ବିଶ୍ୱରେ କରୋନା ମହାମାରୀକୁ ଅଟକାଇବା ପାଇଁ ହୋଇଥିବା ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ହେତୁ ମଧ୍ୟପ୍ରଦେଶର ଭୋପାଳ ମଦୁଆଙ୍କ ଅଦ୍ଭୂତପୂର୍ବ ଘଟଣା ସାମ୍ନା କୁ ଆସିଛି।ସେଠାକାର କିଛି ମଦୁଆ ମଦ ନ ମିଳିବାରୁ ସାନିଟାଇଜର ପିଇବାରେ ଲାଗିଛନ୍ତି।କିନ୍ତୁ ରାଜ୍ୟ ଅଧିକାରୀ ଏଭଳି କିଛି ଘଟଣା ହୋଇଥିବା କୁ ଅସ୍ବୀକାର କରୁଛନ୍ତି।
ସମାଚାର ଏଜେନ୍ସି ପିଟିଆଇ ଅନୁସାରେ ଭୋପାଳ ସ୍ଥିତ ସ୍ୱିଦାନ୍ତ ରେଡ଼ କ୍ରସ ସୁପର ସ୍ପେଶାଲିଷ୍ଟ ମେଡିକାଲ ର ନିର୍ଦ୍ଦେଶକ ଡାକ୍ତର ସୁବୋଧ ବାଣେୟ କହିଛନ୍ତି।ସେ ଏକ ୧୮ ବର୍ଷର ଯୁବତୀଙ୍କ ଚିକିତ୍ସା କରିଥିଲେ ଯିଏକି ସାନିଟାଇଜରର ପିଇଥିଲା କିନ୍ତୁ ତାର ମତ ଥିଲା କି ସେ ଭୁଲ ବସତ ପିଇଥିଲା।
ପିଇବା ଦ୍ବାରା କୋମାକୁ ଯାଇପାରେ ବ୍ୟକ୍ତି,ମୃତ୍ୟୁ ମଧ୍ୟ ହୋଇପାରେ
ବାଣେୟ କହିଛନ୍ତି ବଜାରରେ ବିକ୍ରି ହେଉଥିଲା ଅଧିକ ସାନିଟାଇଜରରେ ଆଲକହଲ ଥାଏ।କିନ୍ତୁ ଏହାକୁ ପିଇବା ଦ୍ବାରା ଏହା ବିଷରେ ପରିଣତ ହୋଇପାରେ ଓ ବ୍ୟକ୍ତି କୋମାକୁ ଯାଇପାରେ ଏବଂ ଏମିତି ମଧ୍ୟ ତାର ମୃତ୍ୟୁ ବି ହୋଇପାରେ।ସାନିଟାଇଜର ରେ ଆଲକହଲ ସହିତ ହାଇଡ୍ରୋଜେନ ପାରାସାଇଟ ମିସିକିରି ଥାଏ।ଏହି ମିଶ୍ରଣ ବିଷ ହୋଇଥାଏ।ଏକ ବୋତଲରେ ଆଲକହଲ ଯେତିକି ଥାଏ ତା ର ଦୁଇଗୁଣ ସାନିଟାଇଜର ରେ ଥାଏ।ସେ କହିଛନ୍ତି ମତେ ଏହା ଜଣା ପଡିଛି କିଛି ମଦୁଆ ସାନିଟାଇଜର ପିଉଛନ୍ତି ଏବଂ ନିଜ ଜୀବନ ବିପଦରେ ପକାଉଛନ୍ତି।ସେ କହିଛନ୍ତି ଏହି ସମୟରେ ତିନି ପ୍ରକାରର ସାନିଟାଇଜର ବିକ୍ରି କରାଯାଉଛି।କିଛି ଲୋକ ସେହି ସାନିଟାଇଜର ପିଉଛନ୍ତି ଯାହା ଆଲକହଲ ମିଶା ଅଟେ।
ଅଧିକାରୀ ଚୁପ,କହିଛନ୍ତି ଏପରି କିଛି ମାମଲା ସାମ୍ନା କୁ ଆସିନି
ମଧ୍ୟପ୍ରଦେଶର ଅବକାରୀ ଅଧିକାରୀ ରେଜେସ ବହୁଗୁଣା କହିଛନ୍ତି ତାଙ୍କୁ ଏପରି କିଛି ମାମଲା ଜଣା ପଡିନାହିଁ।ସେ କହିଛନ୍ତି ସାନିଟାଇଜର ମୋର ଅଧକ୍ଷତାରେ ଆସେ ନାହିଁ।ଲୋକଙ୍କୁ ଏହାର ସେବନ କରିବା ଉଚିତ ନୁହଁ।ସେହିପରି ପୋଲିସ କହିବା ଅନୁସାରେ ଶନିବାର ରାୟସେନ ଜିଲ୍ଲା ର ସୁଲତନପୁର ରୁ ଇଂଦଲ ସିଂହ ନାମକ ଏକ ବ୍ୟକ୍ତିକୁ ଗିରଫ କରାଯାଇଛି କାରଣ ସେ ସାନିଟାଇଜର ରୁ ମଦ ତିଆରି କରୁଥିଲା।
ସେହିପରି ଖାଦ୍ୟ ଓ ନାଗରିକ ନିୟନ୍ତ୍ରକ ଜ୍ୟୋତି ସାହ ଲରବରିଆ ଏହି ମାମଲାକୁ ଦେଖୁନାହାନ୍ତି।ସେହିପରି ଉପ ନିୟନ୍ତ୍ରକ ସୋଭିତ କ୍ରୋସ୍ଟଙ୍କ ସହ ସମ୍ପକ ହୋଇପାରିନାହିଁ।ରାଜ୍ୟର ଅତିରିକ୍ତ ଡ଼ିଜିପି ଅଧିକାରୀ ଏସଡବ୍ଲୁ ନକୀବି କହିଛନ୍ତି ତାଙ୍କୁ ଏହି ସାନିଟାଇଜର ପିଇବା କଥା କିଛି ଜଣା ନାହିଁ।
ଯଦି ଏହି ଆର୍ଟିକିଲ ଆପଣଂକୁ ଭଲ ଲାଗିଛି ତେବେ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଧନ୍ୟବାଦ |