୪୫ ଦିନରୁ ବର କରୁଛି କନ୍ୟା ବିଦାୟର ପ୍ରତୀକ୍ଷା,ଝିଅ ବାଲା ବନ୍ଧୁଙ୍କ ଚର୍ଚ୍ଚାରେ ହେଲେଣି କାଙ୍ଗାଳ…

କାନପୁରରୁ ବିହାର ବେଗୁସୁରାଏ ଯାଇଥିବା ଏକ ବର ଯାତ୍ରୀ ବାହାଘର ପରେ କନ୍ୟା ଘରେ ଅଟକିଯାଇଛି ଏବଂ ଏହି ବର ଯାତ୍ରୀଙ୍କ ସେବା କରି କରି କନ୍ୟା ଘର ଲୋକ କାଙ୍ଗାଳ ହୋଇଗଲେଣି। ଏହି ବରଯାତ୍ରୀ ମାର୍ଚ୍ଚ ମାସ ବେଗୁସୁରାଏ ବଲିଆ ପ୍ରଖଣ୍ଡର ଫାନେତପୁର ଗାଁରେ ଫସି ଯାଇଛନ୍ତି ଓ ଘର ଯିବାର ଅପେକ୍ଷା କରିଛନ୍ତି। ସେପଟେ ପୁଅ ଘରେ ପୁଅ ଆସିବାର ଅପେକ୍ଷା କରିଛନ୍ତି ଏବଂ ସବୁଦିନ ଝିଅ ଘରେ ଏହି କଥା ପଚାରୁଛନ୍ତି କେବେ ଆସିବେ।

କାନପୁରର ଚୌବେପୁର ମହବୁବ ଖାନ ତାଙ୍କ ପୁଅ ମହମ୍ମଦ.ଇମତିଆଜର ବରଯାତ୍ରୀ ୨୦ ମାର୍ଚ୍ଚକୁ ବେଗୁସୁରାଏ ବଲିଆ ପ୍ରଖଣ୍ଡର ଫାନେତପୁର ଗାଁ ମହମ୍ମଦ.ହାମିଜଙ୍କ ଭାଣିଜୀ ଖୁସୁବୁ ଖାତୁନଙ୍କ ଘରକୁ ନେଇକି ଯାଇଥିଲେ।ସେଠାରେ ଧୁମ ଧାମରେ ବରଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା।୨୧ ମାର୍ଚ୍ଚରେ ବିବାହ ସମ୍ପନ କରାଯାଇଥିଲା କିନ୍ତୁ ଝିଅ ବିଦା ପୂର୍ବରୁ ଦେଶରେ ଜନତା କର୍ଫ୍ୟୁ ହୋଇଗଲା ଯେଉଁଥି ପାଇଁ ବରଯାତ୍ରୀ ସେଇଠାରେ ହିଁ ଅଟକିଗଲେ। ବରଯାତ୍ରୀଙ୍କୁ ଲାଗିଥିଲା ଏହା ହଟାଇବା ପରେ ସେ ଚାଲି ଯିବେ କିନ୍ତୁ ଏହା ପରେ ଦେଶରେ ଲକଡାଉନ କରାଗଲା ଏବଂ ବରଯାତ୍ରୀ ଝିଅ ଘରେ ଫସି ଗଲେ। ଏହି ବରଯାତ୍ରୀଙ୍କୁ ଝିଅ ଘରେ ରହିବା ୪୫ ଦିନ ହେଇଗଲା।

ବରଯାତ୍ରୀ ଫେରିବାକୁ ସମସ୍ତେ କରିଛନ୍ତି ଅପେକ୍ଷା:

ପୁଅ ଘର ଲୋକ ବରଯାତ୍ରୀ ଫେରିବାକୁ ଅପେକ୍ଷା କରିଛନ୍ତି କିନ୍ତୁ ଏହି ଲମ୍ବା ସମୟ ପର୍ଯ୍ୟନ୍ତ ବରଯାତ୍ରୀ ନ ଆସିପାରିବାରୁ ପୁଅ ଘର ବନ୍ଧୁ ବି ନିଜ ଘରକୁ ଚାଲିଗଲେଣି।ସେପଟେ ପ୍ରତିଦିନ ଝିଅ ଘର ପଡୋଶୀ ଏହି କଥା ପଚାରୁଛନ୍ତି କି ବରଯାତ୍ରୀ କେବେ ଘରକୁ ଯିବେ। ପୁଅ ଘରେ କେବଳ ମହିଳା ଓ ପିଲା ଅଛନ୍ତି ଅନ୍ୟ କେହି ସାମଗ୍ରୀ ଆଣିବା ଲୋକ ନାହାନ୍ତି। ତା ସହିତ ତାଙ୍କ ପଇସା ବି ସରିଗଲାଣି।

ବରଯାତ୍ରୀ ଯାଇଥିଲେ ୧୦ ଜଣ ଲୋକ:

ପୁଅର ଦାଦା ପୁଅ ଭାଇ ସଗିର କହିବା ମୁତାବିକ ବରଯାତ୍ରୀରେ ୧୦ ଜଣ ଯାଇଥିଲେ ଓ ୨୦ ମାର୍ଚ୍ଚରୁ ବିହାରରେ ଫସି ଯାଇଛନ୍ତି। ବରଯାତ୍ରୀ ଯିବାବେଳେ ପୁଅର ବାପା ସାଙ୍ଗରେ ୨୦ ହଜାର ସାଙ୍ଗରେ ନେଇଯାଇଥିଲେ। ତାହା ବି ସରିଗଲାଣି।

ଏତେ ଦିନ ଝିଅ ଘରେ ଫସି ରହିବା ପରେ ଏବେ ସେ ଗାଁକୁ ଆସିଥିବା ଲୋକପାଳଙ୍କୁ ମାଗିଲେ ସହାୟତା ଏବଂ ବରଯାତ୍ରୀଙ୍କ ନାମ ତାଙ୍କ ପାଖରେ ଲେଖିଛନ୍ତି। ଯେମିତି ସେ ବରଯାତ୍ରୀଙ୍କ ଯିବାର ବ୍ୟବସ୍ଥା କରିପାରିବେ।

କାଙ୍ଗାଳ ହେଲେ ଝିଅ ଘର ଲୋକ:

୪୫ ଦିନ ବରଯାତ୍ରୀଙ୍କୁ ଖାଇବାକୁ ଦେଇ ଦେଇ ଝିଅ ଘର ଲୋକ କାଙ୍ଗାଳ ହୋଇଗଲେଣି।ମହମ୍ମଦ.ହାମିଜ ନିଜ ଭାଣିଜୀର ବାହାଘରର ସବୁ ଖର୍ଚ୍ଚ ଉଠାଇ ଥିଲେ କିନ୍ତୁ ୪୫ ଦିନ ବରାଯାତ୍ରୀଙ୍କ ସେବା କରିକରି ତାଙ୍କ ସବୁ ପଇସା ବି ସରିଗଲାଣି। ପୂର୍ବରୁ ବରଯାତ୍ରୀ ନିଜ ଖର୍ଚ୍ଚ କରୁଥିଲେ।ଯେବେ ତାଙ୍କ ପଇସା ସରିଗଲା ଝିଅ ଘର ବରଯାତ୍ରୀଙ୍କ ଖର୍ଚ୍ଚ ଉଠାଇଲେ। ଏବେ ଏହି ଝିଅ ଘର ଲୋକଙ୍କୁ ଏହି ସମୟର ଅପେକ୍ଷା ଯେବେ ଏହି ବରଯାତ୍ରୀ ଶିଘ୍ର ଯିବ।

Leave a Reply

Your email address will not be published. Required fields are marked *