିବା ଦେହ ଦେଖା ଯାଉଛି। ଶବ ପାଖରେ ତାଙ୍କର କିଛି ଜିନିଷ ପଡିଥିବାର ଦେଖିବାକୁ ମିଳୁଛି।