ହିନ୍ଦୁଧର୍ମ ଅନୁସାରେ ସପ୍ତାହର ସବୁ ବାର କୌଣସି ନା କୌଣସି ଦେବୀ ଦେବତା ମାନଙ୍କୁ ଅର୍ପଣ କରାଯାଇଛି।ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା ପାଠ ଅଧିକ ହୋଇଥାଏ।ଏହା କୁହାଯାଇଛି କି ଏହି ଦିନ ଯେଉଁ ଲୋକ ଭଗବାନ ବିଷ୍ଣୁଙ୍କୁ ପୁରା ମନ ଦେଇ ଡାକିଥାଏ ତାର ସବୁ ଦୁଃଖ କଷ୍ଟ ସାରିଯାଇଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ।ଖାସ କରି ଯେଉଁମାନଙ୍କ ବିବାହ ହେଉନାହିଁ କି ଆର୍ଥିକ ସମସ୍ୟା ଥାଏ ତାର ଦିନ ଭଲ ଯାଇଥାଏ।ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ।ଯଦି ଆପଣ ଗୁରୁବାର ଦିନ ପୁରା ମନରେ ଏହି କାମ କଲେ ଆପଣଙ୍କ ମନସ୍କାମନା ପୁରଣ କରିଥାଏ।
ବିବାହରେ ଅସୁବିଧ

ଯଦି ଅନେକ ଚେଷ୍ଟା ପରେ ବି ଆପଣଙ୍କ ବିବାହ ହେଉନାହିଁ କି ମନ ପସନ୍ଦ ଜୀବନସାଥୀ ମିଳୁ ନାହିଁ ତେବେ କରନ୍ତୁ ଏହି କାମ।ଗୁରୁବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧାନ୍ତୁ।ଏହି ସମୟରେ ସେହି ଗାଧୁଆ ପାଣିରେ ହଳଦୀ ମିଶାଇ ଗାଧାନ୍ତୁ।ସେହି ପାଣିରେ ଗାଧୋଇବା ସମୟରେ ‘ଓଁ ନଂମୋ ଭଗବତେ ବସୁଦେବାୟ’ ମନ୍ତ୍ର ଜପ କରନ୍ତୁ।ଏହା ଦ୍ବାରା ଆପଣଙ୍କ ବିବାହର ସବୁ ସମସ୍ୟା ଦୂର ହେବ।
ଗୁରୁ ଦୋଷ ଦୂର କରନ୍ତୁ
ଯଦି ଆପଣଙ୍କ ଜନ୍ମ କୁଣ୍ଡଳୀରେ ଗୁରୁ ଦୋଷ ଅଛି ତ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ବେଶନର ଲଡୁ ଭୋଗ ଲଗାନ୍ତୁ।ଏହା ସହିତ ହଳଦିଆ ଜିନିଷ ଯେପରି କଦଳୀ,ଚନ୍ଦନ,ହଳଦିଆ କପଡା ଆଦି ଦାନ କରନ୍ତୁ ଶୁଭ ଫଳ ମିଳିବ।
ପଇସାର ଅଭାବ
ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତ ଗୁରୁବାର ଦିନ ସନ୍ଧ୍ୟାବେଳେ କଦଳୀ ଗଛ ମୂଳେ ଏକ ଦୀପ ଜଳାନ୍ତୁ ଓ ବେଶନ ଲଡୁ ଚଢାନ୍ତୁ ଏବଂ ଏହି ପ୍ରସାଦ ଲୋକଙ୍କୁ ବାଣ୍ଟି ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ଧନ ସମସ୍ୟା ଦୂର ହେବ।ଅନ୍ୟ ଏକ କଥାର ଧ୍ୟାନ ରଖନ୍ତୁ କି ଗୁରୁବାର ଦିନ କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ ଏହା ଦ୍ବାରା ବି ଆଥିର୍କ ସମସ୍ୟା ଦେଖାଯାଇଥାଏ।
ସୁଖ ଓ ଶାନ୍ତି ପାଇଁ

ଯଦି ଆପଣ ଆପଣଙ୍କ ଜୀବନରେ ସୁଖ ଓ ଶାନ୍ତି ପାଇବାକୁ ଚାହାନ୍ତି ତ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ।ଏହି ଦିନ ହଳଦିଆ ବସ୍ତ୍ର ପିନ୍ଦନ୍ତୁ ଓ ବିଷ୍ଣୁଙ୍କ ଆଳତି କରନ୍ତୁ।ଏହି ଦିନ ଘରେ ହଳଦିଆ କ୍ଷୀରି କରି ଭଗବାନ ଶ୍ରୀ ହରିଙ୍କୁ ଅର୍ପଣ କରନ୍ତୁ।ଏହା ପରେ ଏହି ଭୋଗକୁ ପରିବାରର ସମସ୍ତେ ମିଶି କରି ଖାଆନ୍ତୁ।ଏହା ଦ୍ବାରା ସମସ୍ତଙ୍କ ଭିତରେ ଭଲ ପାଇବା ବଢିବ ଓ ପରିବାରରେ ସୁଖ ଶାନ୍ତି ଭରି ରହିବ।
ଏହି ସବୁ ଉପାୟ ଅତିରିକ୍ତ ଆପଣ ଭଗବାନ ବିଷ୍ଣୁଙ୍କ ବ୍ରତ ରଖିପାରିବେ।ଏହା ଦ୍ବାରା ବି ଆପଣଙ୍କୁ ଲାଭ ମିଳିବ।ଆଶା କରୁଛୁ କି ଆପଣଙ୍କୁ ସବୁ ଉପାୟ ପସନ୍ଦ ଆସିଥିବ।ଏହି ସବୁ ଉପାୟର ଲାଭ ଅଧିକ ଗୁରୁବାର ଦିନ ହିଁ ମିଳିଥାଏ।ସେଥିପାଇଁ ଗୁରୁବାର ହିଁ ଏହି ସବୁ କାମ କରିବାକୁ ଚେଷ୍ଟା କରନ୍ତୁ।ଯଦି ଆପଣଙ୍କୁ ଏହା ପସନ୍ଦ ଆସୁଛି ଅନ୍ୟ ସହ ସେୟାର କରିବେ।ଯାହା ଦ୍ବାରା ଏହିପରି ଜ୍ଞାନ ନେଇ ପାରିବେ।