ମଙ୍ଗଲ କୁମ୍ବ ରାଶି ମେ 2020: କରୋନା ରୁ ରକ୍ଷା ମିଳିବ କିନ୍ତୁ ଆମେରିକା ଓ ଚୀନ ମଧ୍ୟରେ ଟକ୍କର ହେବ , ରାଶି ଉପରେ ମଧ୍ୟ ପ୍ରଭାବ ଜାଣନ୍ତୁ ।
ମହାଶକ୍ତି ଆମେରିକା ଓ ଚୀନ ମଧ୍ୟ ରେ ଟକ୍କର ହେବା ର ଯୋଗ
ମେଦିନୀ ଜ୍ୟୋତିଷ ରେ ମଙ୍ଗଳ ର ଗୋଚର ଓ ତୀବ୍ରତା ରୁ ଘଟଣାକ୍ରମ କୁ ବଦଳୁଥିବା ମାନିଥାଉ । ୪ ମଈ ର ସନ୍ଧ୍ୟା ରେ ମଙ୍ଗଳ ମକର ରାଶି କୁ ଛାଡି କୁମ୍ଭ ରାଶି ରେ ପ୍ରବେଶ କରିବ ଓ ସେଠାରେ ୧୮ ଜୁନ ପର୍ଯ୍ୟନ୍ତ ରହିବ । ମଙ୍ଗଳ ମକର ରାଶି ରେ ଗୋଚର କରୁଥିବା ବଡ଼ ଗ୍ରହ ଗୁରୁ ଓ ଶନି କୁ ଛାଡି କୁମ୍ଭ ରେ ଯିବା କରୋନା ମହାମାରୀ ସହ ଘାଣ୍ଟି ହେଉଥିବା ଦୁନିଆ କୁ କିଛି ଆରାମ ଦେଇପାରେ । କିନ୍ତୁ ଶନି ଓ ଗୁରୁ କୁ ବକ୍ର ଦୃଷ୍ଟି ରେ ଦେଖୁଥିବା ରୁ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ଟକ୍କର ହେବା ଆଶା ବଢିଯିବ ।
ଭଲ ବର୍ଷା ର ସଙ୍କେତ, ବ୍ୟବସାୟିକ ଗତିବିଧି ବଢିବ
୧୪ ମଇ ରେ ସୂର୍ଯ୍ୟ ଙ୍କ ବୃଷ ରାଶି ରେ ପ୍ରବେଶ ସମୟରେ କୁଣ୍ଡଳି ରେ ସୂର୍ଯ୍ୟଙ୍କ ଶୁଭ ଗ୍ରହ ବୁଧ ଓ ଶୁକ୍ର ମିଶି ମଙ୍ଗଳ କୁ ଦୃଷ୍ଟି ପକାଇବା ଦକ୍ଷିଣ ଭାରତରେ ଭଲ ବର୍ଷା ର ସଙ୍କେତ ଅଟେ । ଉତ୍ତର ଭାରତ ରେ ମଙ୍ଗଳ ଓ ସୂର୍ଯ୍ୟ ଙ୍କ ଏହି ଗୋଚର ପ୍ରଭାବରେ ତାପମାତ୍ରା ୧୪ମଇ ପରେ ଦ୍ରୁତ ଗତିରେ ବୃଦ୍ଧି ପାଇବ ଯାହା ଫଳସରୂପ ମହାମାରୀ ରୁ କିଛି ଟା ରକ୍ଷା ମିଳିବ ଓ ବହୁତ୍ ସ୍ଥାନ ରେ ବ୍ୟବସାୟିକ ଗତିବିଧି ବୃଦ୍ଧି ଘଟିବ ।
ସମୟ ରେ ଆସିବ ମୌସୁମୀ, କୃଷକ କୁ ମିଳିବ ଖୁସି
ପ୍ରାଚୀନ ଗ୍ରନ୍ଥ ବୃହତ୍ ସ୍ରହିତା ଅନୁସାରେ ବୃଷ ସଂକ୍ରାନ୍ତି ର କୁଣ୍ତଳି ଖରିଫ ଫସଲ ବିଷୟରେ ସୂଚନା ଦେଇଥାଏ । ବୃଷ ସଂକ୍ରାନ୍ତି ସମୟରେ ସୂର୍ଯ୍ୟ ଆଦି ଗ୍ରହ ଉପରେ ଅନୁକୂଳ ସ୍ଥିତି ଜୁନ ରୁ ନଭେମ୍ବର ମଧ୍ୟରେ ତିଆରି ହେଉଥିବା ଖରିଫ ଫସଲ ର ସମ୍ଵନ୍ଧ ଭବିଷ୍ୟବାଣୀ ବିଷୟରେ ରେ କହିବାଥାଏ ।ବୃଷ ସଂକ୍ରାନ୍ତି ସମୟରେ ଶୁଭ ଗ୍ରହ ଶୁକ୍ର ରାଶି ତୁଳା ର ଲଗ୍ନ ଉଦୟ ହେବା ଖରିଫ ଫସଲ ପାଇଁ ଭଲ ହୋଇଥାଏ ।
ପେଟ୍ରୋଲ ଓ ଡିଜେଲ ର ଦର ହ୍ରାସ
ସୂର୍ଯ୍ୟ ର ଶୁଭ ଗ୍ରହ ବୁଧ ଓ ଶୁକ୍ର ସହ ମିଶି ଗୁରୁ ର ପଞ୍ଚମ ଦୃଷ୍ଟି ରେ ପ୍ରଭାବିତ ହେବା ଫସଲ ର ଦାମ ସ୍ଥିର ରହିବା ର ସଙ୍କେତ ଦେଇଥାଏ । ବୃଷ ସଂକ୍ରାନ୍ତି ର କୁଣ୍ଡଳି ରେ ଚନ୍ଦ୍ର ଶନି ଓ ଗୁରୁ ରେ ମିଶିବା ଏହି କଥାର ସଙ୍କେତ କି ସରକାର ପେଟ୍ରୋଲ ଡିଜେଲ ର ଦାମ୍ ରେ କମ୍ କରିପାରନ୍ତି ଓ କୃଷକ କୁ ଆର୍ଥିକ ସହାୟତା ଦେଇ ଖାଦ୍ୟ ର ଦାମ୍ କମ୍ କରିବାର ଚେଷ୍ଟା କରିବେ ।
ଅର୍ଥବ୍ୟବସ୍ଥା କୁ କୃଷି ଜଗତର ସମର୍ଥ
ଶନି ଓ ଗୁରୁ ମିଶିବା ଫଳରେ ଉଦ୍ୟୋଗ ଜଗତରେ ମାନ୍ଦାବସ୍ଥା ଜାରିରହିବ । ବୃଷ ସଂକ୍ରାନ୍ତି ର କୁଣ୍ଡଳି ରେ ସୂର୍ଯ୍ୟ ଉପରେ ତିନି ଶୁଭ ଗ୍ରହ ଗୁରୁ , ବୁଧ , ଶୁକ୍ର ର ପ୍ରଭାବ କାରଣରୁ ମୌସୁମୀ ଏହି ବର୍ଷ ଠିକ୍ ସମୟରେ ଦେଶର ଅଧିକାଂଶ ସ୍ଥାନରେ ପହଞ୍ଚିବ ଓ ଖରିଫ ଫସଲ ମଧ୍ୟ ଠିକ୍ ସମୟରେ ହେବ । ଯାହା ଫଳରେ ଅର୍ଥବ୍ୟବସ୍ଥା କୁ ଭଲ ସମର୍ଥ ମିଳିବ ।
ମଙ୍ଗଳ କୁମ୍ଭ କୁ ଯିବା ଫଳରେ ମେଷ ରୁ କନ୍ୟା ରାଶି ପର୍ଯ୍ୟନ୍ତ ପ୍ରଭାବ
ମେଷ ରାଶି : ଏହି ରାଶି ମାନଙ୍କ ପାଇଁ ମଙ୍ଗଳ ର ଏହି ଗୋଚର ଆର୍ଥିକ ମାମଲାରେ ଲାଭଦାୟକ ରହିବ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ ।
ବୃଷ ରାଶି : ଆତ୍ମବିଶ୍ବାସ ଓ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ବଢିବ । କିଛି ଲୋକ ଆପଣଙ୍କ ବିରୋଧ ରେ ଷଡ଼ଯନ୍ତ୍ର କରି ପାରନ୍ତି । ଆର୍ଥିକ ମାମଲା ସ୍ଥିର ରହିବ ।
ମିଥୁନ ରାଶି : କାର୍ଯ୍ୟକ୍ଷେତ୍ରରେ କିଛି ଅସୁବିଧା ଆସିପାରେ । କାମକାର୍ଯ୍ୟ କୁ ନେଇ ଚିନ୍ତା ହୋଇପାରେ । କିନ୍ତୁ ଆର୍ଥିକ ମାମଲାରେ ସ୍ଥିତି ସାମାନ୍ୟ ରହିବ । ମାଆ ଙ୍କ ଦେହ ଖରାପ କୁ ନେଇ ଚିନ୍ତା ହୋଇପାରେ ।
କର୍କଟ ରାଶି : ସ୍ଵାସ୍ଥ୍ୟ ଅଳ୍ପ ବହୁତ୍ ଖରାପ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଚିନ୍ତା ସହିତ ସବୁ କିଛି ଠିକଠାକ୍ ଚାଲିବ । ବନ୍ଧୁବାନ୍ଧବ ସହ ମତଭେଦ ହୋଇପାରେ ।
ସିଂହ ରାଶି : କାର୍ଯ୍ୟକ୍ଷେତ୍ର ମାମଲାରେ ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ସମୟ ସାମାନ୍ୟ ରୂପରେ ଅନୁକୂଳ ରହିବ କିନ୍ତୁ ପାରିବାରିକ ଜୀବନ ରେ ଛୋଟ ମୋଟ ବିବାଦ ଆସିପାରେ ।
କନ୍ୟା ରାଶି : ବିରୋଧି ଆପଣଙ୍କ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି , କିନ୍ତୁ ଆପଣ ସବୁ କଠିନ ରୁ ବାହାରିଯିବେ । କାରବାର ଓ ଚାକିରୀ ରେ ମଧ୍ୟ ସ୍ଥିତି ସୁଧାରିବ । ଆର୍ଥିକ ମାମଲାରେ ସମୟ ଅନୁକୂଳ ରହିବ ।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଅନୁରୋଧ, ଧନ୍ୟବାଦ |