ଏହି ୫ ରାଶି ର ଲୋକଙ୍କୁ ମଇ ମାସ ରେ ରହିବାକୁ ହେବ ସତର୍କ , ଶରୀର ପାଇଁ ହୋଇପାରେ ବଡ଼ ପରିବର୍ତ୍ତନ

ମଇ ମାସ ଆରମ୍ଭ ହୋଇସାରିଛି ଓ ଏହି ମାସ ଅଧିକାଂଶ ଲୋକଙ୍କ ଜୀବନ ରେ ହୋଇପାରେ ବଡ଼ ପରିବର୍ତ୍ତନ । ଜ୍ୟୋତିଷ ବିଦ୍ୱାନଙ୍କ ର କହିବା କଥା ମଇ ମାସରେ ୫ ରାଶି ରେ ଜାତକ ( ବୃଷ , ମିଥୁନ , କନ୍ୟା , ତୁଳା ଓ କୁମ୍ଭ ) ର ନିଜର ଜୀବନ ପ୍ରତି ଅଧିକ ଧ୍ୟାନ ରଖିବା ଆବଶ୍ୟକ ଅଟେ । ଏହା ଛଡା ଆଜି ଆମେ ଆପଣଙ୍କୁ କହି ରଖୁଛୁ ମଇ ମାସ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେମିତି ରହିବ ।

ମେଷ : ସ୍ଵାସ୍ଥ୍ୟ ଦୃଷ୍ଟି ରୁ ମଇ ମାସ ଆପଣଙ୍କ ପାଇଁ ଭଲ ରହିବ । ପୁରୁଣା ରୋଗ ଭଲ ହେବ ଓ ଶରୀର ରେ ଫୃତି ବନିରହିବ , କିନ୍ତୁ ଏହି ମାସ ଖାଇବା ପିଇବା ରେ ଅଧିକ ଧ୍ୟାନ ଦିଅନ୍ତୁ ଓ ଅଧିକ ଥଣ୍ଡା ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ ।

ବୃଷ : ଆପଣଙ୍କ ଅଷ୍ଟମ ସ୍ଥାନ ରେ କେତୁ ରହିଥିବା ରୁ ଆଣ୍ଠୁ ଓ ଅଣ୍ଟା ରେ ଦରଜ ରହିପାରେ । ଏହା ଛଡା ଆପଣଙ୍କ ପାଚନ ଶକ୍ତି ଅନୁସାରେ ଭୋଜନ କରିବା ଦରକାର ଓ ବାହାର ଖାଦ୍ୟ ଏହି ମାସ ନ କରିଲେ ଭଲ ହେବ ।

ମିଥୁନ : ମିଥୁନ ଜାତକ ଥିବା ଲୋକଙ୍କ ପାଇଁ ମଇ ମାସ ସ୍ୱାସ୍ଥ୍ୟଦୃଷ୍ଟି ରୁ ଭଲ ନୁହେଁ । ଆପଣଙ୍କୁ ଛୋଟ ରୁ ଛୋଟ ରୋଗ କୁ ଅଣଦେଖା କରିବା ମହଙ୍ଗା ହୋଇପାରେ । ଏଥିପାଇଁ ସୁସ୍ଥ ରହିବା ପାଇଁ ସନ୍ତୁଳିତ ଭୋଜନ କରନ୍ତୁ ଓ ଏହି ମାସ ମେଡିଟେସନ୍ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ : ଆପଣଙ୍କ ସପ୍ତମ ରେ ଶନି ମଙ୍ଗଳ ଓ ବୃହସ୍ପତି ଏକ ସାଙ୍ଗରେ ଅଛନ୍ତି ତଥା ଷଷ୍ଠ ରେ କେତୁ ଅଛି । ଏହାଛଡା ଦ୍ଵାଦଶ ରେ ରାହୁ ର ଉପସ୍ଥିତି ଆପଣଙ୍କୁ ରୋଗ ରେ ପକାଇ ପାରେ । ନାଭି ତଳେ ସ୍ୱାସ୍ଥ୍ୟ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିପାରେ । ଆପଣ ନିଜ ଉପରେ ମାନସିକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ ।

ସିଂହ : ସିଂହ ରାଶି ର ଲୋକ ମାନେ ମଇ ମାସ ରେ ନିଜର ସ୍ବାସ୍ଥ୍ୟ କୁ ନେଇ ଗମ୍ଭୀର ହୋଇଯିବା ଆବଶ୍ୟକ , କାହିକିଁ ନା ସିଂହ ରାଶି ରେ ମଙ୍ଗଳ , ଶନି , ବୃହସ୍ପତି ଷଷ୍ଠ ସଂଯୋଗ ହୋଇଛନ୍ତି ଓ ଏମିତି ସଂଯୋଗ କୌଣସି ଗମ୍ଭୀର ରୋଗ ଆଡ଼କୁ ଇଙ୍ଗିତ କରିଥାଏ । ଏଥିରୁ ବଞ୍ଚିବା ପାଇଁ ଉଚିତ୍ ପରାମର୍ଶ ନିଅନ୍ତୁ , ଏମିତି କରିବା ଦ୍ଵାରା ସମାଧାନ ଜଲଦୀ ମିଳିଯିବ ।

କନ୍ୟା : ସ୍ୱାସ୍ଥ୍ୟ ଦୃଷ୍ଟିକୋଣ ରୁ ମଇ ମାସ ବହୁତ୍ ଖରାପ୍ ହେବ । କନ୍ୟା ରାଶି ର ସ୍ବାମୀ ବୁଧ ଅଷ୍ଟମ ରେ ସୂର୍ଯ୍ୟ ଙ୍କ ସାଥୀରେ ଅଛି ଓ ଏଥିରେ ମଙ୍ଗଳ ର କୋପ ଦୃଷ୍ଟି ଅଛି । ଏହା ଦ୍ବାରା ଆପଣଙ୍କ ଇମ୍ଯୂନ ସିଷ୍ଟମ୍ ଟିକେ ଦୁର୍ବଳ ହୋଇପାରେ । ଯଦି ଆପଣ ସମୟ ଥିବା ଆଗରୁ ଧ୍ୟାନ ନ ଦେବେ , ତେବେ କରୋନା ସଂକ୍ରମଣ ମଧ୍ୟ ହୋଇପାରନ୍ତି ।

ତୁଳା : ତୁଳା ରାଶି ର ଚତୁର୍ଥ ରେ ମଙ୍ଗଳ , ଶନି ଓ ବୃଷସ୍ପତି ର ସଂଯୋଗ ହୋଇଛି , ଯେବେ କି ସପ୍ତମ ରେ ସୂର୍ଯ୍ୟ ଓ ବୁଧ ଏକ ସାଙ୍ଗ ରେ ଅଛନ୍ତି । ସେମିତି ଅଷ୍ଟମ ରେ ପୁରା ମାସ ରହିବ । ଏହି ପ୍ରକାର ଛାତି ଓ ଫୁସଫୁସ୍ ଜନିତ ଗମ୍ଭୀର ରୋଗ ହୋଇପାରେ । ଏହାଛଡା ଯେଉଁ ଲୋକ ର ଆଜମା ରୋଗ ଥାଏ , ସେମାନଙ୍କୁ ବିଶେଷ ରୁପରେ ଧ୍ୟାନ ଦେବାକୁ ହେବ ।

google

ବିଛା : ଆପଣଙ୍କ ଏହି ମାସ ସ୍ବାସ୍ଥ୍ୟ ସମ୍ଭଦୀୟ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ସମୟରେ ଆପଣଙ୍କ ରାଶି ବହୁତ ମଜଭୁତ ଅଛି । କିନ୍ତୁ ଏହି ସମୟ ଶନି , ମଙ୍ଗଳ ଓ ବୃହସ୍ପତି ଏକ ସାଙ୍ଗ ରେ ଅଛନ୍ତି ଏହି କାରଣରୁ କାନ କିମ୍ବା ଗଳା ସମ୍ଭଦୀୟ କୌଣସି ରୋଗ ହୋଇପାରେ । ଏହା ପ୍ରତି ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ ।

ଧନୁ : ମଇ ମାସ ଧନୁ ଜାତକ ର ଲୋକ ଠିକ ଠାକ୍ ରହିବେ , କିନ୍ତୁ ଜ୍ୟୋତିଷ କୁ ମାନିବେ ଆପଣଙ୍କ ପେଟ ସମ୍ଭଦୀୟ କିଛି ଅସୁବିଧା ହୋଇପାରେ । ଏଥି ପାଇଁ ଓଲଟ ପାଲଟ ଭୋଜନ ରୁ ଦୂରେଇ ରୁହନ୍ତୁ । ସାଥିରେ ଏହି ମାସ ଆପଣଙ୍କ ଦାନ୍ତ କୁ ପ୍ରତିଦିନ ସଫା ଭଲ ଭାବରେ କରନ୍ତୁ ।

ମକର : ମକର ରାଶି ର ଜାତକ ପାଇଁ ଏହି ମାସ ତଳ ଉପର ରହିବ । ଏହି ସମୟ ଆପଣଙ୍କ ରାଶି ରେ ମଙ୍ଗଳ, ଶନି, ଓ ବୃହସ୍ପତି ଏକ ସାଙ୍ଗରେ ରହିବେ , ଯାହାଫଳରେ ଆପଣଙ୍କୁ ମାନସିକ ଚିନ୍ତା ହୋଇପାରେ । ଏମିତି ସ୍ଥିତି ରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ କାମ କରନ୍ତୁ ନାହିଁ ଓ ଆରାମ କରନ୍ତୁ ।

କୁମ୍ଭ : ଏହି ମାସ ଆପଣଙ୍କୁ ଭାବିଚିନ୍ତି ଚଲିବା ଦରକାର । ଜ୍ୟୋତିଷବିଦ କହୁଛନ୍ତି କି ଆପଣଙ୍କ ସ୍ୱାସ୍ଥ୍ୟରେ ହାନୀ ଘଟିବ । ଏଥି ପାଇଁ ଆପଣଙ୍କୁ ଅଧିକ ସଜାଗ ଓ ସାବଧାନ ରହିବାକୁ ପଡ଼ିବ । ଖାସ୍ କରି ଏହି ସମୟ ରେ ଟିକେ ଅସାବଧାନତା ଗମ୍ଭୀର ବିପଦ ହୋଇପାରେ । କୁମ୍ଭ ରାଶି ର ଜାତକ ରେ ଏହି ମାସ ଆଖି ସହ ଜଡ଼ିତ ସମସ୍ୟା ମଧ୍ୟ ହୋଇପାରେ ।

ମୀନ : ଏହି ମାସ ଆପଣଙ୍କ ସ୍ୱାସ୍ଥ୍ୟ ମିସାମିଶି ରହିବ । ମାସ ର ଆରମ୍ଭ ଠିକ୍ ଠାକ୍ ରହିବ , କିନ୍ତୁ ଶେଷ ସମୟରେ ସ୍ୱାସ୍ଥ୍ୟ ସମ୍ଭଦୀୟ କିଛି ସମସ୍ୟା ଆସିପାରେ । ଏହି ମାସ ଆପଣଙ୍କୁ ଖାସକରି ଅନିଦ୍ରା ଓ ଆଖି ସହ ଜଡ଼ିତ ସମସ୍ୟା ହୋଇପାରେ । ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିପାରନ୍ତି ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଆପଣଙ୍କ କେଉଁ ରାଶି କମେଣ୍ଟରେ କୁହନ୍ତୁ , ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *