ସହର ରେ ହେଲା ଅସହାୟ , ୧୧୩୭ କି.ମି. ଦୂର ଗାଁ କୁ ଆସି ଗର୍ଭବତୀ ପତ୍ନୀ ର କରିଲା ଅନ୍ତିମ ସତ୍କାର

ପତ୍ନୀ ର ଅସ୍ଥି ପାଇଁ ୪ କାନ୍ଧ ମିଳିଲା ନାହିଁ ।
୧୧୩୭ କି.ମି. ଦୂର ଗାଁ କୁ ଆମ୍ବୁଲାନ୍ସ ରେ ଆଣିଲା ଶବ

ଲୁଧିଆନା ରେ ଶ୍ରମିକ ଭାବରେ ବଳରାମପୁର ର ଏକ ଯୁବକ ର ଗର୍ଭବତୀ ପତ୍ନୀ ର ଚିକିତ୍ସା ସମୟରେ ମୃତ୍ୟୁ ହୋଇଯାଇଥିଲା । କରୋନା ମହାମାରୀ ସମୟରେ ଲୁଧିଆନା ରେ ତାହାର ପତ୍ନୀ ର ଶବ କୁ କାନ୍ଧ ଦେବା ପାଇଁ କେହି ମିଳିଲେ ନାହିଁ। ଲକ ଡାଉନ ମଝିରେ ବାଧ୍ୟ ହୋଇ ଯୁବକ ୨୭୦୦୦ ଟଙ୍କା କରଜ କରି ୧୧୩୭ କି.ମି. ଦୂର ଆମ୍ବୁଲାନ୍ସରେ ନିଜର ପତ୍ନୀ ର ଶବ କୁ ନେଇ ନିଜର ପ୍ରତୃକ ଗାଁ ବଳରାମପୁର ଆଣିବା ପାଇଁ ପଡିଲା ।
ସନାତନ ଧର୍ମ ପରମ୍ପରା ଅନୁସାରେ ଯଦି କୌଣସି ଲୋକ କାହାରି ଅନ୍ତିମ ଯାତ୍ରା ରେ ସାମିଲ୍ ହୁଏ , ଅସ୍ଥିକୁ କାନ୍ଧ ଦେଇଥାଏ ତେବେ ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ । କିନ୍ତୁ କରୋନା ଭାଇରସ ର ସଙ୍କଟ ସମୟରେ ଏହି କଥାକୁ ବଦଳେଇ ରଖି ଦେଇଛି । ଏମିତି କିଛି ଉତ୍ତରପ୍ରଦେଶ ର ବଳରାମପୁର ର ରହୁଥିବା ଦଦ୍ଦନ ସାଥିରେ ହୋଇଥିଲା । ସେ ଗୁଜୁରାଣ ମେଣ୍ଟାଇବା ପାଇଁ ଲୁଧିଆନା ଯାଇଥିଲା ।

ଲୋକ ମାନେ ମହିଳା ର ଶବ କୁ କାନ୍ଧ ଦେବାକୁ ମନା କରିଲେ

ଯେଉଁଠି ତାହାର ୯ମାସ ର ଗର୍ଭବତୀ ପତ୍ନୀ ର ମୃତ୍ୟୁ ହୋଇଗଲା ଡାକ୍ତର କୋଭିଡ – ୧୯ ପରୀକ୍ଷା କରେଇଲେ ରିପୋର୍ଟ ନେଗେଟିଭ ଆସିଥିଲା କିନ୍ତୁ ଲୋକେ ମହିଳା ର ଶବ ରେ କାନ୍ଧ ଦେବାକୁ ମନା କରିଲେ । ଶେଷରେ ଦନ୍ଧନ କୁ ୨୭ ହଜାର ଟଙ୍କା କରଜ ନେଇ ୧୧୩୭ କି.ମି. ଦୂର ଆମ୍ବୁଲାନ୍ସରେ ପତ୍ନୀ ର ଶବ କୁ ଗାଁକୁ ଆଣିବା ପାଇଁ ପଡିଲା । ବଳରାମପୁର ର କଠୌବା ଗାଁ ନିବାସୀ ଦନ୍ଧନ ନିଜର ପତ୍ନୀ ଗୀତା ଓ ତିନି ପିଲା ଙ୍କ ସାଥିରେ ଲୁଧିଆନା ରେ ରହି କାମ କରୁଥିଲା । ସେ ପ୍ଲାଷ୍ଟର ଅଫ୍ ପ୍ୟାରିସ ରେ କାମ କରୁଥିଲା ।

ଦନ୍ଧନ ପତ୍ନୀ ର ଶବ କୁ ଲୁଧିଆନା ରୁ ଗାଁ କୁ ଆଣିଲା

୨୬ ଏପ୍ରିଲ ରେ ଗର୍ଭବତୀ ପତ୍ନୀ ର ଦେହ ଖରାପ ହେବାରୁ ଡାକ୍ତରଖାନା ନେଇଗଲା ଯେଉଁଠାରେ ତାର ମୃତ୍ୟୁ ହୋଇଥିଲା । ଡାକ୍ତର କରୋନା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଶବ ଦେବାକୁ ମନା କରିଦେଲେ । ୪ଦିନ ପର୍ଯ୍ୟନ୍ତ ଦନ୍ଧନ ପିଲା ମାନଙ୍କୁ ନେଇ ଘର ଡାକ୍ତରଖାନା ଘୁରି ବୁଲିଲା । ୪ ଦିନ ପରେ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରଖାନା ପ୍ରଶାସନ ପତ୍ନୀ ଗୀତା ର ଶବ ତାକୁ ଦେଇଥିଲେ । ଲକ ଡାଉନ ପରେ ଆର୍ଥିକ ପରିସ୍ଥିତି ରେ ରହି ଦନ୍ଧନ ପ୍ରଥମେ ଶବ ର ଅନ୍ତିମ ସଂସ୍କାର ଲୁଧିଆନା ରେ କରିବା ପାଇଁ ଭାବିଲା । କିନ୍ତୁ ପଡୋଶୀ ମାନେ କରୋନା ଓ ଲକ ଡାଉନ ପାଇଁ ଅନ୍ତିମ ସଂସ୍କାର ରେ ସାମିଲ ହେବା ପାଇଁ ମନା କରିଦେଲେ ।

ଦନ୍ଧନ ୨୭ ହଜାର ଟଙ୍କା କରଜ କରିଲା

ଦନ୍ଧନ ନିଜର ପତ୍ନୀ ର ଶବ କୁ କାନ୍ଧ ଦେବା ପାଇଁ ଯେବେ ସେଠାରେ ୪ ଜଣ ଲୋକ ମିଳିଲେ ନାହିଁ ସେତେବେଳେ ସେ ଲୋକ ମାନଙ୍କ ଠାରୁ ୨୭ ହଜାର ଟଙ୍କା କରଜ କରିଥିଲା ଓ ଆମ୍ବୁଲାନ୍ସ ରେ ୧୧୩୭ କି.ମି. ର ଯାତ୍ରା ପୁରା କରି ନିଜର ଗାଁ ପହଞ୍ଚିଥିଲା । ୨୦ ଘଣ୍ଟା ଲଗାତାର ଯାତ୍ରା କରିବା ପରେ ଦନ୍ଧନ ନିଜର ଗାଁ କଠୌବା ରେ ପହଞ୍ଚିଲା । ଯେଉଁଠାରେ ପୁରା ଗାଁ ଶୋକ ରେ ବୁଡିଗଲା । ଦନ୍ଧନ ର ପତ୍ନୀ ର ଶବ ଦାହ ସଂସ୍କାର ହେବା ପରେ ଗ୍ରାମ ମୁଖିଆ ଓ ସ୍ଵାସ୍ଥ୍ୟ ବିଭାଗ ର ଟିମ୍ ଦନ୍ଧନ ଓ ତାର ତିନି ମାସୁମ୍ ପିଲା କୁ ଗାଁରେ ତିଆରି ହୋଇଥିବା କ୍ୟାରେଟାଇନ ସେଣ୍ଟର କୁ ପଠେଇ ଦେଇଥିଲେ ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *