* ଭଲ ନିଦ ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ପିଅନ୍ତୁ ଡ୍ରିଙ୍କ
* ଶୋଇବା ପୂର୍ବରୁ ହଳଦୀ ବାଲା କ୍ଷୀର ପିଇବା ଉପକାରୀ ହୋଇଥାଏ ।
* ଶୋଇବାର ଅଧ ଘଣ୍ଟା ପୂର୍ବରୁ କ୍ଷୀର ହଳଦୀ ପିଅନ୍ତୁ ।
ଏମିତି କିଏ ଅଛି ଯାହାକୁ ଫିଟ୍ ରହିବାକୁ ଇଚ୍ଛା ନାହିଁ । ଓ ଜିମ୍ ରେ ଝାଲ ବୁହାଇ ସାରିବା ପରେ ରାତି ରେ ଭଲ ନିଦ ମଧ୍ୟ ଏହି ପରିଶ୍ରମ ର ଫଳ ଦେଇଥାଏ । ଏଥି ପାଇଁ ପୁରୁଷ ବହୁତ୍ ଧ୍ୟାନ ଦେଇଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ଡ୍ରିଙ୍କ ବିଷୟରେ କହିବାକୁ ଯାଉଛି , ଯାହାକୁ ରାତି ରେ ଶୋଇବା ଆଗରୁ ପିଇବା ଦ୍ୱାରା ଆପଣଙ୍କ ଫିଟନେସ ଓ ଭଲ ନିଦ ପାଇଥାଉ । ଏହା ଦିନ ସାରା ର ଥକ୍କା ଦୂର କରିଦେଇଥାଏ । ଯଦି ଆପଣ ଏମିତି ବ୍ୟକ୍ତି ଅଟନ୍ତି ଯିଏ ଫିଲ୍ଡ ରେ ଚାକିରୀ କରୁଛନ୍ତି କିମ୍ବା ଜିମ ରେ ଝାଳ ବୁହା ପରିଶ୍ରମ କରୁଛନ୍ତି , ତେବେ ରାତି ରେ ଶୋଇବା ଆଗରୁ ହଳଦୀ ବାଲା କ୍ଷୀର ପିଅନ୍ତୁ । ସେଲେବ ନିଉଟ୍ରନିସ୍ ରୁଜୁତା ଦେବିକରଙ୍କ କହିବା କଥା ଆପଣ ପ୍ରତିଦିନ ରାତି ରେ ଏକ କପ୍ ହଳଦୀ ବାଲା କ୍ଷୀର ପିଇବା ଦରକାର । ଏହା ଥଣ୍ଡା ଦିନରେ ସହିତ ଗରମ୍ ଦିନରେ ମଧ୍ୟ ଉପକାରୀ ହୋଇଥାଏ । ଜାଣନ୍ତୁ ହଳଦୀ କ୍ଷୀର ର ଉପକାରିତା
୧. ରୋଗପ୍ରତିଷେଧକ୍ ଶକ୍ତି ବୃଦ୍ଧି କରିଥାଏ
ହଳଦୀ ବାଲା କ୍ଷୀର ରୋଗପ୍ରତିଷେଧକ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ହଳଦୀ ର କ୍ଷୀର ଔଷଧଠାରୁ କୌଣସି ଗୁଣରେ କମ୍ ନୁହେଁ । ରାତି ରେ ଶୋଇବା ଆଗରୁ ଏକ କପ୍ ହଳଦୀ ବାଲା କ୍ଷୀର ପିଇବା ଦ୍ୱାରା ସଂକ୍ରମଣ ,କିମ୍ବା ଫ୍ଲୁ ରୁ ରକ୍ଷା ମିଳିଥାଏ ।
୨. ଶୁଖିଲା କାଶ ରୁ ଦୂର କରିଥାଏ
ହଳଦୀ ପିଇବା ଦ୍ୱାରା ବଲଗମ୍ ମିଳିଥାଏ , ଯାହା ଶ୍ୱାସ ନଳି ରେ ଥିବା ଜୀବାଣୁ କୁ ଶରୀରରୁ ବାହାର କରିବା କାମ କରିଥାଏ । ଏହା ଶୁଖିଲା କାଶ କୁ ଦୂର କରିଥାଏ ।
୩. ଥଣ୍ଡାକାଶ ରୁ ରକ୍ଷା କରିଥାଏ
ଯଦି ଆପଣ ସେହି ଲୋକ ମାନଙ୍କ ମଧ୍ୟ ରେ ଅଛନ୍ତି , ଯାହାକୁ ଜଳବାୟୁ ପରିବର୍ତ୍ତନ ଫଳରେ ଥଣ୍ଡା କାଶ ହୋଇଥାଏ , ତେବେ ହଳଦୀ ବାଲା କ୍ଷୀର ଆପଣଙ୍କ ପାଇଁ ଉପକାରୀ ହୋଇଥାଏ । ଏଥିରେ ଆଣ୍ଟି ଭାଇରସ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ଇନଫେକସନ୍ ସହ ଲଢ଼ିବା ରେ ସାହାଯ୍ୟ କରିଥାଏ ।
୪. ଓଜନ କମ ହୋଇଥାଏ
ଗରମ କ୍ଷୀର ରେ ଏକ ଚିମୁଟା ହଳଦୀ ମିଶାଇ ପ୍ରତିଦିନ ରାତିରେ ପେଇବା ଦ୍ୱାରା ଓଜନ କମ ହୋଇଥାଏ । ହଳଦୀ ବାଲା କ୍ଷୀର ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ ,ଯାହା ଓଜନ ଜଲଦୀ କମ କରିବାରେ ସାହାଯ୍ୟ କରେ ।
୫. ଗଭୀର ନିଦ ହୋଇଥାଏ

ଯଦି ଆପଣ ସେହି ଲୋକ ମାନଙ୍କ ମଧ୍ୟ ରୁ ଜଣେ , ଯିଏ ରାତି ରେ ପାଶ ବଦଳାଉଥାଏ , କିନ୍ତୁ ନିଦ ଆସୁନଥାଏ , ତେବେ ଶୋଇବା ଆଗରୁ ହଳଦୀ ବାଲା କ୍ଷୀର ପିଇବା ଉପକାରୀ ସାବ୍ୟସ୍ତ ହୋଇଥାଏ । ହଳଦୀ ରେ ଆମିନ ଏସିଡ ଅଛି ଓ କ୍ଷୀର ସାଥିରେ ଏହାକୁ ନେବା ଦ୍ୱାରା ଭଲ ନିଦ ହୋଇଥାଏ । ଶୋଇବାର ଅଧ ଘଣ୍ଟା ପୂର୍ବରୁ କ୍ଷୀର ହଳଦୀ ପିଅନ୍ତୁ ।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |