ଲକ ଡାଉନ୍ 3.0 ରେ ହୋଇପାରିବ ବାହାଘର , କେନ୍ଦ୍ର ସରକାର ଏହି ଖାସ୍ ନିୟମ କହିଛନ୍ତି

ଦେଶ ରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି କେନ୍ଦ୍ର ସରକାର ଲକ ଡାଉନ ଅବଧି କୁ ଆଉ 14 ଦିନ ବଢାଇ ଦେଇଛନ୍ତି ।ଏମିତିରେ ଲକ ଡାଉନ ଏବେ 14 ମଈ ପର୍ଯ୍ୟନ୍ତ ଜାରି ରହିବ । ଲକ ଡାଉନ ର ତୃତୀୟ ଚରଣରେ ପୁରା ଦେଶ କୁ ତିନି ଜୋନ ( ଲାଲ , କମଳା , ସବୁଜ ) ରେ ବିଭାଜନ କରାଯାଇ କିଛି ନିୟମ କୋହଳ କରାଯାଇଛି । ଏହାର ସୂଚନା ଶୁକ୍ରବାର ଗୃହ ମନ୍ତ୍ରାଳୟ ଦେଇଥିଲେ । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରା ଯାଇଥିବା ଉପଦେଶ ରେ 3 ଜୋନ ରେ ଅଲଗା ଅଲଗା ରହିଅଛି । ସବୁଜ ଜୋନରେ ଥିବା ଜିଲ୍ଲା , ଏହି ମାନଙ୍କୁ କିଛି ବଡଧରଣର କୋହଳ ମିଳିବା ର ସମ୍ଭାବନା ଅଛି , ସେମିତି ଲାଲ ଜୋନ ରେ ନିୟମ କଡାକଡି ପାଳନ କରାଯିବ।

ଦେଶ ସାରା ସବୁ ଜିଲ୍ଲା କୁ 3ଜୋନ ରେ ବିଭାଜନ କରି ଲକ ଡାଉନ ସମୟରେ କିଛି କିଛି ନିୟମ କୋହଳ କରାଯିବ । ଲାଲ ଜୋନ ରେ 130 ଜିଲ୍ଲା , କମଳା ଜୋନ ରେ 284 ଜିଲ୍ଲା ଓ ସବୁଜ ଜୋନ ରେ 319 ଜିଲ୍ଲା ସାମିଲ ଅଛନ୍ତି । ଜୋନ କୁ ବର୍ଗୀକରଣ ବର୍ତ୍ତମାନ କରୋନା ସଂକ୍ରମିତ ସଂଖ୍ୟା ଆଧାର ରେ କରାଯାଇଛି । ଏମିତି କୁହା ଯାଉଛି କି ଏହି ଜୋନ ସ୍ଥାୟୀ ନୁହେଁ ।

ଯଦି କୌଣସି ଜିଲ୍ଲା ରେ କୌଣସି ନୂଆ କରୋନା ମାମଲା ସାମ୍ନା କୁ ଆସିଲା , ତେବେ ଜୋନ ପରିବର୍ତ୍ତିତ ହୋଇଯିବ । ଲକ ଡାଉନ ସମୟରେ ପ୍ରାୟ ସବୁ ଲୋକ କିଛି ନା କିଛି ରୂପରେ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ବଡ଼ ସମସ୍ୟା ଏହି ପରିବାର ର ଥିଲା , ଯାହାର ଘରେ ବାହାଘର ଭଳି ଶୁଭ କାର୍ଯ୍ୟକ୍ରମ ହେବାପାଇଥିଲା । ଏମିତି ରେ ଏବେ ଲକ ଡାଉନ ର ତୃତୀୟ ପର୍ଯ୍ୟାୟ ରେ ସରକାର କିଛି କୋହଳ କରିଛନ୍ତି ଏମାନଙ୍କୁ ।

ଗୃହ ମନ୍ତ୍ରାଳୟ ଦ୍ବାରା ଶୁକ୍ରବାର ଜାରି କରାଯାଇଥିବା ନୂଆ ଗାଇଡ୍ ଲାଇନ ଅନୁସାରେ ଲକ ଡାଉନ ସମୟରେ ବାହାଘର ପାଇଁ ଅନୁମତି ଦେଇଛନ୍ତି । ଯଦି କାହା ଘରେ ବାହାଘର ହେଉଛି , 50 ରୁ ଅଧିକ ଲୋକ ଏହି ସମାରୋହ ରେ ରହି ପାରିବେ ନାହିଁ । ନୂଆ ଗାଇଡ୍ ଲାଇନ ରେ ସ୍ପଷ୍ଟ ଭାବରେ କୁହାଯାଇଛି ବର ପକ୍ଷ ଓ କନ୍ୟା ପକ୍ଷ ଦୁହିଁ ପକ୍ଷ କୁ ମିଶାଇ 50 ରୁ ଅଧିକ ଲୋକ ହେବେ ନାହିଁ ।

ଏମିତିରେ ଏହି ପରିବାର କୁ କିଛି ଆଶ୍ଵସ୍ତ ମିଳିଥିବ , କିନ୍ତୁ ଏବେ ଦେଖିବା ପାଇଁ ହେବ କି ଦେଶ ରେ ଯଦି ବାହାଘର ହେଉଛି ତେବେ ଏହି ନିୟମକୁ କେଉଁ ରୂପରେ ପାଳନ କରାଯାଉଛି । ସେମିତି ଯଦି କାହାର ମୃତ୍ୟୁ ହୋଇଯାଉଛି ତେବେ ଅନ୍ତିମ ସଂସ୍କାର ରେ 20 ରୁ ଅଧିକ ଲୋକ କୁ ଅନୁମତି ମିଳିବ ନାହିଁ । ଏହି ସମୟରେ ସାମାଜିକ ଦୂରତା ର ସବୁ ନିୟମ କୁ ପାଳନ କରାଯିବା ଦରକାର ।

ଲକ ଡାଉନ ର ତୃତୀୟ ପର୍ଯ୍ୟାୟ 14 ଦିନ ହେବ , କିନ୍ତୁ ଏଥିରେ ସବୁଜ ଓ କମଳା ଜୋନ ବଡ଼ ପ୍ରତିବନ୍ଧ କୁ ହଟାଇ ନିଆଯାଇଛି । ଏଥିରେ ଇ- କର୍ମସ୍ ଉପରେ ଲଗାଯାଇଥିବା ସବୁ ପ୍ରତିବନ୍ଧକ କୁ ହଟାଇ ଦିଆ ଯାଇଛି । ପ୍ରଥମେ ଇ – କର୍ମସ୍ କେବଳ ଜରୁରୀ ଜିନିଷ ବିତରଣ କରିପାରିବ , କିନ୍ତୁ ଏବେ ଇ- କର୍ମସ୍ ସବୁଜ ଓ କମଳା ଜୋନ ରେ ଅନ୍ୟ ଦିନ ଭଳି ଜିନିଷ ବିତରଣ କରିପାରିବ ।

ଏହା ଛଡା ସବୁଜ ଜୋନ ରେ ବସ୍ ଚାଲିବ ଓ ବସ୍ କୁ କେବଳ 50 ପ୍ରତିଶତ ଯାତ୍ରୀ ସହ ସଞ୍ଚାଳନ ପାଇଁ ଅନୁମତି ମିଳିବ । ଏତିକି ନୁହେଁ , ବସ୍ ଷ୍ଟାଣ୍ଡ ରେ କେବଳ 50 ପ୍ରତିଶତ କର୍ମଚାରୀ କରିପାରିବେ । ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ବସ୍ କେବଳ ଜିଲ୍ଲା ଭିତରେ ସଞ୍ଚାଳନ କରିବ , ଜିଲ୍ଲା ବାହାରକୁ ଯିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, କମେଣ୍ଟ ରେ ଶେୟାର କରିବାକୁ ଅନୁରୋଧ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *