କରୋନା ର ଭୟାବହତାକୁ ବେଖାତିର କରି ଲୋକମାନଙ୍କର ମଦ ପ୍ରତି ଅହେତୁକ ପ୍ରେମ, ଯାହା ଫୋଟ ଗୁଡିକ ଦେଖିଲେ ଆପଣ ଜାଣି ପାରିବେ..

କେନ୍ଦ୍ର ସରକାର ଲକ ଡାଉନ ପିରିୟଡ଼ ରେ କିଛି କୋହଳ କରିଛନ୍ତି | ଏଥିରେ ସବୁଜ ଜୋନରେ ଥିବା ମଦ ଦୋକାନ ଖୋଲାଯାଇଛି | ଖୋହଲ ହେଲା ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ ଘଟିକାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲା ରହିବାର ଅନୁମତି ଦେଇଛନ୍ତି | ଏହି ସମୟରେ ସକାଳି ସକାଳୁ ବହୁତ ଲମ୍ବା ଲାଇନ ଦେଖିବାକୁ ମିଳିଛି | ପୋଲିସ ବି ନିୟମ ଉଲଂଘନ କାରୀଙ୍କ ଉପରେ ଲାଠି ଚଲାଇଛି |

ଦିଲ୍ଲୀରେ ମଦ ଦୋକାନ ସକାଳ ୯ ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତି ଖୋଲା ରହିବ | ସାମାଜିକ ନିୟମ ପାଳନ କରିବା ପାଇଁ ମାର୍ଶଲ ନିୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏକ ଦୋକାନ ସମୁଖରେ ପୋଲିସ ଜଣେ ବ୍ୟକ୍ତିକୁ ଲାଠିରେ ପିଟିବାର ଦେଖା ଦେଇଥିଲା, ପୋଲିସ ର କହିବା ମୁତାବିକ ସେ ବ୍ୟକ୍ତି ଜଣଙ୍କ ନିୟମ ପାଳନ କରୁନଥିଲେ |

ଦିଲ୍ଲୀ ସହିତ ଆଜି ପୁରା ଦେଶ ସାରା ଲମ୍ଭା ଲାଇନ ଦେଖିବାକୁ ମିଳିଥିଲା ଯେଉଁଠି ଲୋକ କିଲୋମିଟର ବ୍ୟାପି ଲାଇନ ଲଗେଇ ଥିଲେ |

ମଦ ଦୋକାନରେ ଲୋକ ମାନେ ସାମାଜିକ ଦୂରତା ସଠିକ ରୂପରେ କରୁଛନ୍ତି କି ନାହିଁ ଏହାକୁ ଦେଖିବାକୁ ପୋଲିସ ସାଧା ପୋଷାକରେ ମଧ୍ୟ ଆସି ପହଞ୍ଚି ଥିଲେ |

ଗୃହ ମନ୍ତ୍ରାଳୟ ଲକଡାଉନ ରେ କୋହଳ କଲା ପରେ ୧୫୦ ଟି ମଦ ଦୋକାନ ଦିଲ୍ଲୀରେ ଖୋଲିବାକୁ ଆଦେଶ ଦେଇଥିଲେ | ସହରରେସରକାରୀ ମଦଦୋକାନ ଓ ବେସରକାରୀ ମଦଦୋକାନ ମିଶିକି ମୋଟା ମୋଟୀ ୮୫୦ ଦୋକାନ ରହିଛି | ହି କ୍ରମରେ, ଏକ୍ସାଇଜ୍ ବିଭାଗ ଅଧିକାରୀମାନଙ୍କୁ L-7 ଲାଇସେନ୍ସପ୍ରାପ୍ତ ଘରୋଇ ଦୋକାନଗୁଡ଼ିକୁ ଚିହ୍ନଟ କରିବାକୁ କହିଛି, ଯିଏ MHA ର ନିର୍ଦେଶ ପୁରା କରୁଥିବା | ୩ଦିନ ଭିତରେ ରିପୋଟ ଦାଖଲ କରିବାକୁ ଅଧିକାରୀ ମାନକୁ ନିର୍ଦେଶ ଦିଆଯାଇଛି |

ଦିଲ୍ଲୀର ସବୁ ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ , ଖାସ କରି ମଲ ଓ ବଜାରରେ ଥିବା ମଦଦୋକାନ ସବୁ ବନ୍ଦ ଅହିଛି | ଗୋଟିଏ ମଦ ଦୋକାନ ସମୁଖରେ ୫ ଜଣରୁ ଅଧିକ ଲୋକ ଯେମିତି ନରୁହନ୍ତି ସେଥିପାଇଁ ମାର୍ଶାଲ କର୍ମୀଙ୍କୁ ସେଠାରେ ମୁତୟନ କରାଯାଇଛି |

ଦିଲ୍ଲୀରେ ସାମାଜିକ ଦୂରତା ନମାନିବାରୁ ପୋଲିସ ଗୋଡେଇ ଗୋଡେଇ ପିଟିବାକୁ ଲାଗିଲା | କିଛି ପୋଲିସ ତା ଲୋକ ମାନଙ୍କ ଭିତରେ ବିନା ପୋଲିସ ଡ୍ରେସ ରେ ପହଞ୍ଚି ଯାଇଥିଲେ |

ମଦ ଦୋକାନ ପାଖରେ ଏତେ ଭିଡ କେବଳ ଦିଲ୍ଲୀରେ ନୁହେଁ ବରଂ ନୋଇଡ଼ାରେ ବି ଏହା ଦେଖିବାକୁ ମିଳିଥିଲା | ଦେଖନ୍ତୁ ଏଠାରେ ଏକ ମଦ ଦୋକାନ ଆଗରେ କେଉଁ ଭଳି ଭାବରେ ଭିଡ ଦେଖିବାକୁ ମୀଲଥିଲା |

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଅନୁରୋଧ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *