କରୋନା ମୁକ୍ତ ସିକିମରେ ବିନା ଅନୁମତିରେ ପଶିଲେ ପଡିବ ମହଙ୍ଗା,ଆପଣଙ୍କ ଉପରେ ଲାଗିବ ହତ୍ୟାର ମାମଲା।

●ସିକିମରେ କରୋନା ଭାଇରସର ଗୋଟିଏ ବି ମାମଲା ନାହିଁ ।

●ବିନା ଅନୁମତିରେ ପଶିଲେ ଲାଗିବ ହତ୍ୟା ଆରୋପ ।

●ରାଜ୍ୟକୁ ଆସିଥିବା ସବୁ ଲୋକଙ୍କୁ ରଖାଯାଉଛି କୁଆରେଣ୍ଟାଇନରେ।

ଗଙ୍ଗଟୋକ: ଆଜି ଭାରତ ନୁହେଁ ପୁରା ଦୁନିଆର ୧୮୦ ରୁ ଅଧିକ ଦେଶ ଏହି ମହାମାରି ସହ ଲଢ଼ୁଛି। ପୁରା ଦୁନିଆରେ ଏହାର ମାମଲା ୩୮ ଲକ୍ଷ ଆସିସାରିଲାଣି। ଭାରତରେ ସଂକ୍ରମିତ ଙ୍କ ସଂଖ୍ୟା ୫୩ ହଜାର ଟପି ସାରିଲାଣି। ସିକିମ ଭାରତର ଏକ ଏପରି ରାଜ୍ୟ ଯେଉଁଠି ଏବେ ପର୍ଯ୍ୟନ୍ତ କରୋନା ଗୋଟେ ମାମଲା ବି ସାମ୍ନାକୁ ଆସିନି। ଆପଣ ଯଦି ସିକିମ ଯିବେ ସ୍କାନିଂ କରିବାକୁ ଆପଣ ବାଧ୍ୟ। ଏପରି ନ କରିବା ଦ୍ବାରା ଆପଣଙ୍କ ଉପରେ ହତ୍ୟାର ମାମଲା ଲାଗିବ।

ସିକିମ ସରକାର ରାଜ୍ୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଟେଷ୍ଟ କରିବା ବାଧ୍ୟତାମୂଳକ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ କହିଛନ୍ତି ଯଦି କୌଣସି ବ୍ୟକ୍ତି ୧୪ ଦିନ କୁଆରେଣ୍ଟାଇନର ଡରରେ ସିକିମ ରେ ବିନା ଅନୁମତିରେ ପଶିବ ,ତା ଉପରେ ଆଇପିସି ଧାରା ୩୦୭ ଅନୁସାରେ ହତ୍ୟା ମାମଲା ଲାଗିବ।

ସେ ଆଗକୁ କହିଛନ୍ତି, ଆମେ ଏହି କଡା ନିୟମ ଏଥିପାଇଁ କରିଛୁ ଯେଉଁ ଲୋକ ଅନ୍ୟ ରାଜ୍ୟରୁ ଆସୁଛି ତାକୁ ଏହି ରୋଗ ହୋଇଥାଇ ପାରେ ତା ମାଧ୍ୟମରେ ଅନ୍ୟ କୁ ବି ହୋଇପାରେ। ସେଥିପାଇଁ ଯଦି ଆମେ ଦେଖିବୁ ଯଦି କୌଣସି ଲୋକ ବିନା ଅନୁମତିରେ ସିକିମରେ ପଶିବା ଆମେ ତା ଉପରେ ଏହି ଧାରା ଲାଗୁ କରିବୁ।

ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି ଲୋକଙ୍କୁ ବିନା ଅନୁମତିରେ ସିକିମରେ ପଶିବା ଉଚିତ ନୁହେଁ। ରାଜ୍ୟର ପୋଲିସ ବର୍ଡରରେ କଡା ପ୍ରହରା ଦେଉଛନ୍ତି। ସେ କହିଛନ୍ତି ଭୁଲ ପରିଚୟ ସହ ରାଜ୍ୟ କୁ ନ ଆସନ୍ତୁ। ଯଦି ଆପଣ ଏପରି କରିବେ ପୋଲିସ ଆପଣଙ୍କ ଉପରେ କଡା ପଦକ୍ଷେପ ନେବ ଯାହାର ଦାୟୀ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଆପଣ ସଠିକ ନିୟମ ଅନୁସାରେ ଆସନ୍ତୁ। ଆମେ ଆପଣଙ୍କୁ ସୁରକ୍ଷା ସହିତ କୁଆରେଣ୍ଟାଇନ ସେଣ୍ଟର ନେଇଯିବୁ ଯେଉଁଠି ସଠିକ ବ୍ୟବସ୍ଥା କରାଯାଇଛି।

କହି ରଖିବୁ କି ଭାରତରେ ପୂର୍ବ ୨୪ ଘଣ୍ଟାରେ ଏହି ରୋଗର ୩୫୬୧ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୮୯ ଲୋକଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *