ହାତରେ ୯ ମାସର ନିରୀହ ଛୁଆକୁ ଧରି ପାଦରେ ଚାଲି ଚାଲି ଏକ ହଜାର କିଲୋମିଟର ର ବାଟ ଅତିକ୍ରମ କରିଛନ୍ତି

କରୋନା ମହାମାରୀରୁ ବଞ୍ଚାଇବାପାଇଁ ସରକାର ପୁରା ଦେଶରେ ଲକଡାଉନ କରିଛନ୍ତି।ଏହା ଯୋଗୁଁ ଅନ୍ୟ ରାଜ୍ୟ ରେ କାମ କରୁଥିବା ବ୍ୟକ୍ତି ଫସି ଯାଇଛନ୍ତି।ଏହି ଲୋକ ମାନଙ୍କୁ ନିଜ ଘରକୁ ଆଣିବାକୁ ସରକାର ଏକ ବିଶେଷ ଟ୍ରେନର ବ୍ୟବସ୍ତା କରିଛନ୍ତି।କିଛି ଏପରି ଲୋକ ଅଛନ୍ତି ଯିଏ କି ପାଦରେ ଚାଲି ଚାଲି ଘରକୁ ଆସୁଛନ୍ତି।

ଏହି ପରି ଏକ ଭିଡ଼ିଓ ସାମ୍ନା କୁ ଆସିଛି।ଯେଉଁଥିରେ ଏକ ମହିଳା ଏକ ବ୍ୟାଗ ଧରି ଅନ୍ୟ ହାତରେ ଏକ ୯ ମାସର ପୁଅକୁ ଧରି ଚାଲି ଚାଲି ଘରକୁ ଆସିଛନ୍ତି।ଏହି ଭିଡ଼ିଓ କରିଥିବା ବ୍ୟକ୍ତି କହିଛନ୍ତି ଯେ ଏହି ମହିଳା ଗୁଜୁରାଟର ସୁରଟରୁ ଏକ ହଜାର କିଲୋମିଟର ଚାଲି ଚାଲି ଇଂଦୋର ପର୍ଯ୍ୟନ୍ତ ଆସିଛନ୍ତି।ମହିଳାଙ୍କ ପାଖରେ ନାହିଁ ପଇସା ନଥିଲା କି ପିଲାଙ୍କୁ ପିଆଇବା ପାଇଁ କ୍ଷୀର ବି ନଥିଲା।

ଏମ ଫୋର ସେବା ଇଣ୍ଡିଆ ମୁଁମେଣ୍ଟ ସେବା ସମିତି ସଦସ୍ୟ ଅଜୟ ଗୁପ୍ତା ଏହି ଭିଡ଼ିଓ କରିଛନ୍ତି।ମହିଳା ଙ୍କର ଅବସ୍ଥା ଦେଖି ସେବା ସମିତି ତରଫରୁ ତାଙ୍କ ପାଇଁ ଖାଇବା ପିଇବା ର ବ୍ୟବସ୍ତା କରାଇ ତାଙ୍କୁ ଆଗକୁ ଯିବା ବ୍ୟବସ୍ତା କରାଯାଇଛି।

ଗୁପ୍ତା କହିଛନ୍ତି ଏହି ଭିଡ଼ିଓ ଆରମ୍ଭ ରୁ ୯ ଦିନ ପୂର୍ବ ଅଟେ।ସେ କହିଛନ୍ତି ସେବା ସମିତି ସଦସ୍ୟ ଇଂଦୋର ବାଏପାସ ଯିବାବାଲା କୁ ପାଣି ପିଆଇବା କାମ କରୁଥିଲେ।ସେହି ସମୟରେ ତାଙ୍କ ଆଖି ସେହି ମହିଳା ଙ୍କ ଉପରେ ପଡିଲା।ଯେଉଁ ମହିଳା ଏକ ହାତରେ ଏକ ୯ ମାସର ଛୁଆକୁ ଧରିଥିଲେ।

ସେହି ମହିକା କହିଥଲେ ସେ ବହୁତ କିଲୋମିଟର ଚାଲି ଚାଲି ସୁରଟରୁ ଇଂଦୋର ପର୍ଯ୍ୟନ୍ତ ଆସୁଛନ୍ତି।ତାଙ୍କୁ ପ୍ରୟାଗରାଜା ଯିବାକୁ ଅଛି।ଏହା ପରେ ଗୁପ୍ତା କହିଛନ୍ତି ସେ ଏହାର ଖବର ପୋଲିସ କୁ ଦେଇଥିଲେ ଏବଂ ପୋଲିସ ତାଙ୍କୁ କାନପୁର ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା କରାଇଥିଲେ।

ବନ୍ଧୁଗଣ ଏହି ଆର୍ଟିକିଲ ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ କରିବେ | ଏହି ମା ଜଣଙ୍କ ପାଇଁ ଶେୟର ନିଶ୍ଚିନ୍ତ କରିବେ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *