ଚାଣକ୍ୟ ନୀତି: ଯଦି ଆପଣଙ୍କ ପାଖରେ ଅଛି ଏହି ୩ଟି ଜିନିଷ ତେବେ ପୃଥିବୀ ରେ ମଧ୍ୟ ମିଳିବ ସ୍ୱର୍ଗ ପରି ସୁଖ।

ନୀତିଶାସ୍ତ୍ରର ଜ୍ଞାନ୍ତା ଚାଣକ୍ୟ ଙ୍କର ନୀତି ଲୋକମାନଙ୍କ ପାଖରେ ବହୁତ ଲୋକପ୍ରିୟ ଅଟେ। ଚାଣକ୍ୟ ଙ୍କର ଏମିତି କେତେ ନୀତି ଅଛି ଯାହାକୁ ପାଳନ କରିବା ଦ୍ଵାରା ଜୀବନ ର ସବୁ କଷ୍ଟ ଦୂର ହୋଇଯାଇଥାଏ। ଚାଣକ୍ୟ ନୀତି କହୁଛି ଯଦି ଏହି ତିନୋଟି ଜିନିଷ ତୁମ ପାଖରେ ଅଛି ତେବେ ତୁମେ ସ୍ୱର୍ଗ ଭଳି ସୁଖ ପାଇବ। ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଜିନିଷ ବିଷୟରେ।

୧.ଆଜ୍ଞାବାନ ପିଲା:- ଚାଣକ୍ୟ ଙ୍କର ନୀତିଶାସ୍ତ୍ର ,ଯାହାକୁ ଚାଣକ୍ୟ ଙ୍କର ନୀତି ବୋଲି କୁହାଯାଏ। ସେ ନିଜର ଏହି ବହିରେ ଦ୍ୱିତୀୟ ଅଧ୍ୟାୟ ରେ ମାତା ପିତା ଙ୍କ ପାଇଁ ସ୍ୱର୍ଗ ସମାନ ସୁଖ କହିଛନ୍ତି। ତାଙ୍କ କହିବା ଅନୁସାରେ ଯଦି ଛୁଆ ଆଜ୍ଞାକାରୀ ହୋଇଥାଏ ତେବେ ସେହି ସ୍ଥିତି ତାଙ୍କ ପାଇଁ କୌଣସି ସ୍ୱର୍ଗ ସମାନ ହୋଇଥାଏ। ଯଦି ଏହାର ବିପରୀତ ସ୍ଥିତି ଉପୁଜିଥାଏ ମାନେ ସନ୍ତାନ ମାତା ପିତା ଙ୍କର କଥା ନଶୁଣେ ତେବେ ତାଙ୍କ ଜୀବନ ନର୍କ ସମାନ ହୋଇଥାଏ ଏବଂ ସେ ମାତା ପିତା ସବୁବେଳେ ନିଜ ସନ୍ତାନ ଉପରେ ଅସନ୍ତୋଷ ଥାଆନ୍ତି।

୨.ବୁଝୁଥିବା ସ୍ତ୍ରୀ:- ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଅନୁସାରେ, ଯଦି ପତ୍ନୀ ସହଯୋଗୀ ହୁଏ,କଥା ଶୁଣିବାର କ୍ଷମତା ରଖୁଥାଏ ତେବେ ଏମିତି ବ୍ୟକ୍ତିର ମନ ସବୁବେଳେ ପ୍ରସନ୍ନ ରହିଥାଏ ଏବଂ ସ୍ୱର୍ଗ ସମାନ ସୁଖ ପ୍ରାପ୍ତି ହୋଇଥାଏ । ହେଲେ ଯଦି ପତ୍ନୀ ସ୍ୱାମୀର କଥା ନ ମାନେ ,ତାର ଆଦର କରେ ନାହିଁ ତେବେ ସେହି ଘରେ ସବୁବେଳେ ଝଗଡା ହୋଇଥାଏ ଏବଂ ସମସ୍ତଙ୍କ ମନ ବିଚଳିତ ରହିଥାଏ। ଏମିତି ପରିସ୍ଥିତି ରେ ଜୀବନ କଠିନ ହୋଇଯାଏ ଏବଂ ଚାଣକ୍ୟ ନୀତି ଅନୁସାରେ ଏହି ପରି ଜୀବନ ନର୍କ ସମାନ ହୋଇଥାଏଏଲ।

୩.ପର୍ଯ୍ୟାପ୍ତ ଧନ:- ଚାଣକ୍ୟ ନୀତି ଅନୁସାରେ ଆଜ୍ଞାକାରୀ ସନ୍ତାନ ,ବୁଝୁଥିବା ପତ୍ନୀ ଏହା ସହିତ ଯଦି ପର୍ଯ୍ୟାପ୍ତ ପରିମାଣରେ ଧନ ଥାଏ ତେବେ ଏହି ପୃଥିବୀ ଉପରେ ତାକୁ ସ୍ୱର୍ଗ ସମାନ ସୁଖ ମିଳିଥାଏ। କୁହାଯାଏ ପଇସା କିଛି ନୁହେଁ ହେଲେ ପଇସା ବହୁତ କିଛି ହୋଇଥାଏ। ଏଥିପାଇଁ ସଫଳ ଏବଂ ସୁଖୀ ଜୀବନ କାଟିବା ପାଇଁ ଧନ ନିହାତି ଆବଶ୍ୟକ। ଯଦି ପର୍ଯ୍ୟାପ୍ତ ପରିମାଣରେ ଧନ ଅଛି ତେବେ ଜୀବନ ସୁଖକର ହେବ। ହେଲେ କେତେଜଣ ଙ୍କ ପାଖରେ ପଇସା ରୁହେ ନାହିଁ ଏହି ବିଷୟରେ ଚାଣକ୍ୟ କିଛି ନିୟମ କହିଛନ୍ତି ଯାହାକୁ ଆପଣାଇ ଆପଣ ପଇସା ସଞ୍ଚୟ କରିପାରିବେ।

ଚାଣକ୍ୟ ଙ୍କର ଅନ୍ୟ ନିୟମ:

୧.ସତ ଏବଂ ମଧୁର କୁହ: ଯେଉଁ ବ୍ୟକ୍ତି ଅଧିକ କଠୋର ଶବ୍ଦ କହିଥାଏ ତା ପାଖରେ ମାତା ଲକ୍ଷ୍ମୀ ଅଧିକ ଦିନ ରାହିନଥାଏ। ଏଥିପାଇଁ ସବୁବେଳେ ସତ୍ୟ ଏବଂ ମଧୁର ଶବ୍ଦ କହିବା ଉଚିତ।

୨.ସୀମିତ ଖାଦ୍ୟ ଖାଆନ୍ତୁ: ଜରୁରୀ ଠାରୁ ଅଧିକ ଖାଦ୍ୟ ଖାଉଥିବା ଲୋକ ପାଖରେ ପଇସାର ଅଭାବ ଦେଖାଦେଇଥାଏ। ଚାଣକ୍ୟ କହିଛନ୍ତି ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ମାତା ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ। ଏଥିପାଇଁ କେଉଁ ବି ମଣିଷ ପାଇଁ ସୀମିତ ପରିମାଣରେ ଖାଦ୍ୟ ଖାଇବା ଉଚିତ ଅଟେ।

୩.ସଫା କପଡା ପିନ୍ଧନ୍ତୁ: କପଡା ଅପରିଷ୍କାର ତ ମାତା ଲକ୍ଷ୍ମୀ ଦୂରକୁ ଚାଲିଯାଆନ୍ତି। ଚାଣକ୍ୟ କହିଲେ ଯଦି ଗରିବ ଲୋକ ସଫା କପଡା ପିନ୍ଧେ ତେବେ ମାତା ଲକ୍ଷ୍ମୀ ତାଙ୍କ ପାଖକୁ ଯାଆନ୍ତି।

୪.ଦିନରେ ଶୁଅନ୍ତୁ ନାହିଁ: ଚାଣକ୍ୟ କହିଲେ ଯେ ମଣିଷ ଦିନରେ ଶୋଇଥାଏ ,ତା ପାଖରେ ପଇସା ରୁହେ ନାହିଁ। ଏଥିପାଇଁ ଦିନରେ ନୁହେଁ ରାତିରେ ଶୋଇବା ଆବଶ୍ୟକ ଅଟେ। କାରଣ ଶୋଇବା ପାଇଁ ରାତିର ସମୟ ନିର୍ଦ୍ଧାରିତ ଅଟେ।

Leave a Reply

Your email address will not be published. Required fields are marked *