ଶାସ୍ତ୍ର ଅନୁସାରେ ଶନି ଦେବ ମନୁଷ୍ୟ ମାନଙ୍କ କର୍ମ ଆଧାରରେ ଫଳ ଦେଇଥାନ୍ତି। ଯଦି ଶନି ଦେବ ଆପଣଙ୍କ ଉପରେ ରାଗନ୍ତି କି ଆପଣଙ୍କ ଉପରେ ଶନି ସାଢ଼େସାତ ଚଢିଯାଏ ତେବେ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଥାଏ। ଏହି ସମୟରେ ଲୋକ ଶନିଙ୍କ ଉପରେ ତେଲ ଚଢାଇ ତାଙ୍କ କୃପା ପ୍ରାପ୍ତ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ କେବେ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି କଣ ପାଇଁ ଶନିଙ୍କ ଉପରେ ତେଲ ଚଢ଼ାଯାଏ।ଏହା ପଛରେ ଏକ ପୌରାଣିକ କଥା ଅଛି। ଯେଉଁଥିରେ ଏହି ତେଲ ଶନିଙ୍କ ପୀଡାରେ ତାଙ୍କୁ ଭଲ କରାଉଥିଲା।ଏଥିପାଇଁ ଏହି ତେଲ ଚଢାଇବା ଵାଲାକୁ ଶନି ଦେବଙ୍କ କୃପା ମିଳିଥାଏ।
ଯେବେ ହନୁମାନଙ୍କ ଉପରେ ହେଲା ଶନିଙ୍କ ଦୟା
ପୌରାଣିକ କଥା ଅନୁସାରେ ଯେବେ ସମୁଦ୍ରରେ ରାମ ସେତୁ ବାନ୍ଧିବା କାମ ଚାଲୁଥିଲା,ତେବେ ହନୁମାନଙ୍କ ଉପରେ ଶନି ଙ୍କ ଦୟା ଆରମ୍ଭ ହୋଇଥିଲା। ହନୁମାନଙ୍କ ତାଙ୍କ ବଳ ଓ କ୍ରିତି ପାଇଁ ଜଣା ଯାଇଥାଏ। ଏଥିପାଇଁ ଶନି ଦେବ ନିଜେ ତାଙ୍କୁ ଗ୍ରହ ମାନଙ୍କ ଗତି ବିଷୟରେ କହିଥିଲେ। ସେହି ସମୟରେ ରାମ ସେତୁର କାମ ହନୁମାନଙ୍କ ଉପରେ ଥିଲା ସେହି ସମୟରେ ସେ କହିଥିଲେ ମତେ ପ୍ରକୃତିର ନିୟମର ଆଦର ଅଛି କିନ୍ତୁ ରାମ ସେବା ତାଙ୍କ ପାଇଁ ସର୍ବ ପ୍ରଥମ ଅଟେ। ସେଥିପାଇଁ ତାଙ୍କୁ ପ୍ରକୃତିର ଏହି ନିୟମକୁ ଭାଙ୍ଗିବାକୁ ହେବ।
ଏପରି ହନୁମାନ କରିଥିଲେ ଶନି ଙ୍କୁ ଘାୟଲ
ହନୁମାନ ଶନି ଙ୍କ ସମୂଖରେ ଏକ ସର୍ତ ରଖିଥିଲେ। ସେ କହିଥିଲେ ଯେବେ ରାମ କାର୍ଯ୍ୟ ସରିଯିବା ମାତ୍ରେ ମୁଁ ନିଜେ ମୋର ସମ୍ପୂର୍ଣ୍ଣ ଶରୀର ଆପଣଙ୍କୁ ଦେବି କିନ୍ତୁ ଶନି ଦେବ ହନୁମାନଙ୍କ ଏହି ସର୍ତ୍ତ କୁ ମନାକରିଦେଇଥିଲେ ଏବଂ ଏହା ପରେ ଯେମିତି ଶନି ଦେବ ହନୁମାନଙ୍କ ଶରୀରରେ ନିଜକୁ ପ୍ରବେଶ କରାଇଲେ ତ ହନୁମାନ ନିଜକୁ ବଡ ବଡ ପର୍ବତ ରେ ବାଡେଇବାକୁ ଲାଗିଲେ। ସେହି ସମୟରେ ଶନି ଦେବ ହନୁମାନଙ୍କ ଯେଉଁ ଅଙ୍ଗ ରେ ପ୍ରବେଶ କରନ୍ତି ହନୁମାନ ସେହି ଅଙ୍ଗ କୁ ପର୍ବତରେ ବାଡେଇଦିଅଁନ୍ତି। ଏମିତି ଶେଷରେ ଶନି ବହୁତ ଘାୟଲ ହୋଇଗଲେ ଏବଂ ଶେଷରେ ହନୁମାନଙ୍କ କ୍ଷମା ବି ମାଗିଲେ।
ତିଲର ତେଲରେ ଶନିଙ୍କୁ ମିଳିଲା ଶାନ୍ତି
ଘାୟଲ ହେବା ପରେ ଯେବେ ଶନି ହନୁମାନଙ୍କ କ୍ଷମା ମାଗିଲେ ହନୁମାନ ତାଙ୍କୁ ତିଲର ତେଲ ଦେଇଥିଲେ। ଏହି ତେଲ ଲଗାଇ ତାଙ୍କ ଶରୀରକୁ ଶାନ୍ତି ମିଳିଥିଲା। ଏହା ପରେ ହନୁମାନ ବଚନ ଦେଇଥିଲେ କି ସେ ତାଙ୍କ ଭକ୍ତ କୁ କେବେ କଷ୍ଟ ଦେବେନି। ଏହା ପରେ ଶନି ଦେବ ଙ୍କୁ ତିଲର ତେଲ ଚଢାଇବା ପରମ୍ପରା ରହିଆସୁଛି।
ତିଲର ତେଲର ମହତ୍ୱ
ଧାର୍ମିକ ମାନ୍ୟତା ଅନୁସାରେ ଟିଲହନ ବା ତିଲ ଭଗବାନ ବିଷ୍ଣୁଙ୍କ ଶରୀରର ମଇଳା ହୋଇଥାଏ।ଏହା ଦ୍ବାରା ହୋଇଥିବା ତେଲକୁ ପବିତ୍ର ମାନାଯାଏ। ସେହି ପରି ଜ୍ୟୋତିଶଶାସ୍ତ୍ର ଅନୁସାରେ ଶନିଙ୍କ ଧାତୁ କୁ ସୀସା ମାନାଯାଏ। ଧାତୁ ଦ୍ବାରା ସିନ୍ଦୁର ତିଆରି କରାଯାଇଥାଏ। ସିନ୍ଦୁର ମଙ୍ଗଳ ଙ୍କର ଅଧିପତିତ୍ୱ ଅଟେ, ମଙ୍ଗଳ ଗ୍ରହ ଦେବୀ ପୃଥିବୀର ଙ୍କର ପୁତ୍ର ମାନଯାଏ। ଏହାଙ୍କ ଗର୍ଭରୁ ହିଁ ଲୁହା ବାହାରିଥାଏ, ଏଥିପାଇଁ ଲୁହାକୁ ମଙ୍ଗଳ ଗ୍ରହର ଧାତୁ ବି କୁହାଯାଏ। ତେଲ ଲୁହାକୁ ସୁରକ୍ଷିତ ରଖିଥାଏ ଏବଂ ତାକୁ ନଷ୍ଟ ହେବାକୁ ଦେଇନଥାଏ। ଏଥିପାଇଁ ଯଦି ଆପଣଙ୍କ ରାଶିରେ ମଙ୍ଗଳ ଭାରି ଅଛି ତ ଶନିଙ୍କ ପ୍ରଭାବ ହୋଇନଥାଏ। ଏହି କାରଣ ଅଟେ କି ଶନିଙ୍କୁ ଶାନ୍ତ କରିବାକୁ ତିଲର ତେଲ ଅର୍ପଣ କରାଯାଇଥାଏ।
ବନ୍ଧୁଗଣ ଶନିଦେବଙ୍କ ପାଇଁ ହୃଦୟରୁ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, କମେଣ୍ଟ ରେ ଲେଖିଦିଅନ୍ତୁ ” ଜୟ ଶନିଦେବ” ଶେୟାର କରିକି ଶନି ଦେବଙ୍କ ଆଶ୍ରିବାଦ ପ୍ରାପ୍ତ କରନ୍ତୁ |