ମହାରାଷ୍ଟ୍ରର ପାଲଘରରେ ସାଧୁ ଙ୍କୁ ପିଟି ପିଟି ମାରିଥିବା ଘଟଣା ରେ ଧରା ପଡିଥିବା ଏକ ଦୋଷୀ କରୋନା ସଂକ୍ରମିତ ବାହାରିଛି। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ ୧୧୫ ଲୋକଙ୍କୁ ଗିରଫ କରିଥିଲା। ଏହା ପରେ ଏମାନଙ୍କ କରୋନା ଟେଷ୍ଟ କରାଯାଇଥିଲା ଏମାନଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ବାହାରିଛି। ଏହା ପରେ ପୋଲିସ ତାକୁ ମେଡିକାଲରେ ଭର୍ତ୍ତି କରିଛି ଏବଂ ଏହା ପରେ ତା ସଂସ୍ପର୍ଶରେ ଆସିଥିବା ପୋଲିସ ମାନଙ୍କୁ ବି ଟେଷ୍ଟ କରାଯାଉଛି ଏବଂ ତାଙ୍କୁ ଅଲଗା ରଖାଯାଇଛି।
ପାଲଘର ମେଡିକାଲରେ ଏହି ଦୋଷୀ ଜଣଙ୍କର ଟେଷ୍ଟ କରାଯାଇଥିଲା।ଏହି ମେଡିକାଲର ସୁପ୍ରିମଟେଣ୍ଡ ଡାକ୍ତର ଦିନକର ଗାବିତ କହିଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ୫୫ ବର୍ଷର ଦୋଷୀର କରୋନା ଟେଷ୍ଟ ପଜିଟିଭ ଆସିଛି। ଏହାକୁ ପୋଲିସ ୧୭ଏପ୍ରିଲ କୁ ଗିରଫ କରିଥିଲା ଏବଂ ସେହିଦିନରୁ ସେ ଜେଲରେ ଥିଲା।

ସୂଚନା ଅନୁସାରେ ଏହି ବ୍ୟକ୍ତି ଦହାନୁର ଦିବ୍ୟବାକିପାଡାର ରହିବା ବ୍ୟକ୍ତି ଅଟେ। ଏହି ବ୍ୟକ୍ତି କରୋନା ସଂକ୍ରମିତ ମିଳିବା ପରେ ପୋଲିସ ତାର ଗ୍ରସ୍ତ ରେକର୍ଡ ଖୋଜୁଛି। ତା ସହିତ ତାର ପରିବାର ଲୋକ ଙ୍କୁ ବି ସରକାର ଙ୍କ ନିୟମ ଅନୁସାରେ ରଖାଯାଇଛି। ଏହି ଦୋଷୀର ସଂସ୍ପର୍ଶରେ ୪୩ ଲୋକ ଆସିଛନ୍ତି, ଯାହା ମଧ୍ୟ ରୁ ୨୩ ପୋଲିସ କର୍ମି ଅଛନ୍ତି।ପୋଲିସ କହିବା ଅନୁସାରେ ଏହି ବ୍ୟକ୍ତି ପାଖରେ କୌଣସି ଲକ୍ଷଣ ନଥିଲା କରୋନାର ତଥାପି ପୋଲିସ ଏହାର ଟେଷ୍ଟ କରିଥିଲା।
ଏହି ଦୋଷୀକୁ ଅନ୍ୟ ଦୋଷୀଙ୍କ ସହ ଦହାନୁ କୋର୍ଟ ହଜାର କରାଯାଇଥିଲା। ଏହା ପରେ ତାକୁ ପୋଲିସ ହାଜତକୁ ପଠାଯାଇଥିଲା। ଏହି ସବୁ ଦୋଷୀ ମାନଙ୍କୁ ବାଡ଼ା,ଦହାନୁ,କାସା,ବିକ୍ରମଗଡ,ତଲାସରି ଆଦି ଥାନା ରେ ରଖାଯାଇଥିଲା। ଏ ମାନଙ୍କୁ ପୋଲିସ କରୋନା ପାଇଁ ଅଲଗା ଅଲଗା ଜେଲ ରେ ରଖିଥିଲା।
୨ଥର ହୋଇଥିଲା ଟେଷ୍ଟ
ଏହି ଦୋଷୀର ୨୮ ଏପ୍ରିଲକୁ ସ୍ୱାବ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେ ନେଗେଟିଭି ମିଳିଥିଲେ, କିନ୍ତୁ ଶନିବାର ସକାଳୁ ଆଉ ଏକ ଟେଷ୍ଟ ରେ ସେପଜିଟିଭ ମିଳିଥିଲେ। ଏହି ଦୋଷୀକୁ ଆରାଏଚ ରେ ଭର୍ତ୍ତି କରାଯାଥିଲା। କିନ୍ତୁ ଏବେ ତାକୁ ମୁମ୍ବାଇ ର ଜେଜେ ମେଡିକାଲ ଜେଲ ବୋର୍ଡ କୁ ପଠାଯାଇଛି। ଆପଣଙ୍କୁ କହିରଖିବୁକି ପାଲଘର ଜିଲ୍ଲା ରୁ ଏବେ ପର୍ଯ୍ୟନ୍ତ ୧୭୦କରୋନା ମାମଲା ସାମ୍ନା କୁ ଆସିଛି। ଯାହା ମଧ୍ୟ ରୁ ୧୦ ଲୋକ ମରିସାରିଛନ୍ତି।
କହି ରଖିବୁକି ୧୬ ଏପ୍ରିଲ କୁ ମୁମ୍ବାଇ ରୁ ସୁରଟ ଯିବାବାଲା ଦୁଇ ସାଧୁ ଙ୍କ ଉପରେ ପାଲଘରରେ ଆକ୍ରମଣ ହୋଇଥିଲା। ୨୦୦ ରୁ ଅଧିକ ଲୋକଙ୍କ ଭିଡରେ ସାଧୁଙ୍କ ମୃତ୍ୟୁ ହୋଇଥିଲା, କାରଣ ଏହା କି ଗାଁ ଲୋକ ଏହି ସାଧୁ ଙ୍କୁ ଚୋର ଭାବି ତାଙ୍କର ହତ୍ୟା କରିଦେଇଥିଲେ ଏବଂ ଏହି ହତ୍ୟା ମାମଲାର ଯାଞ୍ଚ କରି ପୋଲିସ ୧୧୫ ଦୋଷୀ ଙ୍କୁ ଧରିଛି।
ଏହା ପ୍ରଥମେ ମାମଲା ନୁହଁ ଯେଉଁଠି ଏକ ଦୋଷୀ କରୋନା ସଂକ୍ରମିତ ବାହାରିଛି। ମହାରାଷ୍ଟ୍ରରେ ଏକ ଚୋର ବି କରୋନା ସଂକ୍ରମିତ ମିଳିଥିଲା। ଯାହା ପରେ ସେହି ଚୋରର ସଂସ୍ପର୍ଶରେ ଆସିଥିବା ପୋଲିସ ମାନଙ୍କୁ ବି ଅଲଗା ରଖାଯାଇଥିଲା।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଶେୟାର କରିବାକୁ ଅନୁରୋଧ, ଧନ୍ୟବାଦ |